ଲଣ୍ଡନ: ବ୍ରିଟିଶ ରାଜଧାନୀ ରାସ୍ତାରେ ଗଡିବନି ଉବେର । କାରଣ ଲଣ୍ଡନ ଟ୍ରାଞ୍ଜିଟ ଅଥରିଟି ଉବେର ସଞ୍ଚାଳନ ଲାଇସେନ୍ସକୁ ରଦ୍ଦ କରି ଦେଇଛନ୍ତି । ଲଣ୍ଡନ ପରିବହନ ବିଭାଗ ପକ୍ଷରୁ ଏନେଇ ବହୁ ଉଲଙ୍ଘନକୁ ଦର୍ଶାଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି ବୋଲି କୁହାଯାଇଛି ।
ଏଥିସହ ସୋମବାର ରାତିରୁ ରାଇଡ କମ୍ପାନୀର ଲାଇସେନ୍ସ ଶେଷ ହେବାକୁ ଯାଉଛି । ଏପଟେ ଉବେରର କହିବାନୁଯାୟୀ, ଲଣ୍ଡନରେ ତାର ଲାଇସେନ୍ସକୁ ନବୀକରଣ କରାନଯିବା ନିଷ୍ପତ୍ତି ଅସାଧାରଣ ଓ ସମ୍ପୁର୍ଣ୍ଣ ଭୁଲ । ଏହି ନିଷ୍ପତ୍ତି ବିରୋଧରେ କୋର୍ଟରେ ଅପିଲ କରାଯିବ ।
ଏପଟେ ଟ୍ରାଞ୍ଜିଟ ଅଥରିଟି କହିଛି ଯେ, କିଛି ମୁଦ୍ଦାକୁ ନଜରରେ ରଖି ଏଭଳି ନିର୍ଣ୍ଣୟ ନିଆଯାଇଛି । ଏଥିରୁ ସ୍ପଷ୍ଟ ଯେ, ବର୍ତ୍ତମାନ ସମୟରେ ଲଣ୍ଡନ ପାଇଁ ଉବେର ଲାଭ ଦାୟକ ନୁହେଁ ବୋଲି ପରିବହନ ବିଭାଗ ଚିନ୍ତା କରୁଛି ।