ETV Bharat / business

‘ବଜେଟ’ର ବାଦଶାହ, ଜାଣନ୍ତୁ କିଏ ?

ଜୁଲାଇ 5 ରେ ଆଗତ ହେବ ମୋଦି ସରକାରଙ୍କ ଦ୍ବିତୀୟ ଇନିଂସର ପ୍ରଥମ ବଜେଟ । ତେବେ ଜାଣନ୍ତି କି ଆପଣଙ୍କ ବଜେଟ କିଏ ତିଆରି କରେ ? ଏଥିରେ କାହାର ଭୂମିକା ଗୁରୁତ୍ବପୂର୍ଣ୍ଣ ।

author img

By

Published : Jun 19, 2019, 8:34 PM IST

Updated : Jun 19, 2019, 9:11 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଜୁଲାଇ 5 । ନୂଆ ଅର୍ଥମନ୍ତ୍ରୀ ଖୋଲିବେ 125 କୋଟି ଜନତାଙ୍କ ବର୍ଷିକିଆ ଅର୍ଥପେଡି । ସାମ୍ନାକୁ ଆସିବ ଚଳିତ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳର ହିସାବ ନିକାସ । ଏଥିପାଇଁ ମନ୍ତ୍ରାଳୟ କରୁଛି ଜୋରସୋର ପସ୍ତୁତି । ଜ୍ଞାନୀ, ଗୁଣୀ, ଧୁରନ୍ଧର ଓ ଅନୁଭବୀଙ୍କୁ ନେଇ ସୁଗମରେ ଚାଲିଛି ବଜେଟ ପ୍ରକ୍ରିୟା ।

ତେବେ କଣ ଆପଣ ଜାଣନ୍ତି ? ବଜେଟରେ ଯେଉଁ ସବୁ ସରକାରୀ ଯୋଜନା, ଘୋଷଣା ଓ ତମାମ ଆୟ ବ୍ୟୟ ହିସାବ ନିକାଶ ଉପସ୍ଥାପନ ହୁଏ , ସେସବୁ କିଏ ପ୍ରସ୍ତୁତ କରେ , କିଏ ଏହାକୁ ଅନ୍ତିମ ରୂପ ଦିଅନ୍ତି ? ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବଜେଟ ଟିମ ଗଠିତ ହୋଇଥାଏ । ଯେଉଁମାନେ ବଜେଟକୁ ସ୍ବଚ୍ଛ, ସୁନ୍ଦର ଓ ମଜବୁତ କରିଥାନ୍ତି ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ତେବେ ଆସନ୍ତୁ ଜାଣିବା ବଜେଟ ଟିମରେ କେଉଁ ସବୁ ପ୍ରମୁଖ ବ୍ୟକ୍ତିତ୍ବ ରହିଛନ୍ତି,,,

ଅର୍ଥମନ୍ତ୍ରୀ -ନିର୍ମଳା ସୀତାରମଣ

ଦେଶର ପ୍ରଥମ ରକ୍ଷାମନ୍ତ୍ରୀ ସହ ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀର ଟ୍ୟାଗ ତାଙ୍କ ମୁଣ୍ଡରେ । ବଜେଟ ଟିମର ମୁଖିଆ ହେବା ସହ ବଜେଟର ମୁଖ୍ୟ ଚେହେରା ସେ । ସେ ଖୋଦ ଏହି ପ୍ରକ୍ରିୟାକୁ ଲିଡ କରି ସ୍କ୍ରିପ୍ଟ ତିଆରି କରନ୍ତି । ଯାହାକି ବଜେଟର ସାରାଂଶ ।

ଅର୍ଥ ରାଜ୍ୟ ମନ୍ତ୍ରୀ - ଅନୁରାଗ ସିଂହ ଠାକୁର

ହିମାଞ୍ଚଳ ପ୍ରଦେଶର ହମୀପୁରରୁ ଚତୁର୍ଥଥର ପାଇଁ ସେ ସାଂସଦ ହୋଇଛନ୍ତି । 2016 ମେ’ ରୁ 2017 ପର୍ଯ୍ୟନ୍ତ BCCIର ଅଧ୍ୟକ୍ଷ ଥିଲେ ସେ । ଅର୍ଥମନ୍ତ୍ରୀ ପରେ ଅର୍ଥ ରାଜ୍ୟ ମନ୍ତ୍ରୀଙ୍କ କାନ୍ଧରେ ସମସ୍ତ ଭାର । ସବୁ କ୍ଷେତ୍ର ଠାରୁ ପରାମର୍ଶ ନେଇ ବଜେଟ ସ୍ପିଚ ଲେଖିବାରେ ସେ ଅର୍ଥମନ୍ତ୍ରୀଙ୍କୁ ସାହାଯ୍ୟ କରିଥାନ୍ତି ।

