ETV Bharat / business

ପୂଜାରୀଙ୍କ ହାତରେ ଅର୍ଥପେଡି - finace minister

ଷୋଡଶ ବିଧାନସଭାର ନୂଆ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ପୂଜାରୀଙ୍କୁ ମିଳିଛି ରାଜ୍ୟ ଅର୍ଥପେଡି ଦାୟିତ୍ବ । ସେହିପରି ନିରଞ୍ଜନ ପୂଜାରୀଙ୍କ ରାଜନୈତିକ କ୍ୟାରିଅର ବି ବେଶ ଦମଦାର ରହିଛି ।

ଫାଇଲ ଫଟୋ
author img

By

Published : May 30, 2019, 1:32 PM IST

ଭୁବନେଶ୍ବର: ନବୀନଙ୍କ ନୂଆ ଇନିଂସ ଆରମ୍ଭ ସହ ଓଡିଶାକୁ ମିଳିଲା ନୂଆ ଅର୍ଥମନ୍ତ୍ରୀ । ରାଜ୍ୟ ମେରୁଦଣ୍ଡକୁ ସର୍ବଦା ମଜବୁତ ରଖିବାର ଏହି ଗୁରୁଦାୟିତ୍ବ ବିଜେଡିର ଟାଣୁଆ ନେତା ନିରଞ୍ଜନ ପୂଜାରୀଙ୍କୁ ମିଳିଛି । ଆୟବ୍ୟୟ ଅଟକଳ, ନିବେଶ , ଯୋଗାଣ, ଚାହିଦା ଆଦି ସବୁକୁ ନଜରରେ ରଖି ରାଜ୍ୟ ରାଜକୋଷକୁ ସମ୍ଭାଳିବା ଭାର ଏବେ ନିରଞ୍ଜନଙ୍କ ମୁଣ୍ଡରେ ।

ଜାଣନ୍ତୁ ନିରଞ୍ଜନଙ୍କ ରାଜନୈତିକ କ୍ୟାରିଅର -

  • ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ ପୂଜାରୀ ।
  • ୨୦୦୦ ଓ ୨୦୦୪ ମସିହାରେ ସେ ଦୁଇଥର ବିନିକାରୁ ନିର୍ବାଚନ ଲଢ଼ିଥିଲେ । ପରେ ସେ ସୁବର୍ଣ୍ଣପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ ।
  • ସେ ବାଣିଜ୍ୟରେ ସ୍ନାତକ ଓ ଏଲଏଲବି ମଧ୍ୟ କରିଛନ୍ତି ।
  • ଏହି ଅନୁଭବୀ, ଜ୍ଞାନୀ , ଦକ୍ଷ ମନ୍ତ୍ରୀ ଗତ ୨୦୦୦ରୁ ରାଜ୍ୟ ରାଜନୀତିରେ ପାଦ ଥାପିଛନ୍ତି ।
  • ୨୦୧୪ରେ ସେ ପଞ୍ଚଦଶ ବିଧାନସଭାର 19ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ ମେ’ ମାସରେ ସେ ପୁଣି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ।
  • ନବୀନଙ୍କ ଶାସନ କାଳ ମଧ୍ୟରେ ସେ 3ୟ ଥର ପାଇଁ ମନ୍ତ୍ରୀ ପଦବୀ ପାଇଁ ସରକାରଙ୍କ ଆସ୍ଥା ଭାଜନ ହୋଇଛନ୍ତି । 2011 ମସିହାରୁ ମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ।
  • ନବୀନ ସରକାରରେ ବେଶ ଦବଦବା ରଖୁଥିବା ନିରଞ୍ଜନ ବୁଧବାର କ୍ୟାବିନେଟ ପାହ୍ୟାରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.