ETV Bharat / business

‘ଡାକ ବ୍ୟାଙ୍କ’ କରିବାକୁ ପରାମର୍ଶ ଦେଲା ନୀତି ଆୟୋଗ

author img

By

Published : Aug 3, 2020, 1:05 PM IST

ଘରୋଇକରଣ କରାଯାଇପାରେ 3 ଟି ସରକାରୀ ବ୍ୟାଙ୍କ । ଏଥିସହ ନୀତି ଆୟୋଗ ପରାମର୍ଶ ଦେଇଛି କି ଡାକ ବ୍ୟାଙ୍କ ତିଆରି ହେଉ । ଅଧିକ ପଢନ୍ତୁ..

NITI Aayog suggests creation of Dak Bank

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତିର ଆବଶ୍ୟକତାକୁ ହୃଦୟଙ୍ଗମ କରି ନୀତି ଆୟୋଗ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରି 'ଡାକ ବ୍ୟାଙ୍କ' (ପୋଷ୍ଟାଲ ବ୍ୟାଙ୍କ) ଗଠନ କରିବାକୁ ପରାମର୍ଶ ଦେଇଛି । ସୂତ୍ରରୁ ପ୍ରକାଶ ଯେ ନିକଟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରଣାଳୟକୁ ଦିଆଯାଇଥିବା ପ୍ରେଜଣ୍ଟେସନରେ ନୀତି ଆୟୋଗ ପରାମର୍ଶ ଦେଇଛି କି ଦେଶରେ 1.5 ଲକ୍ଷରୁ ଅଧିକ ଡାକଘର ଅଛି । ସେସବୁକୁ ପ୍ରସ୍ତାବିତ ଡାକ ବ୍ୟାଙ୍କ ପାଇଁ ଆଉଟଲେଟ କରିବା ଉଚିତ ।

ଏଥିସହ ଥିଙ୍କ ଟ୍ୟାଙ୍କ ବା ନୀତି ଆୟୋଗ ପରାମର୍ଶ ଦେଇଛି କି ବ୍ୟାଙ୍କର ଲାଇସେନ୍ସ ପ୍ରାପ୍ତ କରିବା ନିୟମକୁ ସହଜ ଓ ସରଳ କରିବା ଆବଶ୍ୟକ । ଅନ୍ୟ ଏକ ପ୍ରମୁଖ ସୁପାରିଶ ହେଉଛି ତିନୋଟି ବ୍ୟାଙ୍କ, ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଘରୋଇକରଣ କରାଯାଉ । ଏହି ପରାମର୍ଶ ଏଭଳି ସମୟରେ ଆସିଛି , ଯେବେ ନୂଆ ନିବେଶ ନୀତି ଉପରେ କାମ ଚାଲିଛି । ଆଉ ସରକାର ପୂର୍ବରୁ ହିଁ ବ୍ୟାଙ୍କିଂ ଓ ବୀମା କ୍ଷେତ୍ରକୁ ଏହା ଅଧିନରେ ଆଣିବା ପାଇଁ ଚିନ୍ତା କରୁଛନ୍ତି ।

ଅନୁମାନ ରହିଛି କି, ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡିକର ଘରୋଇକରଣ ଦିଗରେ ସରକାର ପଦକ୍ଷେପ ନେବେ । ଆଉ ଏହାକୁ ବିରୋଧ କରି ବ୍ୟାଙ୍କଗୁଡିକର କର୍ମଚାରୀ ସଙ୍ଗଠନ ବିରୋଧ ମଧ୍ୟ କରିପାରନ୍ତି ।

ମେ ମାସରେ 'ଆତ୍ମନିର୍ଭରଶୀଳ ଭାରତ' ଆର୍ଥିକ ପ୍ୟାକେଜ ଘୋଷଣା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, କେନ୍ଦ୍ର ସରକାର ନୂତନ ସରକାରୀ କ୍ଷେତ୍ର ଉଦ୍ୟୋଗ ନୀତି ପ୍ରଣୟନ କରିବେ ଏବଂ ସମସ୍ତ କ୍ଷେତ୍ରକୁ ଘରୋଇ କ୍ଷେତ୍ରରେ ପରିଣତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.