ETV Bharat / business

2020-21 ରେ ପ୍ରତ୍ୟକ୍ଷ ଟିକସ ଆଦାୟ 9.45 ଲକ୍ଷ କୋଟି

author img

By

Published : Apr 10, 2021, 5:46 PM IST

ବଜେଟରେ ସଂଶୋଧିକ ଅନୁମାନ ଠାରୁ 4.41 ପ୍ରତିଶତ ଅଧିକ ରହିଛି କର ସଂଗ୍ରହ । 2020-21 ରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ 9.45 ଲକ୍ଷ କୋଟି ଟଙ୍କା ରହିଛି । ଅଧିକ ପଢନ୍ତୁ..

2020-21 ରେ ପ୍ରତ୍ୟକ୍ଷ ଟିକସ ଆଦାୟ 9.45 ଲକ୍ଷ କୋଟି
2020-21 ରେ ପ୍ରତ୍ୟକ୍ଷ ଟିକସ ଆଦାୟ 9.45 ଲକ୍ଷ କୋଟି

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2020-21 ରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ 9.45 ଲକ୍ଷ କୋଟି ଟଙ୍କା ରହିଛି । ଯାହାକି ବଜେଟରେ ସଂଶୋଧିକ ଅନୁମାନ ଠାରୁ 4.41 ପ୍ରତିଶତ ଅଧିକ ଅଟେ ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ପିସି ମୋଦି ଶୁକ୍ରବାର କହିଛନ୍ତି କି , ଆୟକର ବିଭାଗ ଆର୍ଥିକ ବର୍ଷ 2020-21 ରେ ପର୍ଯ୍ୟାପ୍ତ ରିଫଣ୍ଡ ଜାରି କରିବା ପରେ ବି ସଂଶୋଧିତ ଅନୁମାନ ଠାରୁ ଅଧିକ କର ସଂଗ୍ରହ କରିଛି । ଆର୍ଥିକ ବର୍ଷ ସମୟରେ ମୋଟ କର୍ପୋରେଟ କର ସଂଗ୍ରହ 4.57 ଲକ୍ଷ କୋଟି ଟଙ୍କା ଥିଲା । ଯେତେବେଳେ କି ମୋଟ ବ୍ୟକ୍ତିଗତ ଆୟକର 4.71 ଲକ୍ଷ କୋଟି ଟଙ୍କା ରହିଛି । ଏହା ବ୍ୟତିତ 16,927 କୋଟି ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (STT)ରୁ ମିଳିଛି ।

ସାଧାରଣ ବଜେଟର ସଂଶୋଧିତ ଅନୁମାନ ଅନୁସାରେ 2020-21 ପାଇଁ ପ୍ରତ୍ୟକ୍ଷ କର ସଂଗ୍ରହ ଭାବେ 9.05 ଲକ୍ଷ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଭଳି ଭାବେ କର ସଂଗ୍ରହ ସଂଶୋଧିତ ଅନୁମାନ ଠାରୁ 5 ପ୍ରତିଶତ ଅଧିକ ରହିଛି । ହେଲେ 2019-20 ରେ ନିର୍ଦ୍ଧାରିତ କରାଯାଇଥିବା ଲକ୍ଷ୍ୟ ଠାରୁ 10 ପ୍ରତିଶତ କମ ରହିଛି ।

ମୋଦି କହିଛନ୍ତି କି ବିଭାଗ କାଗଜ କାର୍ଯ୍ୟନୁଷ୍ଠାନ ବୋଝକୁ କମ କରିବା ଓ କରଦାତାଙ୍କୁ ସୁଲଭ ସେବା ପ୍ରଦାନ ପାଇଁ ଅନେକ ଉପାୟ କରିଛି । ଯାହାର ପ୍ରଭାବ ଗତ ଆର୍ଥିକ ବର୍ଷର କର ସଂଗ୍ରହରେ ଦେଖିବାକୁ ମିଳିଛି । ଗତ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ର 9.45 ଲକ୍ଷ କୋଟି ଟଙ୍କା ରହିଛି । ରିଫଣ୍ଡ ଜାରି କରିବାରେ ଏହା ପୂର୍ବ ବର୍ଷ ତୁଳନାରେ 42 ପ୍ରତିଶତର ବୃଦ୍ଧି ହୋଇଛି । ଅର୍ଥମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି କୋଭିଡ-19 ମହାମାରୀ ଆହ୍ବାନ ପେ ବି ନିଟ ପ୍ରତ୍ୟକ୍ଷ କର ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.