ETV Bharat / business

ଅଭିବୃଦ୍ଧିମୁହାଁ ଅଟୋ ସେକ୍ଟ, ମାର୍ଚ୍ଚରେ ଡବଲ ହେଲା ବିକ୍ରି - ଗାଡି ବିକ୍ରି

ମାର୍ଚ୍ଚ ମାସରେ ଦେଶର ପ୍ରମୁଖ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (MSI) ଓ ଟୋୟଟାର ଭଲ ରହିଛି ପ୍ରଦର୍ଶନ । ଅଧିକ ପଢନ୍ତୁ...

ଅଭିବୃଦ୍ଧିମୁହାଁ ଅଟୋ ସେକ୍ଟ , ମାର୍ଚ୍ଚରେ ଡବଲ ହେଲା ବିକ୍ରି

author img

By

Published : Apr 1, 2021, 8:15 PM IST

ନୂଆଦିଲ୍ଲୀ: ଲକଡାଉନ କୋହଳ ସହ ବଢିଲା କାର ବିକ୍ରି । ମାର୍ଚ୍ଚ ମାସରେ ଦେଶର ପ୍ରମୁଖ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (MSI) ଓ ଟୋୟଟାର ଭଲ ରହିଛି ପ୍ରଦର୍ଶନ । 2020 ମାର୍ଚ୍ଚ ମାସର କାର ବିକ୍ରି ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ ଯାନ ଏ ବର୍ଷ ମାର୍ଚ୍ଚରେ ବିକ୍ରି କରିଛି କମ୍ପାନୀ ।

ଦେଶର ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଗୁରୁବାର କହିଛି କି , ମାର୍ଚ୍ଚ ମାସରେ ଏହାର ବିକ୍ରି 1,67,014 ୟୁନିଟ ରହିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ଡଲବ । କୋରୋନା ଭାଇରସ ମହାମାରୀ ଯୋଗୁଁ ହୋଇଥିବା ଦେଶବ୍ୟାପି ଲକଡାଉନ ମଧ୍ୟରେ ଗତ ବର୍ଷ ମାର୍ଚ୍ଚ ମାସରେ ଏମଏସଆଇର 83,792 ୟୁନିଟ କାର ବିକ୍ରି ହୋଇଥିଲା । ହେଲେ ଏଥର ମାର୍ଚ୍ଚରେ ମୋଟ ଯାନ ବିକ୍ରି 1,67,014 ୟୁନିଟ ଥିଲା ।

‘‘ 2020 ମାର୍ଚ୍ଚରେ ଘରୋଇ ବିକ୍ରି ପ୍ରାୟ 48 ପ୍ରତିଶତ ହ୍ରାସ ହୋଇଥିଲା । ପ୍ରକାଶ କି 2021 ମାର୍ଚ୍ଚରେ ଘରୋଇ ବିକ୍ରି 2019 ମାର୍ଚ୍ଚ ସ୍ତରକୁ ପହଞ୍ଚିପାରିଛି । ମାରୁତି ଅଲ୍ଟୋ, S-Presso ଭଳି ମିନି କାର ସେଗମେଣ୍ଟରେ 2021 ମାର୍ଚ୍ଚ ମାସରେ ବିକ୍ରି 24,653 ୟୁନିଟ ରହିଥିଲା । ଏକ ବର୍ଷ ପୂର୍ବରୁ ଏହି ବିକ୍ରି 15,988 ୟୁନିଟ ଥିଲା ।

ସେହିଭଳି ଟୟୋଟା କିଲୋକ୍ସର ମୋଟର ବିକ୍ରି ମାର୍ଚ୍ଚରେ 15,001 ୟୁନିଟ ରହିଛି । ଏହା କମ୍ପାନୀର 2013 ପରଠୁ ସର୍ବାଧିକ ଘରୋଇ ବିକ୍ରି । ଗତ ବର୍ଷ ମାର୍ଚ୍ଚ ମାସରେ ଟୋୟଟାର ବିକ୍ରି 7,023 ୟୁନିଟ ଥିଲା । 2021 ଫେବୃଆରୀରେ କମ୍ପାନୀ 14,075 ଗାଡି ବିକ୍ରି କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.