ମୁମ୍ବାଇ: ସେପ୍ଟେମ୍ବର ୫ରୁ ଆରମ୍ଭ ହେବ ବାଣିଜ୍ୟିକ ଜିଓ ଗିଗା ଫାଇବର ସେବା । ଏଥିଲାଗି 700ରୁ 10000 ଟଙ୍କା ପର୍ଯ୍ୟନ୍ତ ମାସିକ ପ୍ଲାନ ରହିଛି । ଏବେ ସୁଦ୍ଧା 5କୋଟିରୁ ଉର୍ଦ୍ଧ୍ବ ରେଜିଷ୍ଟ୍ରେସନ ସରିଲାଣି । ଏହା ଜରିଆରେ ପ୍ରିମିୟମ ଗ୍ରାହକଙ୍କୁ ସିନେମା ରିଲିଜ ଦିନ ହିଁ ଘରେ ବସି ମୁଭି ଦେଖିବାର ଖାସ ସୁବିଧା ମିଳିବ ।
୨ କୋଟି ଘରକୁ ଜିଓ ଫାଇବର ସେବା ଯୋଗାଣ ଲକ୍ଷ୍ୟ ରହିଥିଲା ବେଳେ ୧୬୦୦ ସହରର ଦେଢ଼କୋଟି ବ୍ୟାବସାୟିକ ସଂସ୍ଥାକୁ ଏହି ସେବା ଯୋଗାଇ ଦିଆଯିବ ।
Jio GigaFiber କଣ ?
ଜିଓ ଗିଗା ଫାଇବର ଏକ ହାଇସ୍ପିଡ ଇଣ୍ଟରନେଟ ସର୍ଭିସ୍ । ଏହା ଜରିଆରେ ଇଣ୍ଟରନେଟ ସର୍ଭିସ୍ ବ୍ୟତୀତ କଲିଙ୍ଗ, ଟିଭି ଓ ଡିଟିଏଚର ସୁବିଧା ମଧ୍ୟ ମିଳିପାରିବ। ଏହାକୁ ଏକ କନକ୍ସନ ସହ 40 ଡିଭାଇସ କନେକ୍ଟ କରା ଯାଇପାରିବ। ଟ୍ରାୟଲ ସମୟରେ ଗ୍ରାହକଙ୍କୁ 100 ଏମବିପିଏସ ସ୍ପିଡରେ ଡାଟା ଦିଆଯିବ। ଏଥିଲାଗି କମ୍ପାନୀ 4500 ଟଙ୍କା ସିକ୍ୟୁରିଟି ଭାବେ ନେଉଛି।
Jio GigaFiber ବିଶେଷତ୍ବ-
- -ଜିଓ ଗିଗା ଫାଇବର ସେବାରେ ରହିବ ୩ଟି ପ୍ଲାନ୍ ଓ ୩ଟି ମୁଖ୍ୟ ସୁବିଧା
- -ମାଗଣା ଇନ୍ଷ୍ଟଲେସନ ସହ ଜିଓ ସେଟ୍ଟପ୍ ବକ୍ସରେ ଭିଡିଓ କଲିଂ ସୁବିଧା
- -ମାଗଣା ଇଣ୍ଭଟରନ୍ଏୟାସନାଲ କଲ ସୁବିଧା
- -ମାସିକ ୫୦୦ ଟଙ୍କାରେ ମିଳିବ ୧୦୦ Mbps ସ୍ପିଡ୍ର ଇଣ୍ଟରନେଟ୍
- - ମାସିକ ୬୦୦ ଟଙ୍କାରେ ମିଳିବ ବ୍ରଡ୍ବ୍ୟାଣ୍ଡ, DTH ଓ TV ସେବା,
- -ମାସିକ ୧୦୦୦ ଟଙ୍କାରେ ମିଳିବ ବ୍ରଡ୍ବ୍ୟାଣ୍ଡ, DTH TV, ଲ୍ୟାଣ୍ଡଲାଇନ୍ ସେବା
- - JIO Fiber ବାର୍ଷିକ ପ୍ଲାନ ନେଲେ HD TV ମିଳିବ ।