ETV Bharat / business

ଅକ୍ସିଜେନ ସଙ୍କଟ, ରୋଗୀଙ୍କ ପାଇଁ ପ୍ଲାଣ୍ଟ ବନ୍ଦ କଲା ମାରୁତି

author img

By

Published : Apr 28, 2021, 8:00 PM IST

ମାରୁତି ଏହାର ହରିୟାଣା ସ୍ଥିତ ଫ୍ୟାକ୍ଟ୍ରିକୁ ମେ’ ପହିଲାରୁ 9 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଯାହାଫଳରେ କୋରୋନାର ଗମ୍ଭୀର ରୋଗୀଙ୍କୁ ମେଡିକାଲ ଅକ୍ସିଜେନ ଯୋଗାଣ ହୋଇପାରିବ । ଅଧିକ ପଢନ୍ତୁ..

ଅକ୍ସିଜେନ ସଙ୍କଟ, ରୋଗୀଙ୍କ ପାଇଁ ପ୍ଲାଣ୍ଟ ବନ୍ଦ କଲା ମାରୁତି
ଅକ୍ସିଜେନ ସଙ୍କଟ, ରୋଗୀଙ୍କ ପାଇଁ ପ୍ଲାଣ୍ଟ ବନ୍ଦ କଲା ମାରୁତି

ନୂଆଦିଲ୍ଲୀ: ଅକ୍ସିଜେନ ସଙ୍କଟ ସମୟରେ ସହଯୋଗର ହାତ ବଢାଇଲା ଦେଶର ସର୍ବବୃହତ୍ତକାର ନିର୍ମାତା କମ୍ପାନୀ ମାରୁତି ସୁଜୁକି । କମ୍ପାନୀ ହରିୟାଣା ସ୍ଥିତ ଏହାର ଫ୍ୟାକ୍ଟ୍ରିକୁ ମେ’ ପହିଲାରୁ 9 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଯାହା ଫଳରେ କୋରୋନାର ଗମ୍ଭୀର ରୋଗୀଙ୍କୁ ମେଡିକାଲ ଅକ୍ସିଜେନ ଯୋଗାଣ ହୋଇପାରିବ ।

ତେବେ ଏହି ସମୟ ମଧ୍ୟରେ କମ୍ପାନୀର ଫ୍ୟାକ୍ଟ୍ରିରେ ପ୍ରଡକ୍ସନ ହେବନାହିଁ । ଦେଶରେ କୋରୋନା ମାମଲା ବୃଦ୍ଧି ଯୋଗୁଁ ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଅକ୍ସିଜେନର ଭାରି ସଙ୍କଟ ଦେଖିବାକୁ ମିଳିଛି ।

ମାରୁତି ସୁଜୁକି ଏକ ବିବୃତ୍ତିରେ କହିଛି କି ଏହାର କମ୍ପାନୀରେ କାର ତିଆରି ପାଇଁ ବହୁତ କମ ଅକ୍ସିଜେନର ବ୍ୟବହାର ହେଉଛି । ଯେତେବେଳେ କି ଯନ୍ତ୍ରପାତି ତିଆରି ଲାଗି ଏହି ଗ୍ୟାସର ବ୍ୟାପକ ବ୍ୟବହାର ହୋଇଥାଏ । କମ୍ପାନୀ ଅନୁସାରେ ସମ୍ପ୍ରତି ସ୍ଥିତିରେ ଯାହା ବି ଅକ୍ସିଜେନ ଉପଲବ୍ଧ ରହିଛି ତାହାର ବ୍ୟବହାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ହେବା ଦରକାର । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ମେଣ୍ଟେନେନ୍ସ ପାଇଁ ଫ୍ୟାକ୍ଟ୍ରିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିବା ନିଷ୍ପତ୍ତି ନେଇଛି । ପ୍ରଥମେ ମେଣ୍ଟେନେନ୍ସ ପାଇଁ ଫ୍ୟାକ୍ଟ୍ରିକୁ ଜୁନରେ ବନ୍ଦ କରାଯିବାକୁ ନିର୍ଣ୍ଣୟ ନିଅଯାଇଥିଲା । ହେଲେ ଏବେ ଏହି ପ୍ଲାଣ୍ଟ ମେ 1ରୁ 9 ତାରିଖ ଯାଏଁ ବନ୍ଦ ରହିବ । ସୁଜୁକି ମୋଟର ଗୁଜୁରାଟ ମଧ୍ୟ ଏହି ସମୟରେ ଏହାର ପ୍ଲାଣ୍ଟ ବନ୍ଦ ରଖିବାକୁ ନିର୍ଣ୍ଣୟ ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.