ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ 21 ଦିନ ଟ୍ରେନ ସେବା ବନ୍ଦ ପରେ 15ରୁ ପୁଣି ଟ୍ରେନ ଗଡିବ ପ୍ରସ୍ତୁତି କରାଯାଉଛି । ହେଲେ ଏବେ ରେଲୱେ କହିଛି ଯେ ଟ୍ରେନ ସେବା ଆରମ୍ଭ ନେଇ କୌଣସି ଶେଷ ନିଷ୍ପତ୍ତି ନିଆଯାଇନାହିଁ । ଏ ନେଇ ଦ୍ବନ୍ଦରେ ଯାତ୍ରୀ ।
ଶନିବାର ଜଣେ ଅଧିକାରୀ କହିଛନ୍ତି ଯେ, ‘‘ରେଲୱେ ବୋର୍ଡ ପକ୍ଷରୁ ପ୍ରତ୍ୟେକ ଟ୍ରେନକୁ ମଞ୍ଜୁରୀ ମିଳିବା ହିଁ ସେବା ଆରମ୍ଭ କରାଯିବ । ତେବେ ରେଳୱେ ବୋର୍ଡକୁ ପର୍ଯ୍ୟାପ୍ତ ଯୋଜନା ପାଇଁ ପରାମର୍ଶ ଦେବା ଦରକାର ।
ଶୁକ୍ରବାର କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ରେଲୱେ ବୋର୍ଡ ଚେୟାରମ୍ୟାନଙ୍କ ସହ ଭିଡିଓ କନଫ୍ରେନ୍ସିଂରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଗ୍ରୀନ ସିଗନାଲ ମିଳିବା ପରେ ହିଁ ଟ୍ରେନ ଟ୍ରାକରେ ଗଡିବ ।
ସରକାର ଏ ବିଷୟ ନେଇ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏହି ସମିତି ସମସ୍ତ 17 ଜୋନ ବଗିର ସୁବିଧାକୁ ଦେଖି ଟ୍ରେନ ଗୁଡିକର ଚିହ୍ନଟ କରିବା ସହ ସେବା ଆରମ୍ଭ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ।
ପିଏମ ଦେଶବ୍ୟାପି ଲକଡାଉନ ଘୋଷଣା କରିବା ପରେ ରେଲୱେ ମଧ୍ୟ 21 ଯାଏଁ 13,523 ଟ୍ରେନ ସେବାକୁ ରଦ୍ଦ କରିଛି । କିନ୍ତୁ ଏହି ସମୟରେ ମାଲ ବୋଝେଇ ଟ୍ରେନ ଯାତାୟତ ଜାରି ରହିଛି ।
ପିଟିଆଇ