ETV Bharat / business

2 ହଜାର ଟଙ୍କିଆ ନୋଟ ଛପା ବନ୍ଦ ନିଷ୍ପତ୍ତି ନିଆଯାଇନି: ଅର୍ଥ ମନ୍ତ୍ରଣାଳୟ - 2 ହଜାର ଟଙ୍କିଆ ନୋଟ

ଚର୍ଚ୍ଚାରେ ଲାଗିଲା ବ୍ରେକ । ୨ ହଜାର ଟଙ୍କିଆ ନୋଟ ମୁଦ୍ରଣ ବନ୍ଦ ନେଇ କୌଣସି ନିଷ୍ପତ୍ତି ନିଆଯାଇନି । ଏଣୁ ନୋଟ ଛପା ହେବ । ତେବେ କୋଭିଡ-19 ଯୋଗୁଁ ଏଥିରେ ବ୍ରେକ ଲାଗିଥିଲା । ଅଧିକ ପଢନ୍ତୁ..

2 ହଜାର ଟଙ୍କିଆ ନୋଟ ଛପା ବନ୍ଦ ନିଷ୍ପତ୍ତି ନିଆଯାଇନି: ଅର୍ଥ ମନ୍ତ୍ରାଳୟ

author img

By

Published : Sep 19, 2020, 7:59 PM IST

ନୂଆଦିଲ୍ଲୀ: 2,000 ଟଙ୍କା ନୋଟ ମୁଦ୍ରଣ ବନ୍ଦ କରିବାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଅର୍ଥ ମନ୍ତ୍ରଣାଳୟ ଶନିବାର ଲୋକସଭାକୁ ଏ ନେଇ ସୂଚନା ଦେଇଛି ।

ଏକ ଲିଖିତ ଜବାବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ଜନସାଧାରଣଙ୍କ କାରବାର ଚାହିଦାକୁ ସୁଗମ କରିବା ପାଇଁ ଆରବିଆଇ ସହିତ ପରାମର୍ଶ କରି ସରକାର ଏକ ନିର୍ଦ୍ଦିଷ୍ଟ ନାମର(denomination) ବ୍ୟାଙ୍କ ନୋଟ ମୁଦ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

2019-20 ଏବଂ 2020-21 ଆର୍ଥିକ ବର୍ଷରେ, 2,000 ଟଙ୍କା ମୂଲ୍ୟର denomination ନୋଟ ଛାପିବା ପାଇଁ ପ୍ରେସ୍ ସହିତ କୌଣସି ଚୁକ୍ତି କରାଯାଇ ନାହିଁ। ତଥାପି ସରକାରଙ୍କ ଦ୍ବାରା 2000 ଟଙ୍କିଆ ନୋଟ ଛପା ବନ୍ଦ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

2020 ମାର୍ଚ୍ଚ 31 ସୁଦ୍ଧା 27,398 ଲକ୍ଷ ଖଣ୍ଡ 2000 ଟଙ୍କିଆ ନୋଟରେ ପ୍ରଚଳିତ ଥିଲା । ଯେତେବେଳେ କି 2019 ମାର୍ଚ୍ଚ 31 ଯାଏଁ 32,910 ଲକ୍ଷ ପିସ 2 ହଜାର ଟଙ୍କିଆ ପ୍ରଚଳନ ରହିଥିଲା ବୋଲି ଠାକୁର ସୂଚନା ଦେଇଛନ୍ତି ।

ଏହାସହ ସେ ପୁଣି କହିଛନ୍ତି କି, କୋଭିଡ ସଂକ୍ରମଣ ପ୍ରତିହିତ ପାଇଁ ଲାଗୁ ଦେଶବ୍ୟାପୀ ଲକଡାଉନ ଯୋଗୁଁ ନୋଟ ମୁଦ୍ରଣ ଅସ୍ଥାୟୀ ଭାବରେ ବନ୍ଦ ରହିଥିଲା ବୋଲି ଆରବିଆଇ ଜଣାଇଛି ।

ତେବେ କେନ୍ଦ୍ର / ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନୋଟ ପ୍ରିଣ୍ଟିଂ ପ୍ରେସ ପର୍ଯ୍ୟାୟକ୍ରମେ ଉତ୍ପାଦନ ଆରମ୍ଭ କରିଛି ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.