ମୁଖ୍ୟ ଆର୍ଥିକ ପରାମର୍ଶଦାତା- କୃଷ୍ଣମୃତି ସୁବ୍ରମଣ୍ୟମ
2018ରେ ସେ ଦେଶର ମୁଖ୍ୟ ପରାମର୍ଶ ଦାତା ଚୟନ ହୋଇଥିଲେ । ଦୁନିଆର ଟପ୍‌ ବ୍ୟାକିଙ୍ଗ, ଗଭର୍ଣ୍ଣର ଓ ଇକୋନୋମିକ ପଲିସି ଏକ୍ସପୋର୍ଟ ମଧ୍ୟରେ ତାଙ୍କର ଗଣନା ହୁଏ । ତମାମ ସଚିବଙ୍କ ସହ ମିଶି କୃଷି ଠାରୁ ଶିଳ୍ପ ସବୁର ବିକାଶ ପାଇଁ ପ୍ଲାନିଂ ତିଆରି କରନ୍ତି ।

ଅର୍ଥ ସଚିବ -ସୁବାଷ ଚନ୍ଦ୍ର ଗର୍ଗ
ବିଦେଶୀ ପୁଞ୍ଜି ବଜାର, ବଜେଟ, ଭିତ୍ତିଭୂମି ଫାଇନାନ୍ସ ଉପରେ ନଜର ରଖିଥାନ୍ତି । ବଜେଟ ପ୍ରକ୍ରିୟାର ଇନଚାର୍ଜ ରହିଥାନ୍ତି । ନିଯୁକ୍ତି , ଘରୋଇ ନିବେଶ ଓ ବିକାଶ ସହ ଜଡିତ ନୀତିର ଦାୟିତ୍ବ ତାଙ୍କ କାନ୍ଧରେ ।

ବ୍ୟୟ ସଚିବ- ଗିରିଶ ଚନ୍ଦ୍ର ମୁର୍ମୁ
1950 ବ୍ୟାଚର ଆଇଏଏସ ଅଧିରକାରୀ । ପୂରା ବଜେଟ ପକ୍ରିୟାର ହିତାଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ବଜେଟ ଖର୍ଚ୍ଚର ହିସାବ ଚିଠା ହିଁ ସେ ପ୍ରସ୍ତୁତ କରନ୍ତି ।

ରାଜସ୍ବ ସଚିବ- ଅଜୟ ଭୁଷଣ ପାଣ୍ଡେ
ଆଧାର ଜାରି ସଂସ୍ଥା 2010-14ର ସିଇଓ ରହିଆସିଛନ୍ତି । ଜିଏସଟିରେ ସେ ମହାରଥୀ । ଫଣ୍ଡ ଯେପରି ମିଳିବ ତା ଉପରେ ତାଙ୍କ ଫୋକସ ।

ନିବେଶ ସଚିବ- ଅତୁନ ଚକ୍ରବର୍ତ୍ତୀ
1985 ବ୍ୟାଚର ଆଇଏଏସ ଅଫିସର । ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବଜାରକୁ ନଜରରେ ରଖି ଆର୍ଥିକ ବର୍ଷରେ ନିବେଶ ଲକ୍ଷ୍ୟକୁ ନିର୍ଦ୍ଧାରଣ କରନ୍ତି ।

ଅର୍ଥ ସେବା ସଚିବ - ରାଜୀବ କୁମାର
ଆର୍ଥିକ କ୍ଷେତ୍ରରେ ତାଙ୍କର 33 ବର୍ଷର ଅଭିଜ୍ଞତା । ବଜେଟରେ ନୀତି ନିର୍ଦ୍ଧାରଣ , ଯୋଜନା, ବ୍ୟାଙ୍କିଙ୍ଗ ଓ ବୀମା କ୍ଷେତ୍ରରେ ସୁଧାରରେ ଲାଗୁ କରିବା ଦିଗରେ ଉତ୍ତରଦାୟୀ ରୁହନ୍ତି ।

ଏମାନଙ୍କ ବ୍ୟାତିତ ଆର୍ଥିର ପରାମର୍ଶଦାତା, ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ ପ୍ରମୁଖ , ସେଣ୍ଟ୍ରାଲ ବୋର୍ଡ ଓ ଏକ୍ସସାଇଜ ଆଣ୍ଡ କଷ୍ଟମର ପ୍ରମୁଖ, ରେଲୱେ, ଫାଇନ୍ସିଆଲ କମିଶନର ମଧ୍ୟ ବଜେଟ ତିଆରିରେ ପ୍ରମୁଖ ଭୂମିକା ନିଭାଇଥାନ୍ତି ।

Intro:Body:Conclusion:
Last Updated : Jun 19, 2019, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.