ସାନ ଫ୍ରାନ୍ସସ୍କୋ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସକୁ ପଛରେ ପକାଇ ଟେସଲା ମୁଖ୍ୟ ଏଲନ୍ ମସ୍କ ହେଲେ ଦୁନିଆର ଦ୍ବିତୀୟ ବୃହତ୍ତମ ଧନୀ ବ୍ୟକ୍ତି । ସୋମବାର ଜାରି ବ୍ଲୁମବର୍ଗର ବିଲିନେୟର ଇଣ୍ଡେକ୍ସରେ ମସ୍କଙ୍କୁ ପ୍ରଥମ ଥର ବିଲ ଗେଟସଙ୍କ ଉପରେ ରଖାଯାଇଛି ।
ରିପୋର୍ଟ ଅନୁସାରେ ମସ୍କଙ୍କ ମୋଟ ସମ୍ପତ୍ତି 127.9 ଅରବ ଡଲାରର ରହିଛି । ସେହିଭଳି ଗେଟସଙ୍କ ମୋଟ ସମ୍ପତ୍ତି 123.7 ଅରବ ଡଲାର ରହିଛି । ତେବେ ମସ୍କଙ୍କ ମୋଟ ସମ୍ପତ୍ତିରେ ବୃଦ୍ଧିର କାରଣ ହେଉଛି ଇଲୋକ୍ଟ୍ରୋନିକ କାର ନିର୍ମାଣ କମ୍ପାନୀ ଟେସଲାର ସେୟାରର ବୃଦ୍ଧି ହୋଇଛି । ସୋମବାର ଏହାର ବଜାର ପୁଞ୍ଜି 500 ଅରବ ଡଲାର ପାଖାପାଖୀ ପହଞ୍ଚିସାରିଛି ।
49 ବର୍ଷୀୟ ଏହି ଉଦ୍ୟୋଗପତି 2020 ଜାନୁଆରୀ ପରଠୁ ନିଜର ନେଟୱର୍ଥରେ 100 ଅରବ ଡଲାରରୁ ଅଧିକ ବୃଦ୍ଧି କରିଛନ୍ତି । ଯେଉଁଥିପାଇଁ ସେ ଦୁନିଆର ସବୁଠୁ ଧନୀ 500 ବ୍ୟକ୍ତିଙ୍କ ସୂଚୀରେ ଦ୍ରୁତ ଗତିରେ ଆଗକୁ ଯାଉଛନ୍ତି ।
ତେବେ ମସ୍କ ଓ ଗେଟଙ୍କ ମଧ୍ୟରେ ଏହି ସମୟରେ ଅଧିକ ପାର୍ଥକ୍ୟ ନାହିଁ । ହୋଇପାରେ କି ଆଗାମୀ ସମୟରେ ଏମାନଙ୍କ ସ୍ଥାନରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
ଆମାଜନ ସିଇଓ ଜେଫ ବେଜୋସ ଏହି ସୂଚୂକେ ନେଟୱର୍ଥ 182 ଅରବ ଡଲାର ସହ ପ୍ରଥମ ଧନୀ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି ।