ETV Bharat / business

ବୀମା ବିଲ ଲୋକସଭାରେ ପାରିତ, ବଢିବ ଏଫଡିଆଇ ସୀମା

author img

By

Published : Mar 22, 2021, 7:57 PM IST

ବୀମା କ୍ଷେତ୍ରରେ ଏବେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସୀମା 74 ପ୍ରତିଶତ ରହିବ । ପୂର୍ବରୁ ଏହା 49 ପ୍ରତିଶତ ଥିଲା । ନୂଆ ବିଧେୟକ ଘରୋଇ ବୀମା କମ୍ପାନୀଙ୍କୁ ବହୁତ ସହାୟକ ହେବ । ଅଧିକ ପଢନ୍ତୁ..

ବୀମା ବିଲ ଲୋକସଭାରେ ପାରିତ , ବଢିବ ଏଫଡିଆଇ ସୀମା

ନୂଆଦିଲ୍ଲୀ: ବୀମା କ୍ଷେତ୍ରରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ ବିଲକୁ ଲୋକସଭାରେ ମିଳିଛି ମଞ୍ଜୁରୀ । ଗୁରୁବାର ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବୀମା ସଂଶୋଧନ ବିଧେୟକ ଭଏସ ଭୋଟରେ ପାରିତ ହୋଇଥିଲା ।

ଏହି ବିଧେୟକ ଅନୁସାରେ ବୀମା କ୍ଷେତ୍ରରେ ଏବେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସୀମା 74 ପ୍ରତିଶତ ରହିବ । ପୂର୍ବରୁ ଏହା 49 ପ୍ରତିଶତ ଥିଲା । ନୂଆ ବିଧେୟକ ଘରୋଇ ବୀମା କମ୍ପାନୀଙ୍କୁ ବହୁତ ସହାୟକ ହେବ । କାରଣ କୋଭିଡ-19 ସଙ୍କଟ ମଧ୍ୟରେ ଏହି କମ୍ପାନୀଗୁଡିକୁ ଲିକ୍ୟୁଡିଟି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।

ବୀମା (ସଂଶୋଧନ) ବିଧେୟକ , 2021 ଏଫଡିଆଇ ସୀମାକୁ 49 ପ୍ରତିଶତରୁ 74 ପ୍ରତିଶତକୁ ବୃଦ୍ଧି କରିବ । ଏ ନେଇ ଗୃହରେ ବିଲ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି । ଏଫଡିଆଇ ସୀମାକୁ 74 ପ୍ରତିଶତକୁ ବୃଦ୍ଧି କରି ବର୍ତ୍ତମାନର ନିୟନ୍ତ୍ରଣକୁ ଭାରତୀୟ କମ୍ପାନୀ ଉପରେ ନ୍ୟସ୍ତ କରିବାକୁ ପଡିବ ।

ଏହି ବିଲ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଏହି ବିଲକୁ ବିରୋଧ କରିଥିଲେ । ସେ କହିଥିଲେ କି ଏହା ଲକ୍ଷ ଲକ୍ଷ ପଲିସିଧାରୀଙ୍କ ସ୍ବାର୍ଥକୁ ବିପଦରେ ପକାଇବ । କାରଣ ଭାରତୀୟ ବୀମା କମ୍ପାନୀଗୁଡିକ ବିଦେଶୀ ବୀମା ଶକ୍ତିକାଳୀ ସଂସ୍ଥା ଦ୍ବାରା ନିୟନ୍ତ୍ରିତ ହେବେ ।

ଅନ୍ୟପକ୍ଷରେ ବିଜେପି ସାଂସଦ ଜଗଦମ୍ବିକା ପାଲ ଏହି ବିଲକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଏହି ବିଲ୍ ଦେଶରେ ବୀମା କ୍ଷେତ୍ରକୁ ସୁଦୃଢ କରିବାରେ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.