ETV Bharat / business

ବଜେଟ ବ୍ରିଫକେସ ପଛର ଇତିହାସ, କିଏ ଧରିଥିଲେ କେଉଁ ବାକ୍ସ ? ଜାଣନ୍ତୁ...

ଆସନ୍ତା 5ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଖୋଲିବେ ବଜେଟ ବ୍ରିଫକେସ । ଏଥିପାଇଁ ଉତ୍କଣ୍ଠା ଓ ଉତ୍ସାହିତ ସମଗ୍ର ଦେଶବାସୀ । ତେବେ ଏହି ବଜେଟ ବ୍ରିଫକେସ ପଛରେ ବି ରହିଛି ଏକ ଇତିହାସ । ତେବେ ଜାଣନ୍ତୁ କିଏ ଓ କେଉଁ ଅର୍ଥମନ୍ତ୍ରୀ କିପରି ବ୍ରିଫକେସ ଧରିଥିଲେ ?

ଫଟୋ ସୌଜନ୍ୟ- ଇଟିଭି ଭାରତ
author img

By

Published : Jul 1, 2019, 8:22 PM IST

ଆଉ ମାତ୍ର 4 ଦିନ । ଶେଷ ପର୍ଯ୍ୟାୟରେ ବଜେଟ ଛାପା କାମ । ଆସନ୍ତା 5ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ 2019-20 ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳ । ସମଗ୍ର ଦେଶବାସୀଙ୍କ ନଜର ଏବେ ନିର୍ମଳାଙ୍କ ବଜେଟ ବ୍ରିଫକେସ ଉପରେ । ତେବେ ଆପଣ ଜାଣନ୍ତି କି, ଏହି ବଜେଟ ବାକ୍ସ ପଛର ଇତିହାସ ? କିପରି ରହିଥାଏ ଏହା ? କିଏ ଏହାକୁ ପସନ୍ଦ କରେ ?

ବ୍ୟୁରୋ ଇନପୁଟ

ଅର୍ଥମନ୍ତ୍ରୀଙ୍କ ପସନ୍ଦ ମୁତାବକ ବଦଳିଥାଏ ବଜେଟ ବ୍ରିଫକେସର ଆକାର , ପ୍ରକାର ଓ ରଙ୍ଗ । କେବେ ଏହା ଲାଲ ତ ପୁଣି କେବେ କଳା ଆଉ ମାଟିଆ । ସ୍ବତନ୍ତ୍ରତା ପରେ ଦେଶର ବହୁ ଅର୍ଥମନ୍ତ୍ରୀ ଭିନ୍ନ ଭିନ୍ନ ରଙ୍ଗର ବଜେଟ ବ୍ରିଫକେସ ବ୍ୟବହାର କରି ସାରିଛନ୍ତି । ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ 3ରୁ 4ଟି ରଙ୍ଗ ଅପ୍ସନ ଦିଆଯାଏ । ଏହି ଅନୁଯାୟୀ ନିଜ ପସନ୍ଦର ବ୍ୟାଗ ଚୟନ କରିଥାନ୍ତି ଅର୍ଥମନ୍ତ୍ରୀ ।

ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆରକେ ଶନମୁଖମ ଚେଟ୍ଟୀ, ଯିଏକି ଏହି ବଜେଟ ଦସ୍ତାବିଜକୁ ଏକ ଚମଡା ବ୍ୟାଗରେ ରଖିଥିଲେ । ଏହା ପରେ 1956ରୁ 1958 ମଧ୍ୟରେ ଜବାହାରଲାଲ ନେହେରୁ ବଜେଟ ପାଇଁ ଏକ କଳାରଙ୍ଗର ବାକ୍ସ ଚୟନ କରିଥିଲେ । ସେପଟେ 1964ରୁ 1966 ଅନ୍ତରାଳରେ ଅର୍ଥମନ୍ତ୍ରୀ ଟିଟି କୃଷ୍ଣମାଚରୀ ଏକ ଫାଇଲ ବଜେଟ ବ୍ୟାଗ ସହ ସଂସଦରେ ପହଞ୍ଚିଥିଲେ । କିନ୍ତୁ 1970 ପରେ ଦେଶର ଅର୍ଥମନ୍ତ୍ରୀ କ୍ଲାସିକ ହାର୍ଡଟପ ବ୍ରିଫକେସର ବ୍ୟବହାର ଆରମ୍ଭ କଲେ ।

ସେହିପରି ମନମୋହନ ସିଂହ ବଜେଟ ପାଇଁ ବିଲିୟମ ହବର୍ଟ ଗ୍ଲେଡଷ୍ଟୋନ ଭଳି ଚେରି ବ୍ରାଉନ ବ୍ରିଫକେସ ସହ ବଜେଟ ଉପସ୍ଥାପନ କରିଥିଲେ । ଆଉ ଏହା ଭିତରେ ସବୁଠାରୁ ଇଣ୍ଟ୍ରେଷ୍ଟିଙ୍ଗ ଥିଲା ପ୍ରଣବ ମୁଖାର୍ଜୀଙ୍କ ବ୍ରିଫକେଶ । ଚେରୀ ଗୋଲ୍ଡଷ୍ଟୋନର ବାକ୍ସ ମଧ୍ୟରେ ସେ ବଜେଟ ଦସ୍ତାବିଜ ନେଇ ଆସିଥିଲେ । ଯେତେବେଳେ କି ୟୁପିଏରେ ଅର୍ଥମନ୍ତ୍ରୀ ଥିବା ପି ଚିଦାମ୍ବରମ ନିଜ କାର୍ଯ୍ୟକାଳରେ ଏକ ସାଧା ମାଟିଆ ଓ ଲାଲ ରଙ୍ଗର ବ୍ରିଫକେଶ ଧରି ପହଞ୍ଚିଥିଲେ । ମୋଦି ସରକାରଙ୍କ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ 2014ରେ ବଜେଟ ପାଇଁ ମାଟିଆ ରଙ୍ଗର ବାକ୍ସ ଚୟନ କରିଥିଲେ । ଏହା ପର ବର୍ଷ ସେ ଗାଢ ଲାଲ ଓ 2017ରେ ଗାଢ ମାଟିଆର ବାକ୍ସ ଆଣିଥିଲେ ।

ସେହିପରି ଅନ୍ତରୀଣ ବଜେଟ ଉପସ୍ଥାପନ ସମୟରେ ପୀୟୁଷ ଗୋୟଲ ଲାଲ ରଙ୍ଗର ବଜେଟ ବ୍ରିଫକେସ ଆଣିଥିଲେ । ତେବେ ଏବେ ଦେଖିବାକୁ ବାକି ରହିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେଉଁ ରଙ୍ଗର ପେଡି ସହ ଚଳିତ ବର୍ଷର ବଜେଟ ଆଣିବେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.