ETV Bharat / business

ଲକଡାଉନ 3.0: ଧରାଶାୟୀ ବଜାର, 2000 ପଏଣ୍ଚରୁ ଉର୍ଦ୍ଧ୍ବ ଖସିଲା ସେନସକ୍ସ

author img

By

Published : May 4, 2020, 5:55 PM IST

ଦେଶରେ ଲକଡାଉନ ଅବଧି ବୃଦ୍ଧି ଯୋଗୁଁ ଘରୋଇ ଆର୍ଥୁକ ଗତିବିଧିରେ ତାଲା ପଡିଛ । ଏହା ଦ୍ବାରା କର୍ପୋରେଟ ଆୟ ପ୍ରଭାବିତ ହେଉଛି । ଯେଉଁଥିପାଇଁ ବଜାର ତଳମୁହାଁ ହେଉଛି । ଅଧିକ ପଢନ୍ତୁ..

markets closed
ଲକଡାଉନ 3.0 : ଧରାଶାୟୀ ବଜାର

ମୁମ୍ବାଇ: କୋରୋନା ଭାଇରସ କାୟା ବିସ୍ତାର ପୁଣି ସେୟାର ବଜାର ଉପରେ ପୁଣି ଦାଉ ସାଧିବା ଆରମ୍ଭ କଲା । ଦୁର୍ବଳ ବିଦେଶୀ ସଙ୍କେତ ଓ ଘରୋଇ ଉତ୍ପାଦନ ଯୋଗୁଁ ସୋମବାର ପୁଞ୍ଜି ବଜାର ଧରାଶାୟୀ ହୋଇପଡିଛି । ଏକ ସମୟରେ ସନସେକ୍ସ 2,030 ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି ମଧ୍ୟ 600 ପଏଣ୍ଚରୁ ଉର୍ଦ୍ଧ୍ବ ଖସିଥିବା ଦେଖିବାକୁ ମିଳିଛି ।

କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 2,002.27 ପଏଣ୍ଟ ହ୍ରାସ ପାଇ 31,715.35 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 566.40 ପଏଣ୍ଟ କମି 9,293.50 ପଏଣ୍ଟରେ ବନ୍ଦ ହୋଇଛି ।

ପ୍ରକାଶ ଯେ, ଗତ କାରବାର ଦିନରେ ସେନସେକ୍ସ 33,717.62 ପଏଣ୍ଟ ଓ ନିଫ୍ଟି 9,859.90 ପଏଣ୍ଟରେ ବନ୍ଦ ହୋଇଥିଲା । ଏହା ବ୍ୟତିତ ଦେଶରେ ଲକଡାଉନ ଅବଧି ବୃଦ୍ଧି ଯୋଗୁଁ ଘରୋଇ ଆର୍ଥୁକ ଗତିବିଧିରେ ତାଲା ପଡିଛ । ଏହା ଦ୍ବାରା କର୍ପୋରେଟ ଆୟ ପ୍ରଭାବିତ ହେଉଛି । ଯେଉଁଥିପାଇଁ ବଜାର ତଳମୁହାଁ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.