ETV Bharat / business

2 ଦିନ ପରେ ଭାଗ୍ୟ ପରୀକ୍ଷା, ଆଇନର ଆଶ୍ରୟ ନେଇପାରନ୍ତି ଜେଟ ପାଇଲଟ

ଜେଟ ଏୟାରୱେଜର ସରୁନି ଶନିଦଶା । ପାଇଲଟଙ୍କୁ ବକେୟା ଦରମା ଆସନ୍ତା 14 ସୁଦ୍ଧା ନ ଦେଲେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛନ୍ତି ପାଇଲଟ ସଂଗଠନ ।

author img

By

Published : Apr 12, 2019, 6:52 AM IST

Updated : Apr 12, 2019, 7:05 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିନ ଗଡିବା ସହ ବଢି ଚାଲିଛି ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜର ସଂଙ୍କଟ । ଇଣ୍ଡିଆନ ଅଏଲ ଇନ୍ଧନ ଯୋଗାଣ ଉପରେ ବାରମ୍ବାର ରୋକ ଲଗାଉଛି । ଋଣ ଭାର ବୋଝ ବଢି ଚାଲିଛି । ବିମାନ ବନ୍ଦରରେ ବିମାନ ଠିଆ କରିବାକୁ ମଧ୍ୟ ଅକ୍ଷମ କମ୍ପାନୀ । ଏପରିକି ପାଇଲଟଙ୍କୁ ଦରମା ଦେବାକୁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ । ତେବେ ବକେୟା ଟଙ୍କା ଆସନ୍ତା 14 ସୁଦ୍ଧା ନ ଦେଲେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛନ୍ତି ପାଇଲଟ ସଂଗଠନ ।

ଘରୋଇ ପାଇଲଟ ସଂଗଠନ ନ୍ୟାସନାଲ ଏବିଏଟର୍ସ ଗିଲ୍ଡ(ଏନଏଜୀ) ଏୟାରଲାଇନକୁ ଆଇନ ସମ୍ମତ ନୋଟିସ ଜାରି କରିଛନ୍ତି । ବକେୟା ଟଙ୍କା ତୁରନ୍ତ ନ ଦେଲେ ଆଇନର ଦ୍ୱାରସ୍ତ ହେବେ ବୋଲି ରୋକଠୋକ ଶୁଣାଇଛି ସଂଘ ।

ଏୟାରଲାଇନ ପାଇଲଟଙ୍କ ବକେୟା ବେତନ ମାମଲାରେ ଗତ କିଛି ଦିନ ଧରି ବିବାଦ ଚାଲିଆସିଛି । ପାଇଲଟଙ୍କ ସଂଗଠନ ଏନଏଜୀ ବେତନ ଦେବାରେ ବିଳମ୍ବ ଦର୍ଶାଇ ଏପ୍ରିଲ 1ରୁ ବିମାନ ନ ଉଡାଇବାକୁ ଧମକ ଦେଇଥିଲେ । ପରେ ଏହି ସମୟସୀମାରୁ ଘୁଞ୍ଚାଇ ଏପ୍ରିଲ 14 କରିଦେଇଥିଲେ ।

ଏପେଟ କମ୍ପାନୀର ବିମାନ ପଞ୍ଜୀକରଣ ରଦ୍ଦ ହେବାରେ ଲାଗିଛି । ଆଗକୁ ଆନ୍ତର୍ଜାତିକ ଉଡାଣ ଅନୁମତିକୁ ପ୍ରତ୍ୟାହାର କରିବାକୁ ବିଚାର ଚାଲିଛି । ଏହି ସବୁ କାରଣରୁ 119 ବିମାନରୁ ଏବେ ମାତ୍ର 14ଟି ବିମାନ ଉଡୁଛନ୍ତି । ବାକି ବିଭିନ୍ନ ସମସ୍ୟାରୁ ଉଭେଇ ଯାଉଛନ୍ତି । କମ୍ପାନୀର ଏହି ଶନିଦଶାକୁ ଦୂର କରିବାକୁ ଏହାକୁ ନିଲାମ କରିବାକୁ ଧାର୍ଯ୍ୟ ହୋଇଛି । ଏଥିପାଇଁ ଏହାକୁ କିଣିବାକୁ ଗ୍ରାହକ ମଧ୍ୟ ପ୍ରସ୍ତୁତ ହେଉଥନ୍ତି ।

Last Updated : Apr 12, 2019, 7:05 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.