ETV Bharat / business

2ଜି ମୁକ୍ତ ଭାରତ ଅଭିଯାନ, ଆସିଲା 2 ବମ୍ପର ଜିଓଫୋନ ଅଫର - ଜିଓଫୋନ ଅଫର

ଦେଶରେ ଦେଖାଦେଉଥିବା ଡିଜିଟାଲ ପାର୍ଥକ୍ୟକୁ କମାଇବାକୁ ଜିଓ ଆଣିବା ବମ୍ପର ଅଫର । ଜିଓ ଫୋନ ମାଧ୍ୟମରେ ମିଳିବ ଏହି 2 ଜବରଦସ୍ତ ଅଫର । ଅଧିକ ପଢନ୍ତୁ..

2ଜି ମୁକ୍ତ ଭାରତ ଅଭିଯାନ, ଆସିଲା 2 ବମ୍ପର ଜିଓଫୋନ ଅଫର

author img

By

Published : Feb 26, 2021, 10:43 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଶୁକ୍ରବାର ଜିଓଫୋନ ଉପଭୋକ୍ତାଙ୍କ ପାଇଁ ନୂଆ ଅଫର ଆଣିଛି । ‘ ନୂଆ ଜିଓଫୋନ 2021 ଅଫର’ ନାଁରେ ଜାରି ଏହି ଅଫର ଅଧିନରେ 1,999 ଟଙ୍କା ଦେଇ ଜିଓଫୋନ କିଣିବା ଉପରେ ଗ୍ରାହକଙ୍କୁ 2 ବର୍ଷ ଯାଏଁ ଅସମୀତ କଲିଂ ସହ ପ୍ରତିମାସରେ 2 ଜିବି ଡାଟା ମିଳିବ । କମ୍ପାନୀ ଶୁକ୍ରବାର ଏକ ବିଜ୍ଞପ୍ତିରେ ଏ ନେଇ କହିଛି ।

ଏଭଳି ଭାବେ ଅନ୍ୟ ପ୍ଲାନ 1499 ଟଙ୍କାର ରହିଛି । ଏଥିରେ ଗ୍ରାହକଙ୍କୁ ଜିଓଫୋନ ସହ 1 ବର୍ଷ ଯାଏଁ ଅସମୀତ କଲିଂ ସହ ପ୍ରତି ମାସ 2 ଜିବି ଡାଟା ମିଳିବ । ଏହି ଅଫରରେ ବର୍ତ୍ତମାନ ଜିଓଫୋନ ଗ୍ରାହକଙ୍କୁ ଧ୍ୟାନରେ ରଖାଯାଇଛି । ଆଉ ସେମାନଙ୍କୁ ଏକଥରକେ ସିଧା 750 ଟଙ୍କା ଦେବା ପରେ 1 ବର୍ଷ ଯାଏଁ ରିଚାର୍ଜରୁ ମୁକ୍ତି ସହ ଅସମୀତି କଲିଂ ଓ 2 ଜିବି ମାସିକ ଡାଟା ମିଳିବ । କମ୍ପାନୀ କହିଛି କି ଏହି ଅଫର ମାର୍ଚ୍ଚ ପହିଲାରୁ ସମଗ୍ର ଦେଶରେ ଲାଗୁ ହେବ । ରିଲାଏନ୍ସ ଜିଓର ନିର୍ଦ୍ଦେଶ ଆକାଶ ଅମ୍ବାନୀ ଏହି ଅବସରରେ କହିଛନ୍ତି କି, ‘‘ ଯେବେ ଦୁନିଆ 5 ଜି ବିପ୍ଲବରେରେ ଦୌଡୁଛି , ସେବେ ଭାରତରେ 30 କୋଟି ଲୋକ 2 ଜିରେ ଫସି ରହିଛନ୍ତି । ସେମାନେ ଇଣ୍ଟରମନେଟର ଭିତ୍ତିଭୂମି ସୁବିଧାରୁ ବଞ୍ଚିତ ଅଛନ୍ତି । ଗତ 4 ବର୍ଷର ଜିଓ ଇଣ୍ଟରନେଟକୁ ସମସ୍ତଙ୍କ ପାଖରେ ପହଞ୍ଚାଇଛନ୍ତି । ଆଉ ପ୍ରତି ଭାରତୀୟଙ୍କୁ ପ୍ରଯୁକ୍ତିବିଦ୍ୟାକ ଲାଭ ମିଳିଛି ।

ଏବେ ଟେକ୍ନୋଲୋଜି ଉପରେ କେବଳ କିଛି ଖାସ ଲୋକଙ୍କ ବିଶେଷାଧିକାର ନାହିଁ । ଆଉ ଜିଓଫୋନ 2021 ନୂଆ ଅଫର ସେହି ଦିଗରେ ନିଆଯାଇଥିବା ଆଉ ଏକ ପଦକ୍ଷେପ । ଜିଓ ମାଧ୍ୟମରେ ଆମେ ଏହି ଡିଜିଟାଲ ପାର୍ଥକ୍ୟକୁ କମାଇବାକୁ କାମ ଜାରି ରଖିବୁ ।

ଜିଓଫୋନ ଉପଭୋକ୍ତାଙ୍କ ସଂଖ୍ୟା 10 କୋଟି ରହିଛି । ଆଉ ଜିଓର ନଜର ସେହି 30 କୋଟି 2ଜି ଉପଭୋକ୍ତାଙ୍କ ଉପରେ ରହିଛି, ଯେଉଁମାନେ ଫିଚର ଫୋନ ବ୍ୟବହାର କରନ୍ତି । ଜିଓ କହିଛି କି ଦେଶରେ 30 କୋଟି 2ଜି ଉପଭୋକ୍ତାଙ୍କ ପାଇଁ ସେବ ସ୍ଥିତି ଦୟନୀୟ ରହିଛି । ସ୍ମାର୍ଟଫୋନ୍ ଗ୍ରାହକଙ୍କୁ କଲ୍ ପାଇଁ ପ୍ରାୟତ ଟଙ୍କା ଦେବାକୁ ପଡୁନାହିଁ , ସେତେବଳେ ଫିଚର ଫୋନ ଗ୍ରାହକ ଭଏସ୍ କଲିଂ ପାଇଁ ପ୍ରତି ମିନିଟରେ 1.2 ରୁ 1.5 ଟଙ୍କା ଦେବାକୁ ପଡୁଛି । ଏପରିକି କନେକ୍ସନ ଚାଲୁ ରଖିବା ପାଇଁ ସୋମାନଙ୍କୁ ପ୍ରତି ମାସରେ 50 ଟଙ୍କା ଦେବାକୁ ପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.