ETV Bharat / business

ମାନ୍ଦାବସ୍ଥାରୁ ମୁକୁଳୁଛି ମ୍ୟାନୁଫେକ୍ଚରିଂ ସେକ୍ଟର - ବିନିର୍ମାଣ କମ୍ପାନୀ

ମ୍ୟାନୁଫେକ୍ଚରିଂ ସେକ୍ଟର ଉପରୁ ହଟୁଛି ମାନ୍ଦାବସ୍ଥାର କଳା ବାଦଲ । ଚାହିଦା ଦିଗରେ ସୁଧାର ସହ ବଢୁଛି ବିକ୍ରି । ଅଧିକ ପଢନ୍ତୁ..

ମାନ୍ଦାବସ୍ଥାରୁ ମୁକୁଳୁଛି ମ୍ୟାନୁଫେକ୍ଚରିଂ ସେକ୍ଟର

author img

By

Published : Dec 25, 2020, 8:42 PM IST

ମୁମ୍ବାଇ: ସୁଧୁରୁଛି ବିନିର୍ମାଣ ସେକ୍ଟର । ଚାହିଦା ଦୃଷ୍ଟିରୁ ଏହି ସେକ୍ଟରରେ ଅଭିବୃଦ୍ଧି ଦେଖିବାକୁ ମିଳିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଦର୍ଶାଇଛି । କୋରୋନା ଭାଇରସ ମହାମାରୀରେ ପ୍ରଭାବିତ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ବିକ୍ରି ସଙ୍କୁଚନ 4.3 ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିଛି ।

କୋଭିଡ-19 ସମୟରେ ସମଗ୍ର ଦେଶରେ ଲାଗୁ ଲକଡାଉନ ଯୋଗୁଁ ବିନିର୍ମାଣ କ୍ଷେତ୍ରର ପ୍ରଥମ ତ୍ରୟମାସରେ 41.1 ପ୍ରତିଶତ କ୍ଷତି ହୋଇଛି । ଆର୍ଥିକ ବର୍ଷ 2020-21ର ଦ୍ବିତୀୟ ତ୍ରୟମାସରେ ଘରୋଇ କର୍ପୋରେଟ ସେକ୍ଟରର ପ୍ରଦର୍ଶନ ଅନୁସାରେ ଲୁହା ଓ ଇସ୍ପାଦ , ଖାଦ୍ୟ ଉତ୍ପାଦ , ସିମେଣ୍ଟ, ଅଟୋମୋବାଇଲ ଓ ଔଷଧ କମ୍ପାନୀରେ ସୁଧାର ଆସିଛି ।

ତଥ୍ୟ ମୁତାବକ ଏପ୍ରିଲ-ଜୁନ ମଧ୍ୟରେ ବିନିର୍ମାଣ କମ୍ପାନୀ 5,99,479 କୋଟି ଟଙ୍କାର ବିକ୍ରି କରିଛି । ଯେତେବେଳେ କି ଏହା ପୂର୍ବ ତ୍ରୟମାସରେ ଏହି ସଂଖ୍ୟା 3,97,233 କୋଟି ଟଙ୍କା ଥିଲା ।

ସେହିଭଳି ଏହି ଅବଧିରେ ଆଇଟି ସେକ୍ଟରର ବିକ୍ରି 3.6 ପ୍ରତିଶତ ହାରରେ ସ୍ଥିର ରହିଛି । ଦ୍ବିତୀୟ ତ୍ରୟମାସର ମଧ୍ୟରେ ଅଣ-ଆଇଟି କମ୍ପାନୀ ଓ ଆଇଟି କମ୍ପାନୀର ବିକ୍ରି କ୍ରମଶଃ 80,842 କୋଟି ଓ 1,01,353 କୋଟି ଟଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.