ETV Bharat / business

ମୁଡ ବଦଳାଇଲା ମୁଡିସ, ଅର୍ଥନୀତି 11.5 ପ୍ରତିଶତ ହ୍ରାସ ଅନୁମାନ

author img

By

Published : Sep 11, 2020, 7:06 PM IST

2020-21 ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ଅନୁମାନକୁ ପୁଣି ସଂଶୋଧନ କରିଛି ମୁଡିସ । ପୂର୍ବରୁ ଜିଡିପି 4 ପ୍ରତିଶତ ହ୍ରାସ ନେଇ ଅନୁମାନ ରହିଥିଲା ବେଳେ ଏବେ ଏହା 11.5 ପ୍ରତିଶତ ନେଇ ଆକଳନ ହୋଇଛି । ଅଧିକ ପଢନ୍ତୁ..

ମୁଡ ବଦଳାଇଲା ମୁଡିସ, ଅର୍ଥନୀତି 11.5 ପ୍ରତିଶତ ହ୍ରାସ ଅନୁମାନ
ମୁଡ ବଦଳାଇଲା ମୁଡିସ, ଅର୍ଥନୀତି 11.5 ପ୍ରତିଶତ ହ୍ରାସ ଅନୁମାନ

ନୂଆଦିଲ୍ଲୀ: ଚଳିକ ଆର୍ଥିକ ବର୍ଷର ଅଭିବୃଦ୍ଧି ଅନୁମାନ ହ୍ରାସ କରିଛି ମୁଡିସ ଇନଭେଷ୍ଟମେଣ୍ଟ ସର୍ଭିସ । ପୂର୍ବରୁ ଜିଡିପି 4 ପ୍ରତିଶତ ହ୍ରାସ ନେଇ ଅନୁମାନ କରାଯାଇଥିଲା ବେଳେ ଶୁକ୍ରବାର ଏହାକୁ ସଂଶୋଧନ କରି ରିପୋର୍ଟ ପ୍ରକାଶ ହୋଇଛି । ନୂଆ ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥବ୍ୟବସ୍ଥା 11.5 ପ୍ରତିଶତକୁ ସଙ୍କୋଚନ କରାଯାଇଛି ।

ଏଜେନ୍ସିର କହିବା ଅନୁସାରେ କମ ଗ୍ରୋଥ , ଅଧିକ ଋଣ ବୋଝ ଏବଂ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ଯୋଗୁଁ ଭାରତର କ୍ରେଡିଟ ପ୍ରୋଫାଇଲ ଉପରେ ଚାପ ବଢୁଛି । କୋରୋନା ଭାଇରସ ମହାମାରୀ ଯୋଗୁଁ ବିପଦ ଘନେଇବାରେ ଲାଗିଛି ।

ମୁଡିସ କହିଛି ଯେ ଅର୍ଥନୀତି ଓ ଅର୍ଥ ପ୍ରଣାଳୀରେ ଗଭୀର ଚାପ ଯୋଗୁଁ ସ୍ଥିତିକୁ ଆହୁରି ଖରାପ ହୋଇପାରେ । ଯାହା ଦ୍ବାରା କ୍ରେଡିଟ ପ୍ରୋଫାଇଲ ଉପରେ ଚାପ ଆହୁରୀ ବଢିପାରେ । 2021-22 ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି 10.6 ପ୍ରତିଶତ ବୃଦ୍ଧି ପାଇବ ବୋଲି ଏଜେନ୍ସି ପୂର୍ବାନୁମାନ କରିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ମଧ୍ୟରେ ଜିଡିପି 23.9 ପ୍ରତିଶତ ଖସିଥିବା ରିପୋର୍ଟ ପ୍ରକାଶ ପାଇଛି ।ଏହା ପରେ ଭାରତୀୟ ରେଟିଂ ଏଜେନ୍ସି ମାନେ ଭାରତ ଅର୍ଥନୀତିକୁ ନେଇ ସଂଶୋଧିତ ଆକଳନ କରିଛନନ୍ତି । ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି 10.5 ପ୍ରତିଶତ ରହିବ ବୋଲି ଫିଚ ଆକଳନ କରିଛି । ପୂର୍ବରୁ ଏହି ଆକଳନ 5 ପ୍ରତିଶତ ବୋଲି ଉଲ୍ଲେଖ ରହିଥିଲା । ସେହିପରି ଘରୋଇ ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ ପ୍ରକାଶ କରିଛି କି , 2020-21ରେ ଭାରତର ଅଭିବୃଦ୍ଧି ହାର 11.8 ପ୍ରତିଶତ କମିବ । ପୂର୍ବରୁ ଏହାକୁ 5.3 ପ୍ରତିଶତ ଖସିବା ନେଇ ଆନୁମାନ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.