ETV Bharat / business

ବ୍ରିଟେନର ବେଷ୍ଟ 100 ପ୍ରଭାବଶାଳୀ ମହିଳାଙ୍କ ଭିତରେ ନିର୍ମଳା

ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭାବେ ବିଦେଶରେ ଛାଇଗଲେ ନିର୍ମଳା। ବ୍ରିଟେନର 100 ଶ୍ରେଷ୍ଠ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ନିର୍ମଳା ସୀତାରମଣଙ୍କ ନାଁ ସାମିଲ ରହିଛି।

author img

By

Published : Jun 26, 2019, 1:32 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବ୍ରିଟେନର ଶ୍ରେଷ୍ଠ 100 ପ୍ରଭାବଳଶାଳୀ ମହିଳାଙ୍କ ଲିଷ୍ଟରେ ସାମିଲ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାର ଶୀର୍ଷରେ ବ୍ରିଟେନର ସବୁଠାରୁ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ପେନୀ ମାରଡାଉଣ୍ଟଙ୍କ ନାଁ ରହିଛି । ଦୁଇ ଦେଶ ମଧ୍ୟରେ ହେଉଥିବା ଗଢିଉଠୁଥିବା ସମ୍ପର୍କକୁ ଏହି ତାଲିକା ଆହୁରି ମଜବୁତ କରିଛି ।

ସେମବାର ବ୍ରିଟେନର ଗୃହ ମନ୍ତ୍ରୀ ସାଜିଦା ଜାୱିଦ ଏହି 100 ମହିଳାଙ୍କ ନାଁ ପ୍ରକାଶ କରିଛନ୍ତି । ଏଥିରେ ସୀତାରମଣଙ୍କୁ ଦ୍ବିପାକ୍ଷିକ ସମ୍ପର୍କରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଶର ସବୁଠାରୁ କ୍ଷମତାଶାଳୀ ମହିଳା ଭାବେ ବଛାଯାଇଛି । ନିର୍ମଳା ପୂର୍ବରୁ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇବା ସହ ଏବେ ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ମୁଣ୍ଡାଇଛନ୍ତି । ଏଥିସହ ଏବେ ତାଙ୍କ ହାତରେ କର୍ପୋରେଟ ମନ୍ତ୍ରଣାଳୟ ରହିଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.