ETV Bharat / business

ବିଶ୍ବର ଧନୀ ତାଲିକା: 17ରେ ମୁକେଶ, 34ରେ ରାଧାକିଷ୍ଣନ

ଫୋବର୍ସର ସଦ୍ୟ ବିଶ୍ବ ଧନୀ ତାଲିକାର 17ତମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏହି ତାଲିକାରେ ଦ୍ବିତୀୟ ଧନୀ ଭାରତୀୟ ଭାବେ 34 ନମ୍ବରରେ ଡି-ମାର୍ଟ ପ୍ରତିଷ୍ଠାତା ରାଧାକିଷ୍ଣନ ଦମାନୀ ରହିଛନ୍ତି ।

author img

By

Published : Apr 9, 2020, 7:21 PM IST

Mukesh Ambani
ବିଶ୍ବର ଧନୀ ତାଲିକା: 17 ରେ ମୁକେଶ 34 ରେ ରାଧାକିଶନ

ନୂଆଦିଲ୍ଲୀ . ଫୋବର୍ସର ସଦ୍ୟ ବିଶ୍ବ ଧନୀ ତାଲିକାର 17ତମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଥିସହ ସେ ଭାରତର ସବୁଠୁ ବଡ ଧନୀ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହି ତାଲିକାରେ ଦ୍ବିତୀୟ ଧନୀ ଭାରତୀୟ ଭାବେ 34 ନମ୍ବରରେ ଡି-ମାର୍ଟ ପ୍ରତିଷ୍ଠାତା ରାଧାକିଷ୍ଣନ ଦମାନୀ ରହିଛନ୍ତି ।

ଅମ୍ବାନୀଙ୍କ ମୋଟ ସମ୍ପତ୍ତି 44.3 ଅରବ ଡଲାର ରହିଛି । ତାଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରାଜସ୍ବ ପାଖାପାଖି 88 ଅରବ ଡଲାର । ଏଥିସବ ରିଲାଏନ୍ସ ଟେଲିକମ ଇଣ୍ଡଷ୍ଟ୍ରିଜ ଜିଓ ତାଙ୍କ ଆୟର ବଡ ଉତ୍ସ ସାଜିଛି । ରିପୋର୍ଟରେ କୁହାଯାଇଛି ଯେ, ବମ୍ପର ଅଫସ ସହ ଜିଓ ତାର ଗ୍ରାହକଙ୍କ ସଂଖ୍ୟା 34 କୋଟିରେ ପହଞ୍ଚାଇଲାଣି ।

ସେହିଭଳି ଏହି ସୂଚୀର ଦ୍ବିତୀୟ ଭାରତୀୟ ମୁମ୍ବାଇର ବଡ ନିବେଶକ ରାଧାକିଷ୍ଣନ ଦମାନୀଙ୍କ ମୋଟ ସମ୍ପତ୍ତି ମୁଲ୍ୟ ମୋଟ 16.6 ଅରବ ଡଲାର ରହିଛି । ଦମାନି ଆଭେନ୍ୟୁ ସୁପରମାର୍କେଟ ଲିମିଟେଡ ବା ଡିମାର୍ଟର ପ୍ରତିଷ୍ଠାତା ।

ଏଥିସହ ଏହି ତାଲିକାରେ 114 ନମ୍ବରରେ ରହିଥିବା ତୃତୀୟ ଭାରତୀୟ ଏଚସିଏଲ ପ୍ରତିଷ୍ଠାତା ଶିବ ନାଦର । ଯାହାର ମୋଟ ସମ୍ପତ୍ତି 12.4 ଅରବ ଡଲାର ରହିଛି । ଏହା ବ୍ୟତିତ ଭାରତୀୟ ବଂଶୋଦ୍ଭବ ହିନ୍ଦୁଜା ବ୍ରଦର୍ସ ମଧ୍ୟ ଏହି ଲିଷ୍ଟରେ 116 ନମ୍ବରରେ ରହିଛନ୍ତି ।

ଏହା ପରେ ବିଶ୍ବ ସ୍ତରରେ ଉଦୟ କୋଟକ 10.7 ଅରବ ଡଲାର ସମ୍ପତ୍ତି ସହ 138 ନମ୍ବରରେ ଓ ଟେଲିକମ କ୍ଷେତ୍ରର ଭେଟରାନ ଶିଳ୍ପପତି ସୁନୀଲ ମିତ୍ତଲ 9.5 ଅରବ ଡଲାର ସହ 154ରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.