ETV Bharat / business

ଗାଡି ଋଣ ପାଇଁ ମହିନ୍ଦ୍ରା ଫାଇନାନ୍ସ ସହ ହାତ ମିଶାଇଲା ମାରୁତି - ମହିନ୍ଦ୍ରା ଫାଇନାନ୍ସ ସହ ମାରୁତିର ବୁଝାମଣା

ମାରୁତି ସୁଜୁକି ଇଣ୍ଡିଆ ଗାଡି ଋଣ ପାଇଁ ମହିନ୍ଦା ଫାଇନାନ୍ସ ସହ ହାତ ମିଳାଇଛି । କୋଭିଡ-19 ସଙ୍କଟ ସମୟରେ ଗ୍ରାହକଙ୍କୁ ଯେପରି କୌଣସି ସମସ୍ୟା ସମ୍ମୁଖୀନ ହେବନାହିଁ ସେଥିପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ..

Maruti ties up with Mahindra Finance for vehicle loans
ଗାଡି ଋଣ ପାଇଁ ମହିନ୍ଦ୍ରା ଫାଇନାନ୍ସ ସହ ହାତ ମିଶାଇଲା ମାରୁତି
author img

By

Published : Jun 9, 2020, 4:35 PM IST

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ(MSI)ଗାଡି ଋଣ ପାଇଁ ମହିନ୍ଦା ଫାଇନାନ୍ସ ସହ ହାତ ମିଶାଇଛି ।

MSI ଏକ ବିବୃତ୍ତିରେ କହିଛି, ଏହି ବୁଝାମଣା ଅନୁସାରେ ଗ୍ରାହକ କାର ଋଣ ପାଇଁ ମହିନ୍ଦ୍ରା ଫାଇନାନ୍ସର ବ୍ୟାପକ ବିକଳ୍ପର ଲାଭ ଉଠାଇପାରିବେ ।

କୋଭିଡ-19 ମହାମାରୀ ମଧ୍ୟରେ ବ୍ୟକ୍ତିଗତ ଗତିବିଧି ବ୍ୟାହତ ହୋଇଛି । ଏପରି ସ୍ଥିତିରେ ଲୋକଙ୍କୁ ସହଜରେ ପାଣ୍ଠି ଯୋଗାଇଦେବା ପାଇଁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି କୁହାଯାଇଛି ।

ଏମଏସଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ ଏବଂ ବିକ୍ରୟ) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, ମହିନ୍ଦ୍ରା ଫାଇନାନ୍ସ ସମଗ୍ର ଭାରତରେ ଏକ ବ୍ୟାପକ ସମ୍ପ୍ରସାରିତ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (NBFC) । ଏଥିରେ ଅର୍ଦ୍ଧ ଗ୍ରାମୀଣ, ଗ୍ରାମାଞ୍ଚଳ ଓ ବିନା ଆୟ ପ୍ରମାଣ ଗ୍ରାହକଙ୍କ ସମେତ ବିଭିନ୍ନ ପ୍ରକାରର ଗ୍ରାହକ ଅଛନ୍ତି । ଆଉ ଏମାନଙ୍କୁ ଋଣ ଦେବା କ୍ଷେତ୍ରରେ ଏହା ଦକ୍ଷତା ହାସଲ କରିଛି ।

ସେ କହିଛନ୍ତି କି, ମାରୁତିର ଖୁଚୁରା ବିକ୍ରିର ଏକ-ତୃତୀୟାଂଶରୁ ଅଧିକ ଭାଗ ଗ୍ରାମୀଣ ଭାରତରୁ ଆସିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.