ETV Bharat / business

ମୁଦ୍ରାସ୍ପୀତି ଉପରେ ନୋ କମେଣ୍ଟ: ସୀତାରମଣ - No comments on stagflation

ଷ୍ଟାଗଫ୍ଲେସନ(ମୁଦ୍ରାସ୍ପୀତି ଜନିତ ମାନ୍ଦା) ଉପରେ ନୋ କମେଣ୍ଟସ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ କୌଣସି ଟିପ୍ପଣୀ ଦେବାକୁ ସେ ମନା କରି ଦେଇଛନ୍ତି।

No comments on 'stagflation': Sitharaman
ମୁଦ୍ରାସ୍ପୀତି ଉପରେ ନୋ କମେଣ୍ଟ : ସୀତାରମଣ
author img

By

Published : Dec 14, 2019, 3:38 PM IST

ନୂଆଦିଲ୍ଲୀ: ଷ୍ଟାଗଫ୍ଲେସନ(ମୁଦ୍ରାସ୍ପୀତି ଜନିତ ମାନ୍ଦା) ଉପରେ ନୋ କମେଣ୍ଟସ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ କୌଣସି ଟିପ୍ପଣୀ ଦେବାକୁ ସେ ମନା କରିଦେଇଛନ୍ତି। ଏଭଳି ବିଭିନ୍ନ ବିଷୟ ଚାଲିଛି, ହେଲେ ଏହା ଉପରେ ମୁଁ କିଛି କହିବାକୁ ଚାହୁଁ ବୋଲି କହିଛନ୍ତି ସୀତାରମଣ ।

କଣ ଭାରତୀୟ ଅର୍ଥବ୍ୟବସ୍ଥା ମୁଦ୍ରାସ୍ପୀତି ଜନିତ ମାନ୍ଦାବସ୍ଥାର ଏକ ଚରଣରେ ପ୍ରବେଶ କରୁଛି ? ଏହି ପ୍ରଶ୍ନରେ ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି,‘ମୁଁ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ନୁହେଁ କି ଅର୍ଥବ୍ୟବସ୍ଥା କେଉଁଠି ଅଛି। ମୁଁ ସ୍ଥିତିକୁ ସୁଧାରିବା ଦିଗରେ କାମ କରିବାକୁ ଇଚ୍ଛା ରଖିଥାଏ।’

ପ୍ରକାଶ ଯେ, ଗୁରୁବାର ପ୍ରକାଶ ପାଇଥିବା ଖୁଚୁରା ମୁଦ୍ରାସ୍ପୀତି ନଭେମ୍ବରରେ 5.54 ପ୍ରତିଶତ ରହିଥିଲା। ଯାହାକି 3 ବର୍ଷର ସର୍ବୋଚ୍ଚ ଥିଲା । ଏହି ସଂଖ୍ୟା ଜାରି ହେବା ପରେ ଅର୍ଥନୀତି ନେଇ ଚିନ୍ତା ପ୍ରକାଶ କରାଯାଇଥିଲା।

ଷ୍ଟାଗଫ୍ଲେସନ ବୃଦ୍ଧି ମୁଦ୍ରାସ୍ପୀତି ସହ ଧୀମା ଆର୍ଥିକ ଅଭିବୃଦ୍ଧିକୁ ଦର୍ଶାଇଥାଏ। ଯାହା ଉପରେ ବହୁ ଅର୍ଥଶାସ୍ତ୍ରୀଙ୍କ ଦ୍ବାରା ଆଶଙ୍କା ଦେଖାଦେଇଛି। ପୂର୍ବତନ ପ୍ରଧାମନ୍ତ୍ରୀ ମନମୋହନ ସିଂହ ପ୍ରଥମେ କହିଥିଲେ ଯେ, ଭାରତକୁ ଏଭଳି ବିପଦକୁ ସାମ୍ନା କରିବାକୁ ପଡିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.