ETV Bharat / business

ଚଳିତ ଆର୍ଥିକ ବର୍ଷ ଖୁଚୁରା ମୁଦ୍ରାସ୍ଫୀତି 5.1% ରହିପାରେ: ଆରବିଆଇ - RBI projects

କୋଭିଡ ପ୍ରତିହିତ ପାଇଁ ବଢୁଛି କଟକଣା । ଆଉ ଏହାର ପ୍ରଭାବରେ ବୃଦ୍ଧି ହେଉଛି ଦରଦାମ । ଫଳରେ ଚଳିତ ଆର୍ଥିକ ବର୍ଷ ଖୁଚୁରା ମୁଦ୍ରାସ୍ପୀତି ଆକଳନ ବଢାଇଲା ଆରବିଆଇ । ଅଧିକ ପଢନ୍ତୁ..

ଚଳିତ ଆର୍ଥିକ ବର୍ଷ ଖୁଚୁରା ମୁଦ୍ରାସ୍ଫୀତି 5.1% ରହିପାରେ : ଆରବିଆଇ

author img

By

Published : Jun 4, 2021, 5:50 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ 2021-22 ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର 5.1 ପ୍ରତିଶତ ରହିବ । ଏ ନେଇ ଶୁକ୍ରବାର ମୁଦ୍ରା ନୀତି ବୈଠକରେ ଅନୁମାନ କରିଛି ଆରବିଆଇ ।

ତେବେ ମୁଦ୍ରାନୀତି କମିଟି (ଏମପିସି) ମୁଦ୍ରାସ୍ଫୀତି କୁ 4 ପ୍ରତିଶତ ( 2 ପ୍ରତିଶତ ଉପରେ କିମ୍ବା ତଳେ ) ଭିତରେ ରଖିବା ଲକ୍ଷ୍ୟର ଅନୁରୂପ । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସର ମୁଦ୍ରାନୀତି ସମୀକ୍ଷା କୁ ଉପସ୍ଥାପନ କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋରେଟ ହାରକୁ 4 ପ୍ରତିଶତରେ ସ୍ଥିର ରଖିବାକୁ ଘୋଷଣା କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟ 3.35% ରେ ସ୍ଥିର ରହିଛି ।

ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ମୁଦ୍ରାସ୍ଫୀତି 5.2 ପ୍ରତିଶତ, ଦ୍ବିତୀୟରେ 5.4 ପ୍ରତିଶତ , ତୃତୀୟରେ 4.7 ପ୍ରତିଶତ ଓ ଚତୁର୍ଥ ତ୍ରୟମାସରେ 5.3 ପ୍ରତିଶତ ରହିବା ଅନୁମାନ ରହିଛି । ଗଭର୍ଣ୍ଣର କହିଛନ୍ତି କି, ଏବେ ସୁଦ୍ଧା ଯେଉଁସବୁ ଉପାୟ କରାଯାଇଛି , ଆଉ ଏଥିସହ ମୁଦ୍ରାସ୍ପୀତି ଉପର ଆଡକୁ ଯିବା ବିପଦ ଉପରେ ବିଚାର କରିବା ପରେ ଚଳିତ ଆର୍ଥିକ ବର୍ଷରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି 5.1 ପ୍ରତିଶତ ରହିବା ଅନୁମାନ ରହିଛି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି କି, ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର 600 ଅରବ ଡଲାର ଉପରକୁ ଡେଇଁଛି । ଆରବିଆଇ ଜୁନ 17 ରେ 40 ହଜାର କୋଟି ଟଙ୍କାର ସରକାରୀ ସିକ୍ୟୁରିଟିର କ୍ରୟ କରିବ । ଦ୍ବିତୀୟ ତ୍ରୟମାସରେ 1.20 ଲକ୍ଷ କୋଟି ଟଙ୍କାର ସିକ୍ୟୁରିଟି କିଣିବ ।

କୋଭିଡ-19 ମହାମାରୀର ଦ୍ବିତୀୟ ଲହର ଗୁରୁତର ପ୍ରଭାବରେ ସମଗ୍ର ଦେଶରେ ଆର୍ଥିକ ଗତିବିଧି ଉପରେ ପ୍ରତିବନ୍ଧକ ଲାଗୁଛି । ଫଳରେ ମୁଦ୍ରାସ୍ଫୀତି ଗ୍ରାଫ ଉପରମୁହାଁ ହେବା ସମ୍ଭାବନା ରହିଛି ।

ଏଭଳି ପରିସ୍ଥିତିରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଯୋଗାଣ ପାର୍ଶ୍ବ ପ୍ରତିବନ୍ଧକରୁ ରକ୍ଷା କରିବାର ଆବଶ୍ୟକତା ରହିଛି । ଏଥିସହ ଆହୁରୀ ପ୍ରସ୍ତୁତିର ଆବଶ୍ୟକତା ରହିଛି । କେନ୍ଦ୍ର ସହ ରାଜ୍ୟକୁ ଏଥର ସମାନ ଭାବେ ଉପାୟ କରିବାକୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.