ନୂଆଦିଲ୍ଲୀ: ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ । ଦେଶର ସର୍ବବୃହତ ଅଏଲ ମାର୍କେଟିଂ କମ୍ପାନୀ ବିନା ସବସିଡି ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି କରିଛି ।
ଇଣ୍ଡିଆନ ଅଏଲ କର୍ପୋରେସନ(IOC) ୱେବସାଇଟ ମୁତାବକ, ୧୪.୨କିଲୋର ଅଣ ସବସିଡି ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ପାଖାପାଖି 149 ଟଙ୍କା ବଢିଛି । ସମସ୍ତ ମହାନଗର ନିଗମରେ ଅଣ ସବସିଡି ସିଲିଣ୍ଡର ଦାମ 144.50 ଟଙ୍କାରୁ 149 ଟଙ୍କା ପର୍ଯ୍ୟନ୍ତ ବଢିଛି ।
IOC ୱେବସାଇଟ ଅନୁଯାୟୀ, ଏବେ 14 କିଲୋ ରୋଷେଇ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ, କୋଲକତା, ମୁମ୍ବାଇରେ ଯଥାକ୍ରମେ 144.50, 149, 145 ଟଙ୍କା ବୃଦ୍ଧି ପାଇ 858.50 , 896.00 ଓ 829.50 ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ଏହାର ଦାମ 147 ଟଙ୍କା ବୃଦ୍ଧି ପାଇଁ 881 ଟଙ୍କା ହୋଇଛି ।
ତେବେ ଆପଣଙ୍କ ସହରରେ ଏହାର ଦାମ ଜାଣିବା ପାଇଁ IOC ୱେବସାଇଟକୁ ଯାଇ https://indane.co.in/tarrifs_price.php କ୍ଲିକ କରନ୍ତୁ । ସେଠାରେ ଆପଣଙ୍କୁ Show All Market ଟ୍ୟାବ ଦେଖାଦେବ । ଏହା ଉପରେ ଆପଣ କ୍ଲିକ କରିବା ପରେ ସିଲିଣ୍ଡର ଦାମ ସହ ଜଡିତ ଲିଷ୍ଟ ତଳେ ଦେଖାଦେବ ।
ଏହା ପୂର୍ବରୁ ଜାନୁଆରୀ ପହିଲାରେ ଗ୍ୟାସ ଦାମ ବଢିଥିଲା । ପ୍ରତି ମାସରେ ସବସିଡି ଓ ମାର୍କେଟ ରେଟରେ ପରିବର୍ତ୍ତନ ହୋଇଥାଏ । ହେଲେ ଫେବୃଆରୀ ଆରମ୍ଭରୁ କୌଣସି ପରିବର୍ତ୍ତନ ହୋଇନଥିଲା ।
ପ୍ରକାଶ ଯେ, ରୋଷେଇ ଗ୍ୟାସର ପାଖାପାଖି 27.6 କୋଟି ଉପଭୋକ୍ତା ଅଛନ୍ତି । ଆଉ ଏଥିରୁ ପ୍ରାୟ 2 କୋଟିଙ୍କୁ ସବସିଡି ମିଳୁନାହିଁ ।
(ANI)