ETV Bharat / business

କୋରନା କବଳରେ ଅର୍ଥନୀତି, ପଦକ୍ଷେପ ନେବାକୁ ପ୍ରସ୍ତୁତ ଆରବିଆଇ - coronavirus impact

ବିଶ୍ବ ବଜାରକୁ ବେକାବୁ କଲାଣି କୋରୋନା ଭୟ । ସେୟାର ବଜାର ସୂଚକାଙ୍କ ହ୍ରାସ ପାଉଥିବା ବେଳେ ବିଭିନ୍ନ ଶିଳ୍ପ ଓ ସଂସ୍ଥା କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି । ଏଭଳି ସ୍ଥିତିର ମୁକାବିଲା ପାଇଁ ଆରବିଆଇ ପ୍ରସ୍ତୁତ ନେଇ ଦର୍ଶାଇ ଅର୍ଥବ୍ୟବସ୍ଥାକୁ ଉପଶମ ଦେଇଛି ।

Monitoring coronavirus impact on financial markets
କୋରନା କବଳରେ ଅର୍ଥନୀତି, ପଦକ୍ଷେପ ନେବାକୁ ପ୍ରସ୍ତୁତ ଆରବିଆଇ
author img

By

Published : Mar 3, 2020, 6:50 PM IST

ମୁମ୍ବାଇ: କୋରନା କବଳରେ ବିଶ୍ବ ଅର୍ଥନୀତି । କ୍ଷୁଦ୍ର ସଂସ୍ଥା ଠାରୁ ବଡ ବଡ ଉଦ୍ୟୋଗ କ୍ଷତିଗ୍ରସ୍ତ । ଏହି ମାରାତ୍ମକ ପ୍ରାଣଘାତୀ ଭାଇରସ ଯୋଗୁଁ ପୁଞ୍ଜିବଜାରରେ ମାଡି ଆସିଲାଣି ଝଡ । ନିବେଶକ ଠାରୁ ବିଶ୍ବର ପ୍ରମୁଖ ବିଲିୟନାରୀ ସମସ୍ତେ ଆକଙ୍କିତ । ତେବେ ଏହାର ପ୍ରଭାବକୁ ନେଇ ବିଶ୍ବ ସହ ଘରୋଇ ସ୍ଥିତି ଉପରୁ ଆଖି ହଟାଉନି ଭାରତୀୟ ରିଜର୍ଭ ବ୍ୟାଙ୍କ । ଶୀଥିଳ ଆର୍ଥିକ ସ୍ଥିତିକୁ ସୁଧାରିବା ପରିପେକ୍ଷୀରେ ମଙ୍ଗଳବାର ଏ ନେଇ ସୂଚନା ଦେଇ ଆଶ୍ବସ୍ତି କରିଛି ଆରବିଆଇ ।

ଆର୍ଥିକ ବଜାରଗୁଡିକ ଯେପରି ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବ , ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ବ୍ୟାଙ୍କ ପ୍ରସ୍ତୁତ ବୋଲି ଦର୍ଶାଇଛି । ଆରବିଆଇ ଏକ ବୟାନରେ କହିଛି ଯେ, କୋରୋନା ଭାଇରସ ସଂକ୍ରମଣ ସହ ବିଶ୍ବ ସ୍ତରର ଆର୍ଥିକ ବଜାରରେ ହ୍ରାସ-ବୃଦ୍ଧି ଦେଖିବାକୁ ମିଳିଛି । କାରଣ ନିବେଶକ ବଜାରରୁ ଟଙ୍କା ଉଠାଇ ସୁରକ୍ଷିତ ସ୍ଥାନରେ ନିବେଶ ପାଇଁ ଇଚ୍ଛା କରୁଛନ୍ତି ।

ବିଶ୍ବ ଓ ଘରୋଇ ଗତିବିଧି ଉପରେ ଅତି ନିକଟରୁ ନଜର ରଖିବା ସହ ବଜାର ବ୍ୟାବସ୍ଥାକୁ ସୁଧାରିବା ଓ ନିବେଶକଙ୍କ ଭରସା ବଜାୟ ରଖିବା ଏବଂ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ନେଇ ଉପଯୁକ୍ତ ପଦକ୍ଷେପ ପାଇଁ ଆରବିଆଇ ପ୍ରୟାସ କରୁଛି ବୋଲି କୁହାଯାଇଛି ।

ଚୀନରେ ଦେଖାଦେଇଥିବା କୋରୋନା ଭାଇରସ ସଙ୍କଟ ଅନ୍ୟ ଦେଶକୁ ମାଡିବାରେ ଲାଗିଛି । ଫଳରେ ଦେଶଗୁଡିକ ପ୍ରତିକାରମୂଳକ ପଦକ୍ଷେପ ଆପଣାଉଛନ୍ତି । ଇରାନରେ ଏହି ଭାଇରସ ଅଧିକ ମାତ୍ରାରେ ବ୍ୟାପୁଥିବାରୁ ବହୁ ରାଷ୍ଟ୍ର ଏଠାକୁ ଯାତ୍ରା ବ୍ୟାନ କରିଛନ୍ତ । ଏପଟେ ଭାରତରେ ମଧ୍ୟ 2 କୋରୋନା ଭାଇରସ ଆକ୍ରନ୍ତ ରୋଗୀ ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.