ETV Bharat / business

କର୍ଣ୍ଣାଟକ ବଜେଟ: ରିଅଲ ଇଷ୍ଟେଟକୁ ମିଳିଲା ଭିଟାମିନ, 2% ହ୍ରାସ ଷ୍ଟାମ୍ପ ଶୁଳ୍କ - କର୍ଣ୍ଣାଟକରେ ଷ୍ଟାମ୍ପ ଶୁଳ୍କ ହ୍ରାସ

ସୋମବାର କର୍ଣ୍ଣାଟକ ବଜେଟ 2021-22 ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ବିଏସ ୟେଦୁରପ୍ପା । ଏଥିରେ ସେ ରୁଗ୍ନ ହୋଇପଡିଥିଲା ରିଅଲ ଇଷ୍ଟେଟ ବ୍ୟବସାୟକୁ ବୁଷ୍ଟର ଦେଇଛନ୍ତି । ଅଧିକ ପଢନ୍ତୁ...

କର୍ଣ୍ଣାଟକ ବଜେଟ : ରିଅଲ ଇଷ୍ଟେଟକୁ ମିଳିଲା ଭିଟାମିନ, 2% ହ୍ରାସ  ଷ୍ଟାମ୍ପ ଶୁଳ୍କ

author img

By

Published : Mar 8, 2021, 4:37 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରିଅଲ ଇଷ୍ଟେଟ ବ୍ୟବସାୟକୁ ମିଳିବ ବୁଷ୍ଟର । ଏ ନେଇ ସୋମବାର ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କର୍ଣ୍ଣାଟକ ମୂଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ସୋମବାର ରାଜ୍ୟ ବଜେଟ 2021-22 ରେ 35ରୁ 45 ଲକ୍ଷ ମଧ୍ୟରେ ରହିଥିବା ଆପାର୍ଟମେଣ୍ଟ ପାଇଁ ଷ୍ଟାମ୍ପ ଶୁଳ୍କରେ 2 ପ୍ରତିଶତ ହ୍ରାସ ନେଇ ପ୍ରସ୍ତାବ ଦେଇଛନ୍ତି ।

ସୋମବାର କର୍ଣ୍ଣାଟକ ବଜେଟ 2021-22 ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ସେ ଅର୍ଥମନ୍ତ୍ରୀ ଦାୟିତ୍ବରେ ମଧ୍ୟ ରହିଛନ୍ତି । ଏଣୁ ବଜେଟ ଉପସ୍ଥାପନ ବେଳ ସେ ସୁଲଭ ଆବାସକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ 35 ଓ 45 ଲକ୍ଷ ମଧ୍ୟର ମୂଲ୍ୟବାନ ଆପାର୍ଟମେଣ୍ଟର ପଞ୍ଜିକରଣ ପାଇଁ ଷ୍ଟାମ୍ପ ଶୁଳ୍କକୁ କ୍ରମଶଃ 5 ପ୍ରତିଶତ ଓ 3 ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି ।

ତେବେ ରିଅଲ ଇଷ୍ଟେଟର ବିଭିନ୍ନ ବର୍ଗରେ ଷ୍ଟାମ୍ପ ଶୁଳ୍କ ହ୍ରାସ କରିବା ପାଇଁ ପୂର୍ବ ପଦକ୍ଷେପଗୁଡିକର ଜାରି ରହିଛି । କୋରୋନା ମହାମାରୀ , ଲକଡାଉନ ଯୋଗୁଁ ରିଅଲ ଇଷ୍ଟେଟ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଏଥିଲାଗି କର୍ଣ୍ଣାୟକ ଏବଂ ବିଶେଷତଃ ବେଙ୍ଗାଲୁରୁରେ ରିଅଲ ଇଷ୍ଟେଟ କମ୍ପାନୀଗୁଡିକ ଭାରତ ଆଇଟି ରାଜଧାନୀ (ବେଙ୍ଗାଲୁରୁ) ରେ ଅନସୋଲ୍ଡ ଆପାର୍ଟମେଣ୍ଟର ବିକ୍ରିକୁ ପ୍ରୋତ୍ସାହନ ଦେବା ପାଇଁ ରିଲିଫର ଅନୁରୋଧ କରିଥିଲେ ।

କୋଭିଡ -19 ମହାମାରୀ ହାଉସିଂ ସେକ୍ଟରର ମନ୍ଥର ଗତିକୁ ଆହୁରୀ ଇନ୍ଧନ ଯୋଗାଇଛି । ଏଣୁ ରାଜ୍ୟ ବଜେଟରେ ଷ୍ଟାମ୍ପ ଓ ପଞ୍ଜିକରଣ ଲକ୍ଷ୍ୟ 6 12, 655 କୋଟିରେ ଅପରିବର୍ତ୍ତିତ ରହିଛି ।

ୟେଦୁରପ୍ପା ଗତ ବର୍ଷ 2 ଥର ମଦ ଉପରେ ଶୁଳ୍କ ବୃଦ୍ଧି କରି ଉତ୍ପାଦ ଶୁଳ୍କକୁ ଅପରିବର୍ତ୍ତିତ ରଖିଥିଲେ । ରାଜ୍ୟର ରାଜସ୍ବରେ ଅବକାରୀ କର ସବୁଠୁ ବଡ ସ୍ରୋତ ।

ନିୟମ ଅନୁଯାୟୀ, 25 ଲକ୍ଷ ଟଙ୍କା ମୂଲ୍ୟର ଘର ଉପରେ ଷ୍ଟାମ୍ପ ଏବଂ ପଞ୍ଜୀକରଣ ଶୁଳ୍କ 5 ପ୍ରତିଶତରୁ 2 ପ୍ରତିଶତକୁ ହ୍ରାସ ପାଇଥିବାବେଳେ 35 ଲକ୍ଷ ଟଙ୍କା ମୂଲ୍ୟର ୟୁନିଟ୍ ଉପରେ ଶୁଳ୍କ 5 ପ୍ରତିଶତରୁ 3 ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ । ରାଜ୍ୟରେ ରିଅଲ ଇଷ୍ଟେଟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ2020 ଅଗଷ୍ଟ ରେ ସମ୍ପତ୍ତି ସ୍ଥାନାନ୍ତର ଉପରେ ଷ୍ଟାମ୍ପ ଡ୍ୟୁଟି 3 ପ୍ରତିଶତରୁ 2 ପ୍ରତିଶତକୁ ହ୍ରାସ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.