ମୁମ୍ବାଇ: ଏତେ ବାଧା ବିଘ୍ନ ସତ୍ତ୍ବେ ହାର ମାନିନାହାନ୍ତି ଜେଟ ଏୟାରୱେଜ କର୍ମଚାରୀ। କମ୍ପାନୀକୁ ବଞ୍ଚାଇବାକୁ କରୁଛନ୍ତି ପ୍ରାଣପ୍ରଣେ ଉଦ୍ୟମ। ଏପରିକି କମ ଦରମାରେ ପଛେ ଚାକିରୀ କରିବେ ହେଲେ କମ୍ପାନୀକୁ ବୁଡିବାକୁ ଦେବେନି। ଯାହା ବି ହେଉ ଏୟାରୱେଜ କମବ୍ୟାକ କରିବା ଦରକାର । ଶୁକ୍ରବାର ଏ ନେଇ ଜେଟ କର୍ମଚାରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିସଙ୍କୁ ଅନୁରୋଧ କରିଛନ୍ତି ।
ତେବେ କର୍ମଚାରୀଙ୍କ ଏପରି ଆବେଦନ ଓ ଅନୁରୋଧ ପରେ ଏ ନେଇ ବିଚାର କରି 23 ମେ ପରେ ସରକାର ଏହାର ନିଷ୍ପତ୍ତି ଶୁଣାଇବେ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଜେଟ କର୍ମଚାରୀ କମ୍ପାନୀ କମବ୍ୟାକ ନେଇ ସୁପ୍ରିମକୋର୍ଟଙ୍କ ମଧ୍ୟ ଦ୍ବାରସ୍ଥ ହୋଇଥିଲେ।
ଏସବିଆଇକୁ ଫଣ୍ଡ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜନ୍ତରମନ୍ତର ଓ ମୁମ୍ବାଇରେ ଶାନ୍ତିପୂର୍ଣ୍ଣ ଧାରଣା ବି ବସିଥିଲେ । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଏ ନେଇ ଚିଠି ମଧ୍ୟ ଲେଖିସାରିଲାଣି କର୍ମଚାରୀ ସଂଘ । ତେବେ ଏବେ ସୁଦ୍ଧା କମ୍ପାନୀ କାହା ହାତକୁ ଯିବ ଜଣାପଡିନାହିଁ। ପ୍ରକାଶ ଥାଉ ଯେ, ଆଜି ଅର୍ଥାତ ମେ 10ରେ କମ୍ପାନୀ ନିଲାମୀର ଶେଷ ତାରିଖ ଥିଲା।