ETV Bharat / business

ଆହୁରୀ 30% ବଢିପାରେ ମୋବାଇଲ ବିଲ

author img

By

Published : Jan 21, 2020, 12:57 PM IST

ଏଣିକି ମୋବାଇଲ ଚଲାଇବା ପଡିବ ମହଙ୍ଗା। କଲ ଠାରୁ ଡାଟା ପାଇଁ ଗଣିବାକୁ ହେବ ମୋଟା ଟଙ୍କା। କାରଣ ଆଗକୁ ଆଗକୁ 30 ପ୍ରତିଶତ ଟାରିଫ ବଢାଇ ପାରନ୍ତି ଟେଲିକମ କମ୍ପାନୀ।

mobile bill may increase by 30 this year
ଆହୁରୀ 30% ବଢିପାରେ ମୋବାଇଲ ବିଲ

ନୂଆଦିଲ୍ଲୀ: ଚିନ୍ତାରେ ଟେଲିକମ କମ୍ପାନୀ। ଏଜିଆର(AGR-Adjusted Gross Revenue) ବକେୟା ପୈଠ ପାଇଁ ସେମାନଙ୍କୁ ଅଧିକ ଫଣ୍ଡର ଆବଶ୍ୟକତା ରହିଛି। ଆଉ ଏଥିପାଇଁ ଆହୁରି ବଢାଇପାରନ୍ତି ମୋବାଇଲ ଟାରିଫ। ଯାହା ଫଳରେ ଚଳିତ ବର୍ଷ ଶେଷ ସୁଦ୍ଧା ଉପଭୋକ୍ତାଙ୍କ ମୋବାଇଲ ବିଲ 25ରୁ 30 ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବ ବୋଲି ଆଶଙ୍କା ରହିଛି।

ସରକାରଙ୍କୁ ଏଜିଆର ବକେୟା ଦେବା ପାଇଁ 2019 ଅକ୍ଟୋବର 24ରେ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଅଣଟେଲିକମ ରାଜସ୍ବ ଆୟରୁ ସରକାର ବକେୟା ଦାବି କରିପାରନ୍ତି ବୋଲି ମଧ୍ୟ କୁହାଯାଇଛି। ଏନେଇ ଭୋଡାଉୋନ, ଆଇଡିଆ ଓ ଭାରତୀ ଏୟାରଟେଲ ଭଳି ଟେଲିକମ କମ୍ପାନୀ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ। ହେଲେ ସେମାନଙ୍କ ଆବେଦନ ଖାରଜ ସହ କୋର୍ଟରୁ କୌଣସି ଆଶ୍ବସ୍ଥି ମିଳିନାହିଁ। ବର୍ତ୍ତମାନ ସେମାନେ ଏଜିଆର ଟଙ୍କା ଦେବା ପାଇଁ ବାଧ୍ୟ। ଏଥିପାଇଁ ଅଧିକ ଟଙ୍କା ଦରକାର । ଆଉ ଏହାର ବିକଳ୍ପ ହେଉଛି ମୋବାଇଲ ସେବା ଦାମ ବୃଦ୍ଧି।

ଉପଭୋକ୍ତାଙ୍କ ପିଛା ହାରାହାରି ରାଜସ୍ବ(ଏୟାରପିୟୁ) ବହୁତ କମ ରହିଛି। ଏପରିକି ଅନ୍ୟ ପ୍ରମୁଖ ଦେଶ ତୁଳନାରେ ଭାରତରେ ଟେଲିକମ ସେବା ଉପରେ ସବସ୍କ୍ରାଇବରଙ୍କ ଖର୍ଚ୍ଚ ବହୁତ କମ। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଟାରିଫ ବଢାଇପାରନ୍ତି ବୋଲି କୁହାଯାଇଛି।

କହିରଖୁଛୁ ଯେ, ଗତ ବର୍ଷ ଶେଷ ବେଳକୁ ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ, ରିଲାଏନ୍ସ ଜିଓ ଆଦି ସେମାନଙ୍କ ପ୍ରିପେଡ ଟାରିଫ 14-33 ପ୍ରତିଶତ ବଢାଇଛନ୍ତି। ଯାହାକି 3 ବର୍ଷରେ ପ୍ରଥମ ଅଭିବୃଦ୍ଧି। ଏଥିଯୋଗୁଁ କମ୍ପାନୀକୁ ଏୟାରପିୟୁ 120 ଟଙ୍କାରୁ ବୃଦ୍ଧି ପାଇଁ 160 ଟଙ୍କାରେ ପହଞ୍ଚିଛି। ହେଲେ ଏବେ ବି ବକେୟା ଟଙ୍କା ଏକଜୁଟ ପାଇଁ କମ୍ପାନୀ ବିଶେଷ କରି ଭୋଡାଫୋନ-ଆଇଡିଆଙ୍କୁ କଷ୍ଟ ହେଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.