ETV Bharat / business

ସୁପ୍ରିମକୋର୍ଟଙ୍କୁ ଆରବିଆଇର ଅପିଲ; ‘ପ୍ରତ୍ୟାହୃତ ହେଉ ଏନପିଏ ଘୋଷଣା ସ୍ଥଗିତ ଆଦେଶ’

author img

By

Published : Nov 5, 2020, 5:26 PM IST

ହଟାଯାଉ ଏନପିଏନ ଘୋଷଣା ଉପରେ ପ୍ରତିବନ୍ଧକ ଆଦେଶ । ଏନେଇ ଆରବିଆଇ ସୁପ୍ରିମକୋର୍ଟଙ୍କୁ ଅପିଲ କରିଛି । ଅଧିକ ପଢନ୍ତୁ..

ଆରବିଆଇର ଅପିଲ, ଏନପିଏ ଘୋଷଣା ସ୍ଥଗିତ ଆଦେଶକୁ ହଟାନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଋଣ ସ୍ଥଗିତାଦେଶ ମାମଲାରେ କୌଣସି ଖାତା ନେଇ ଏନପିଏ ଘୋଷଣା କରା ନ ଯିବା ଅନ୍ତରୀଣ ଆଦେଶକୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କୁ ଅପିଲ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ସୁପ୍ରିମକୋର୍ଟ କହିଥିଲେ, ଯଦି ଅଗଷ୍ଟ 31 ପର୍ଯ୍ୟନ୍ତ କୌଣସି ଋଣ ଖାତା ଏନପିଏ ଘୋଷିତ ହୋଇନାହିଁ, ତେବେ ପରବର୍ତ୍ତୀ ଆଦେଶ ଯାଏଁ ତାହାକୁ ଏନପିଏ ଘୋଷଣା କରାଯିବ ନାହିଁ ।

ତେବେ ଏନେଇ ଆରବିଆଇ କହିଛି, ଏହି ଆଦେଶ ଯୋଗୁଁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । କୋଭିଡ-19 ମହାମାରୀ ପ୍ରକୋପ ଯୋଗୁଁ କଠିନତାର ସାମ୍ନା କରୁଥିବା ଋଣଗ୍ରହୀତାଙ୍କୁ ଆଶ୍ବସ୍ତି ଦେବା ପାଇଁ ସୁପ୍ରିମକୋର୍ଟ ସେପ୍ଟେମନ୍ବର 3 ରେ ଅନ୍ତରୀଣ ଆଦେଶ ପାରିତ କରିଥିଲେ ।

ଏନେଇ ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସହ କଥାବାର୍ତ୍ତା କରିଛନ୍ତି ଆରବିଆଇ ଆଇନଜୀବୀ । ତେବେ ଖଣ୍ଡପୀଠ ଇଏମଆଇ ଉପରେ ବ୍ୟାଙ୍କ ଦ୍ବାରା ସୁଧ ଉପରେ ସୁଧ ନେବା ସମ୍ବନ୍ଧୀୟ ଅନେକ ଯାଚିକାର ଶୁଣାଣି କରୁଛି । ମହାମାରୀ ଯୋଗୁଁ ଅଣାଯାଇଥିବା ଋଣ କିସ୍ତି ସ୍ଥଗିତ ଯୋଜନା ଅଧିନରେ ଋଣଗ୍ରହୀତା ଏହି ସବୁ ପେମେଣ୍ଟର ପୈଠ କରିନଥିଲେ ।

ତେବେ ଆରବିଆଇର ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ଭି ଗିରି ଅନ୍ତରୀଣ ଆଦେଶକୁ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ‘‘ ଆମେ ଏନପିଏ ଉପରେ ପ୍ରତିବନ୍ଧକ ଲଗାଇବା କାରଣରୁ ଜଟିଳ ସମସ୍ୟା ଭୋଗିବାକୁ ପଡୁଛି ।

ଆରବିଆଇ ଓ ଅର୍ଥ ମନ୍ତ୍ରାଳୟ ପୂର୍ବରୁ ହିଁ ଭିନ୍ନ ଭିନ୍ନ ଆଫିଡେଭିଟ୍ ରେ ସୁପ୍ରିମକୋର୍ଟକୁ କହିସାରିଛନ୍ତି ଯେ, ଆର୍ଥିକ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ (ଏନବିଏଫସି) କିସ୍ତି ସ୍ଥଗିତ ଯୋଜନା ଅଧିନରେ ଯୋଗ୍ୟ ଋଣଗ୍ରହୀତାଙ୍କ ଆକାଉଣ୍ଟରେ ସେମାନଙ୍କ ଚକ୍ରବୃଦ୍ଧି ସୁଧ ଓ ସାଧାରଣ ସୁଧ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ନଭେମ୍ବର 5 ସୁଦ୍ଧା ଜମା ପାଇଁ ଜରୁରୀ ପଦକ୍ଷେପ ନେଇଛନ୍ତି ।

ଜଣେ ଆବେଦନକାରୀଙ୍କ ପାଇଁ ଉପସ୍ଥିତ ବରିଷ୍ଠ ଆଡଭୋକେଟ ରାଜୀବ ଦତ୍ତା ବେଞ୍ଚକୁ କହିଛନ୍ତି, ସେ କ୍ଷୁଦ୍ର ଋଣଗ୍ରହୀତା ତରଫରୁ କେନ୍ଦ୍ର ଏବଂ ଆରବିଆଇ ପ୍ରତି କୃତଜ୍ଞ ଏବଂ ବର୍ତ୍ତମାନ ସେମାନଙ୍କର ଆବେଦନକୁ ସମାଧାନ କରାଯିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.