ETV Bharat / business

110 ଲକ୍ଷ କୋଟି ଟଙ୍କା ବ୍ୟୟରେ ହେବ ମଲ୍ଟି ମଡେଲ ଭିତ୍ତିଭୂମି ପ୍ରକଳ୍ପ - ଭିଭିତ୍ତିଭୂମି ପାଇଁ ନିବେଶ

ଦେଶକୁ ଆଧୁନିକତା ଆଡକୁ ଦ୍ରୁତ ଗତିରେ ଆଗେଇ ନେବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ପାଇଁ ଭିତ୍ତିଭୂମି କ୍ଷେତ୍ରକୁ ଏକ ନୂତନ ଦିଗ ଦେବାର ଆବଶ୍ୟକତା ରହିଛି ବୋଲି ପିଏମ ଦର୍ଶାଇଛନ୍ତି। ଅଧିକ ପଢନ୍ତୁ..

110 ଲକ୍ଷ କୋଟି ଟଙ୍କା ବ୍ୟୟରେ ହେବ  ମଲ୍ଟି ମଡେଲ ଭିତ୍ତିଭୂମି ପ୍ରକଳ୍ପ

author img

By

Published : Aug 15, 2020, 4:34 PM IST

ନୂଆଦିଲ୍ଲୀ: ‘‘ ବର୍ତ୍ତମାନ ସମୟ ଆସିଛି ଭିତ୍ତିଭୂମି କ୍ଷେତ୍ରରେ ବିଚ୍ଛିନ୍ନ ଭାବରେ କାର୍ଯ୍ୟ କରିବାର ଯୁଗ ସମାପ୍ତ କରିବା । ଏଥିପାଇଁ ସମଗ୍ର ଦେଶକୁ ମଲ୍ଟି ମଡେଲ କନେକ୍ଟିଭିଟି ଭିତ୍ତିଭୂମି ସହିତ ଯୋଡିବା ପାଇଁ ଏକ ବହୁତ ବଡ ଯୋଜନା ପ୍ରସ୍ତୁତ କରାଯାଇଛି । 74ତମ ସ୍ବାଧୀନତା ଦିବସରେ ଐତିହାସିକ ଲାଲକିଲାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଆହ୍ବାନ ଦେଇଛନ୍ତି ।

ସେ କହିଛନ୍ତି କି, ଦେଶ ପାଇଁ ଆବଶ୍ୟକୀୟ ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପ୍ରୋଜେକ୍ଟ (ଏନଆଇପି) ପୂରଣ ହେବ । ଗତ 5 ବର୍ଷରେ ଦେଶରେ ଦେଢ ଲକ୍ଷ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସହ ଯୋଡାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି କି ଦେଶରେ ନୂଆ ଜାତୀୟ ସାଇବର ସୁରକ୍ଷା ରଣନୀତିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ ମେକ ଇନ ଇଣ୍ଡିଆ ସହ ମେକ ଫର ୱାଲ୍ଡ (ବିଶ୍ବ ପାଇଁ ବିନିର୍ମାଣ) ନାରା ଯୋଡିଛନ୍ତି ।

ଆର୍ଥିକ ପଲିସିରେ ସୁଧାର ଓ ଭିତ୍ତିଭୂମି ଢାଞ୍ଚାର ବିକାଶ ସହ ବିଶ୍ବ ଯୋଗାଣ ଶୃଙ୍ଖଳାରେ ବିନିର୍ମାଣର ଏକ ପ୍ରମୁଖ କେନ୍ଦ୍ର ରୂପେ ପ୍ରସ୍ତୁତ ପାଇଁ ଭାରତ ସଂକଳ୍ପ ନେଇଛି । ଦେଶ 130 କୋଟି ଜନତାଙ୍କ ସାମର୍ଥ୍ୟ ସହ ମେକ ଫର ୱାଲ୍ଡ ଦିଶାରେ ପ୍ରଗତି ପାଇଁ ସକ୍ଷମ ।

ଏଣୁ ଦେଶକୁ ଆଧୁନିକତା ଆଡକୁ ଦ୍ରୁତ ଗତିରେ ଆଗେଇ ନେବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ପାଇଁ ଭିତ୍ତିଭୂମି କ୍ଷେତ୍ରକୁ ଏକ ନୂତନ ଦିଗ ଦେବାର ଆବଶ୍ୟକତା ରହିଛି ବୋଲି ପିଏମ ଦର୍ଶାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.