ETV Bharat / business

ଅସ୍ତିତ୍ବ ବଞ୍ଚାଇବାକୁ ସଙ୍କଟର ସମ୍ମୁଖୀନ ହୋଇପାରେ MSME - ବିନା ବନ୍ଧକରେ ଋଣ

କୋରୋନାରେ ଅଧିକ ପ୍ରଭାବିତ ଏମଏସଏମଇ ସେକ୍ଟର । ଚାହିଦା ହ୍ରାସ ଯୋଗୁଁ ବିପୁଳ ପରିମାଣରେ କ୍ଷତିର ସମ୍ମୁଖୀନ ହୋଇପାରେ ଏହି ସେକ୍ଟର । ଫଳରେ ତିଷ୍ଠି ରହିବାକୁ ଚ୍ୟାଲେଞ୍ଜର ସମ୍ମୁଖୀନ କରିବ ଏମଏସଏମଇ । ଅଧିକ ପଢନ୍ତୁ..

msme sector may face survival crisis crisil
ଅସ୍ତିତ୍ବ ବଞ୍ଚାଇବାକୁ ସଙ୍କଟର ସମ୍ମୁଖୀନ ହୋଇପାରେ MSME
author img

By

Published : Jun 22, 2020, 2:48 PM IST

ମୁମ୍ବାଇ: ଆର୍ଥିକ ବର୍ଷ 2020-21ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡପି ) 5 ପ୍ରତିଶତ ହ୍ରାସ ଆଶଙ୍କା ରହିଛି । ଫଳରେ ଭାରତୀୟ ଉଦ୍ୟୋଗ ଜଗତର ରାଜସ୍ବ 15 ପ୍ରତିଶତ କମିପାରେ । ଆଉ ଏହି ସ୍ଥିତି ଦେଶର କ୍ଷୁଦ୍ର , ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ଏକ ବଡ ସଙ୍କଟ ସୃଷ୍ଟି କରିପାରେ ।

ସୋମବାର କ୍ରିସିଲ ଜାରି କରିଥିବା ଏକ ରିପୋର୍ଟରେ ଏ ନେଇ କୁହାଯାଇଛି । ଏଥିରେ ଦର୍ଶାଯାଇଛି କି ରିଜର୍ଭ ବ୍ୟାଙ୍କ ଓ ଅର୍ଥମନ୍ତ୍ରାଳୟ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛି , ତାହା ଦ୍ବାରା ମଧ୍ୟ ଏତେଟା ସାହାରା ନ ମିଳିପାରେ । କାରଣ ଏହି ଉପାୟ ଦ୍ବାରା ଚାହିଦାକୁ ତୀବ୍ର ବେଗରେ ବୃଦ୍ଧି କରାଯାଇପାରିବ ନାହିଁ ।

ଚାହିଦା ବୃଦ୍ଧି କରିବା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଘରୋଇ ରେଟିଂ ଏଜେନ୍ସି କ୍ରିସିଲର ଅନୁସନ୍ଧାନ ବ୍ରାଞ୍ଚର ଏହି ରିପୋର୍ଟରେ କୁହାଯାଇଛି କି , ଏଭଳି ପରିସ୍ଥିତିରେ ଏମଏସଏମଇ ସେକ୍ଟର ରାଜସ୍ବରେ 21 ପ୍ରତିଶତ ପର୍ଯ୍ୟନ୍ତ କ୍ଷତିର ସାମ୍ନା କରିବାକୁ ପଡିପାରେ । ଫଳରେ ଏହାର ଅପରେଟିଂ ଲାଭ ଲାଭ 4 ରୁ 5 ପ୍ରତିଶତକୁ ହ୍ରାସ ହୋଇିବ ।

କୋରୋନା ଭାଇରସ ସଙ୍କଟରୁ ମୁକୁଳିବା ପାଇଁ ସରକାର ଏମଏସଏମଇ ସେକ୍ଟର ପାଇଁ କିଛି ଉପାୟର ଘୋଷଣା କରିଛି । ଏହି ସେକ୍ଟରକୁ ବୁଷ୍ଟର ଦେବା ପାଇଁ ବିନା ଗ୍ୟାରେଣ୍ଟିରେ 3 ଲକ୍ଷ କୋଚଟି ଋଣ ଉପଲବ୍ଧ ପାଇଁ ବ୍ୟବସ୍ଥା କରିଛନ୍ତି । ହେଲେ ଏ ନେଇ ରିପୋର୍ଟରେ ଦର୍ଶାଯାଇଛି କି ଅର୍ଥବ୍ୟବସ୍ଥାରେ ଦୁର୍ବଳ ଚାହିଦା ଯୋଗୁଁ ଲଘୁ ବ୍ୟବସାୟଙ୍କୁ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ସବୁଠୁ ବଡ ଝଟକା କ୍ଷୁଦ୍ର ଉଦ୍ୟୋଗକୁ ଲାଗିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.