ବେଙ୍ଗାଲୁରୁ: ଦୀର୍ଘ 34 ବର୍ଷ ପରେ ଭାରତର ଶିକ୍ଷା ନୀତିରେ ପ୍ରମୁଖ ସୁଧାର ହୋଇଛି । ଜୁଲାଇ 29ରେ କେନ୍ଦ୍ର ସରକାର ‘ ଜାତୀୟ ଶିକ୍ଷା ନୀତି (NEP)-2020 ପ୍ରଣୟନ କରିଛନ୍ତି ।
ପୂର୍ବତନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପ୍ରମୁଖ ଡ. କେ କସ୍ତୁରୀରଙ୍ଗନ(Dr. K Kasturirangan)ଙ୍କ ନେତୃତ୍ବରେ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ଦ୍ବାରା ପ୍ରସ୍ତୁତ ଏନଇପି ଡ୍ରାଫ୍ଟ ବିଶେଷ କରି ଉଚ୍ଚ ଶିକ୍ଷା ପ୍ରଣାଳୀକୁ ପୁନଃଜୀବିତ କରିବା ପାଇଁ ଲକ୍ଷ୍ୟ ରହିଛି । ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ସଠିକ ଦକ୍ଷତା ଶିକ୍ଷା ଦିଆଯାଇପାରିବ ଏବଂ ଏକାଡେମିକ ଜଗତ ଏବଂ ଶିଳ୍ପର ଚାହିଦା ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରାଯାଇପାରିବ |
NEP 2020 ସାମଗ୍ରିକ ଉଚ୍ଚଶିକ୍ଷା (ଡାକ୍ତରୀ ଏବଂ ଆଇନକୁ ବାଦ ଦେଇ) ପାଇଁ ଏକକ ନିୟାମକ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ -- ଭାରତର ଉଚ୍ଚଶିକ୍ଷା ଆୟୋଗ- ଯାହା ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିକ୍ଷାଗତ, ପ୍ରଶାସନିକ ଏବଂ ଆର୍ଥିକ ସ୍ବାଧୀନତା ପ୍ରଦାନ କରିବାରେ ସାହାଯ୍ୟ କରିବ ।
ଏହି ଶିକ୍ଷା ନୀତି ପ୍ରସ୍ତୁତ କରିଥିବା କମିଟିର ସମସ୍ୟ ମାନଙ୍କୁ ଜଣେ ଡ.ଏମକେ ଶ୍ରୀଧର(Dr. MK Sridhar) କହିଛନ୍ତି କି, ନୂଆ ନୀତିରେ ସମ୍ପୁର୍ଣ୍ଣ ଏକାଡେମିକ ବାସ୍ତୁକଳାକୁ ଏଭଳି ଭାବେ ଡିଜାଇନ କରାଯାଇଛି କି, ଏହା ଉଦ୍ୟୋଗର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ ।
ସେ କହିଛନ୍ତି କି, ‘‘ଆମର ଶିଳ୍ପ ଲଗାତାର ପରିବର୍ତ୍ତନ ହେଉଛି । ପରିବର୍ତ୍ତନ ଏଠାରେ ସ୍ଥାୟୀ ଅଟେ । ଯଦିଓ ଆମ ଦେଶରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ଶିକ୍ଷା ସାମାନ୍ୟ ଧୀମା ଥିଲା, କିନ୍ତୁ ଏବେ ସଂସ୍ଥାନଗୁଡିକ ସହ ମିଶି ଏଭଳି ସ୍ବାଧିନତା ସହ ସେମାନେ ଫାଷ୍ଟ-ଟ୍ରାକ ମୋଡରେ ଶିଳ୍ପ ଧାରାକୁ କାବୁ କରିବାକୁ ସକ୍ଷମ ହେବେ । ’’
ଏହାକୁ ଆହୁରି ବର୍ଣ୍ଣନା କରି ସେ କହିଛନ୍ତି ଯେ ନୂତନ ନୀତି ବିଭିନ୍ନ ଅନୁଷ୍ଠାନକୁ ଏକାଠି ହେବାକୁ ଏବଂ କୌଣସି ନିର୍ଦ୍ଦିଷ୍ଟ ଶିଳ୍ପର ଆବଶ୍ୟକତା ପୂରଣ ପାଇଁ ପାଠ୍ୟକ୍ରମକୁ ଡିଜାଇନ୍ କରିବାକୁ ଅନୁମତି ଦେବ।
ଏହି ନୀତି କେବଳ ଶିଳ୍ପ ଏବଂ ଛାତ୍ରମାନଙ୍କ ପାଇଁ ନୁହେଁ, ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ଏକ ଅଗ୍ରଣୀ ବୋଲି ପ୍ରମାଣିତ କରିପାରେ । ଶ୍ରୀଧର କହିଛନ୍ତି ଯେ ସ୍ବୟଂଶାସିତ ହେବା ପରେ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକକୁ ମଧ୍ୟ ସମାଜ ତଥା ଛାତ୍ରମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବା ଆରମ୍ଭ କରିବା ଉଚିତ । ଯାହା ଆଗାମୀ ଦିନରେ ସେମାନଙ୍କର ଆର୍ଥିକ ଦକ୍ଷତାକୁ ଆହୁରି ସମର୍ଥନ କରିବ।
