ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାଇକେଲିଂ ଯାତାୟତର ଏକ ନୂଆ ଟ୍ରେଣ୍ଡ । ଏହା ପଛରେ ରହିଛି ବହୁତ କାରଣ । ଏହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହ ଶକ୍ତି ସଞ୍ଚୟର ଏକ ବେଷ୍ଟ ଫଣ୍ଡା ହୋଇଥାଏ । ଏଥିସହ ଟ୍ରାଫିକ ତୈଳ ଭରିବା ଝିନଝଟରୁ ରକ୍ଷା ଓ ପ୍ରଦୂଷଣରୁ ମୁକ୍ତି ମିଳିଥାଏ । ତେବେ ଆପଣ ଜାଣନ୍ତି କି, ଏପରି ଏକ ଦେଶ ରହିଛି, ଯେଉଁଠାରେ ସାଇକେଲିଂ ବଦଳରେ ଟଙ୍କା ଦେଇଥାଏ !
ହିଁ ଖବରଟି ସମ୍ପୂର୍ଣ୍ଣ ସତ୍ୟ । ନେଦରଲ୍ୟାଣ୍ଡରରେ ଦେଖିବାକୁ ମିଳିଛି ଏପରି ସ୍ଥିତି । ଏଠାରେ ସାଇକେଲରେ ଅଫିସ ଗଲେ କର୍ମଚାରୀଙ୍କୁ ଦିଆଯାଇଥାଏ ଟଙ୍କା । ଏଥିଯୋଗୁଁ ଏଠାକାର ଜନସଂଖ୍ୟାର 2ଗୁଣା ରହିଛି ସାଇକେଲ ।
ନେଦରଲ୍ୟାଣ୍ଡରେ ଯଦି କୌଣସି କର୍ମଚାରୀ ସାଇକେଲରେ ଅଫିସ ଯାଏ, ତେବେ କିଲୋମିଟର ପିଛା ତାଙ୍କୁ ଅଲଗା 0.22(16 ଟଙ୍କା) ମିଳିଥାଏ । ଏ ନେଇ ସରକାର ମଧ୍ୟ ସମସ୍ତ କର୍ମଚାରୀଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କେବଳ ନେଦରଲ୍ୟାଣ୍ଡ ନୁହେଁ, ଏପରି ବହୁ ରାଷ୍ଟ୍ର ରହିଛି ଯେଉଁଠି ସାଇକେଲ ବ୍ୟବହାର ଉପରେ ବିଭି୍ନ୍ନ ସୁବିଧା ଉପଲବ୍ଧ ହୋଇଥାଏ ।