ETV Bharat / business

ମହଙ୍ଗା ପରେ ବି 7.3% ବଢିଛି ଏଲପିଜି ଚାହିଦା

ବଢୁଛି ରନ୍ଧନ ଗ୍ୟାସ ଚାହିଦା । ଏପରିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧିନରେ ରହିଥିବା ହିତାଧିକାରୀ ବି ଅଧିକ ପରିମାଣରେ ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି । ଅଧିକ ପଢନ୍ତୁ..

ମହଙ୍ଗା ପରେ ବି..7.3% ବଢିଛି ଏଲପିଜି ଚାହିଦା
ମହଙ୍ଗା ପରେ ବି..7.3% ବଢିଛି ଏଲପିଜି ଚାହିଦା
author img

By

Published : Mar 12, 2021, 4:34 PM IST

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ଦାମ ବୃଦ୍ଧି ପରେ ବି ବଢିଛି ଉପଭୋକ୍ତାଙ୍କ ଚାହିଦା । ଏଲପିଜି ସିଲିଣ୍ଡର କଞ୍ଜମ୍ପସନ ବା ଉପଯୋଗ ଗତ 3 ମାସରେ 7.3 ପ୍ରତିଶତ ବୃଦ୍ଧି ହୋଇଛି । ଏପରିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧିନରେ ରହିଥିବା ହିତାଧିକାରୀ ବି ଅଧିକ ପରିମାଣରେ ଏହାର ବ୍ୟବହାର କରୁଥିବା ନେଇ ଭାରତୀୟ ତୈଳ ନିଗମ (ଆଇଓସି) ତଥ୍ୟରୁ ଜଣାପଡିଛି ।

ତୈଳ କମ୍ପାନୀଙ୍କ କହିବା ଅନୁସାରେ ଗରିବ ଗ୍ରାମୀଣ ପରିବାରର ରନ୍ଧନ ଗ୍ୟାସ ଚାହିଦା 20 ପ୍ରତିଶତ ବୃଦ୍ଧି ହୋଇଛି ।

2020 ଡିସେମ୍ବରରୁ 2021 ଫେବୃଆରୀ ମଧ୍ୟରେ ଉଜ୍ଜଳା ହିତାଧୀକାରୀଙ୍କ ମଧ୍ୟରେ ରନ୍ଧନ ଗ୍ୟାସ ଚାହିଦା 19.5 ପ୍ରତିଶତ ବଢିଛି । ଆଉ ଏହି ଅବଧିରେ ପ୍ରାୟ ସବୁ ବର୍ଗର ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ପ୍ରାୟ 175 ଟଙ୍କା ବଢିଛି । 2016 ମସିହାରୁ ଏବେ ସୁଦ୍ଧା ଦେଶର 8 କୋଟି ଗରିବ ପରିବାର ପିଏମୟୁୱାଇ ଅଧିନରେ ମାଗଣା ଗ୍ୟାସ କନେକ୍ସନ ପାଇଛନ୍ତି ।

ଗତ 7 ବର୍ଷରେ ଏଲପିଜି ଦାମ ଦୁଇଗୁଣା ହୋଇ ସିଲିଣ୍ଡର ପ୍ରତି 819 ଟଙ୍କାରେ ପହଞ୍ଚିଛି । 2014 ମାର୍ଚ୍ଚ ମାସରେ 14.2 କିଲୋଗ୍ରାମର ସିଲିଣ୍ଡରର ଦାମ 410 ଟଙ୍କା 5 ପଇସା ଥିଲା ବେଳେ ଏବେ ଏହା 819 ଟଙ୍କା ରହିଛି । ବିଗତ କିଛି ବର୍ଷ ହେବ ଏଲପିଜି ଦାମ ବଢିଛି , ଏଥିସହ ଗ୍ୟାସ ଉପରୁ ସବସିଡି ଉଚ୍ଛେଦ ହୋଇଛି । ନିକଟରେ ଲୋକସଭାରେ କେନ୍ଦ୍ରମନ୍ଦ୍ରୀ ତଥା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଜଣାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.