କାଫେଟେରିଆ ପଦ୍ଧତି (Cafeteria approach)
ନୂତନ ଶିକ୍ଷା ନୀତି ବିଶେଷ ରୂପାନ୍ତରିତ ବୋଲି ବିବେଚନା କରାଯାଉଛି । କାରଣ ଏହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ସେହିସବୁ ବିଷୟରେ ମିଶ୍ରଣ ଅବଧିରେ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି , ଯାହା ଯେକେହି ଅଧ୍ୟୟନ କରିପାରିବେ । ଡ୍ରାଫ୍ଟରେ ସରକାର କହିଛନ୍ତି, “କଳା ଏବଂ ବିଜ୍ଞାନ ମଧ୍ୟରେ କୌଣସି ଅଲଗା କଠିନତା ରହିବ ନାହିଁ। ’’
ସେ କହିଛନ୍ତି କି, ‘‘ଯେଉଁ ଭଳି କାଫେଟେରିଆ ଦୃଷ୍ଟିକୋଣ ଅଣାଯାଇଛି , ଏହା ଶିକ୍ଷା ପ୍ରଣାଳୀରେ ଅତ୍ୟନ୍ତ ଜରୁରୀ ଫ୍ଲେକ୍ସିବିଲିଟି ବା ନମନୀୟତା ଆଣିବ । ଏହା କେବଳ ଜଣେ ଛାତ୍ର ବା ଛାତ୍ରୀଙ୍କ ପ୍ରଥମ ଚାକିରିର ନୁହେଁ ବରଂ ତାଙ୍କର ପରବର୍ତ୍ତୀ ଚାକିରିର ମଧ୍ୟ ଯତ୍ନ ନେବ ।
କ୍ୟାଫେଟେରିଆ ଦୃଷ୍ଟିକୋଣ ମୌଳିକ ଭାବେ ବିଭିନ୍ନ ପ୍ରକାରର ବିକଳ୍ପ ମଧ୍ୟରୁ ଲୋକଙ୍କୁ ବାଛିବା ପାଇଁ ଅଭ୍ୟାସକୁ ସୂଚିତ କରିଥାଏ ।
6 ପ୍ରତିଶତ ଲକ୍ଷ୍ୟ (The 6% target)
ନୂଆ ଶିକ୍ଷା ନୀତି ଅଧିନରେ କେନ୍ଦ୍ର ସରକାର ରାଜ୍ୟର ସହଯୋଗରେ ଶିକ୍ଷା କ୍ଷେତ୍ରରେ ସାର୍ବଜନୀକ ନିବେଶକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 6 ପ୍ରତିଶତ ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ।
ଏନେଇ ଶ୍ରୀଧର କହିଛନ୍ତି କି, ‘‘ ଜିଡିପିର 6 ପ୍ରତିଶତ ବର୍ଦ୍ଧିତ ଉପାୟରେ ସମ୍ଭବ ହେବ। ସରକାର ପୂର୍ବରୁ ହିଁ ଜିଡିପିର ପ୍ରାୟ 4.4 ପ୍ରତିଶତ ଖର୍ଚ୍ଚ କରିସାରିଛନ୍ତି । ଆଉ ଯାହା ବି ସେମାନେ ଅତିରିକ୍ତ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି , ତାଙ୍କୁ 6 ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ପ୍ରାଥମିକତା ଦେବା ଆବଶ୍ୟକ ।
ଭାରତକୁ ‘ଜ୍ଞାନ ଅର୍ଥବ୍ୟବସ୍ଥା’ କରିବା (Making India a ‘knowledge economy’)
ନୂଆ ଶିକ୍ଷା ନୀତିର ଦୀର୍ଘକାଳୀନ ପ୍ରଭାବକୁ ଆକଳନ କରି ଶ୍ରୀଧର କରିଛନ୍ତି କି, ତାଙ୍କର ବିଶ୍ବାସ କି ନୂଆ ଶିକ୍ଷା ନୀତିର ସରଞ୍ଚନା ଭାରତକୁ ‘ଜ୍ଞାନ ଅର୍ଥବ୍ୟବସ୍ଥା’ ଭାବେ ବିକଶିତ କରିବାରେ ସହଯୋଗ କରିବ ।
ସେ କହିଛନ୍ତି କି, ‘‘ ନୂଆ ଶିକ୍ଷା ପ୍ରଣାଳୀରୁ ବାହାରୁଥିବା ପ୍ରଡକ୍ଟ ଅର୍ଥବ୍ୟବସ୍ଥାରେ ଅଧିକ ଯୋଗଦାନ ଦେବାରେ ସକ୍ଷମ ହେବ । ଛାତ୍ରୀଛାତ୍ରୀ କେବଳ ନିଜ କୌଶଳ ମାଧ୍ୟମରୁ ନୁହେଁ ବରଂ ନିଜ ଦୃଷ୍ଟିକୋଣ, ମୌଳିକ ପ୍ରଣାଳୀ ଓ ଯୋଗ୍ୟତା ମାଧ୍ୟମରେ ମଧ୍ୟ ଯୋଗଦାନ ଦେବାରେ ସକ୍ଷମ ହେବେ ।