ETV Bharat / business

ଅଟୋ ସେକ୍ଟରକୁ ଆଶ୍ବସ୍ଥି, ବ୍ୟାନ ହେବନି ପେଟ୍ରୋଲ ଓ ଡିଜେଲ ଗାଡି - ପେଟ୍ରୋଲ ଓ ଡିଜେଲ ଗାଡି

ବନ୍ଦ ହେବନି ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡି। ଏନେଇ ଗୁରୁବାର ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ।

ଡିଜାଇନ ଫଟୋ
author img

By

Published : Sep 6, 2019, 4:49 PM IST

ନୂଆଦିଲ୍ଲୀ: ଅଟୋମୋବାଇଲ ସେକ୍ଟରକୁ ଆଶ୍ବସ୍ଥି । ବନ୍ଦ ହେବନି ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହନ । ଏନେଇ ଗୁରୁବାର ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ସରକାରଙ୍କ ଏଭଳି ଦୃଢୋକ୍ତିରେ ଅଟୋ ମୋବାଇଲ ସେକ୍ଟର ଆଇସିଇ( ଇଣ୍ଟରନାଲ କମ୍ବକ୍ସନ ଇଞ୍ଜିନ)ଯାନବାହନକୁ ନେଇ ଥିବା ଦୂନ୍ଦ ଦୂର ହୋଇଛି ।

ଏସଆଇଏଏମ(ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍ଚର୍ସ)ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୀତିନ ଗଡକରୀ କହିଛନ୍ତି ଯେ, ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହାନ ଉପରେ ରୋକ ଲଗାଇପାରନ୍ତି ବୋଲି ଆଶଙ୍କା କରି ଲୋକେ ଆଇସିଇ ଗାଡି କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏବେ ନିଶ୍ଚିତ ରହନ୍ତୁ ଯେ ଏନେଇ କୌଣସି ପ୍ରକାର ନିଷେଧାଦେଶ ଲାଗୁ ହେବ ନାହିଁ।

ଏହି ଉତ୍ସବ ଉପଲକ୍ଷେ ଅଟୋମୋବାଇଲ ସଂଘ ପେଟ୍ରୋଲ ଓ ଡିଜେଲ ଗାଡି ଉପରୁ ଜିଏସଟି ହ୍ରାସ ନେଇ ଦାବି ଜଣାଇଛନ୍ତି । ପ୍ରକାଶ ଥାଉ କି, ଆସନ୍ତା ବର୍ଷ ଏପ୍ରିଲରୁ ଦେଶରେ ବିଏସ-6 ଅନୁକୂଳ ଯାନ ବିକ୍ରି ବଢିବ। ଫଳରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ଦର ଅଧିକ ପରିମାଣରେ ବୃଦ୍ଧି ହେବ। ଏଣୁ ଏହାର ଦାମ କମାଇବାକୁ ହେଲେ ଜିଏସଟି ହ୍ରାସ କରିବା ଦରକାର ।

ଏ ସପକ୍ଷରେ ଗଡକରୀ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ ଯଥାସମ୍ଭବ ସମସ୍ୟା ଦୂର ନେଇ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଇଲେକ୍ଟ୍ରିକ ଯାନରୁ ଜିଏସଟି 12ରୁ ହ୍ରାସ କରିବା ପ୍ରତିଶତ ଭଳି ପେଟ୍ରୋଲ ଓ ଡିଜେଲ ଯାନରେ ମଧ୍ୟ ସେପରି କରିବାକୁ ସଂଘ ଆଶାବାଦୀ ରହିଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.