ETV Bharat / business

ଜେଟ ଏୟାରୱେଜକୁ ଶନିଦଶା: ଥିଲା 119, ଏବେ 20

ଦେବାଳିଆ ସ୍ଥିତିରେ ଘରୋଇ ବିମାନ କମ୍ପାନୀ ଜେଟ ‌ଏୟାରୱେଜ । ପୂର୍ବରୁ କମ୍ପାନୀର 119 ବିମାନ ଉଡୁଥିବା ବେଳେ ଏବେ ମାତ୍ର 20ଟି ବିମାନ ଉଡୁଛି।

ପ୍ରତିକାତ୍ମକ ଫଟୋ
author img

By

Published : Apr 3, 2019, 4:50 PM IST

Updated : Apr 3, 2019, 5:17 PM IST

ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିରେ ଘରୋଇ ବିମାନ କମ୍ପାନୀ ଜେଟ ‌ଏୟାରୱେଜ । ଏପଟେପାଇଲଟଙ୍କୁ ମଧ୍ୟ ଦେଇପାରୁନାହିଁ ଦରମା । ବିମାନ ବନ୍ଦରରେ ବିମାନ ଠିଆ କରିବାକୁମଧ୍ୟ ଅକ୍ଷମ କମ୍ପାନୀ । ମୁଣ୍ଡ ଉପରେ କୋଟି କୋଟି ଟଙ୍କାର ଋଣ ଭାର । ଏଥିଲାଗି ତ କମ୍ପାନୀର 119 ବିମାନ ମଧ୍ୟରୁ ଏବେ ମାତ୍ର ଉଡୁଛି 20 ଟି ବିମାନ ।

ଏହି ବିମାନ କମ୍ପାନୀ ତାର ପରିଚାଳନା ପାଇଁ ଠିକ ସମୟରେ ଟଙ୍କା ଦେଇପାରୁନାହିଁ । ଏପଟେ କମ୍ପାନୀକୁ ଦେବାଳିଆ ଘୋଷଣାକରିବାକୁ ବ୍ୟାଙ୍କ କରୁଛି ଯୋଜନା। ଯେଉଁଥିପାଇଁ କମ୍ପାନୀକୁବିମାନ ପରିଚାଳନା କରିବା ଉପରେ ରୋକ ଲଗାଇ ଦିଆଯାଇଛି ।

ପ୍ରକାଶ ଥାଉ ଯେ, ବିଭିନ୍ନ କାରଣରୁ ବକେୟା ଟଙ୍କା ପୈଠ କରିପାରୁନଥବାରୁ ଗତ ମାସ ଶେଷ ସୁଦ୍ଧା 54 ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । ଆଉ ଏବେ ପୁଣି ଆଜି 15ଟି ବିମାନ ଉଡାଣକୁ ବାତିଲ କରିଦିଆଯାଇଛି । ଯାହା ଫଳରେ କମ୍ପାନୀକୁ ମାତ୍ର 20 ଟି ବିମାନ ଉଡାଇବାକୁ ପଡୁଛି ।

ଜେଟ ଏୟାରୱେଜର ସେୟାର 2.25 ପ୍ରତିଶତ ହ୍ରାସ ପାଇ 258.8 ଟଙ୍କାରେ କାରବାର ଚଲାଇଛି ।

ପ୍ରକାଶ ଥାଉ ଯେ, ଏପଟେ ଜେଟ ଏୟାରୱେଜରର ନିର୍ଦ୍ଦେଶକ ମଣ୍ଡଳୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରୁ ଆଣିଥିବା ଋଣ ସମାଧାନ ଯୋଜନାକୁ ମଞ୍ଜୁରୀ ଦେଇସାରିଛନ୍ତି ।

Slug : OD_KPT_Koushalya Hikaka_Interview  _Santakar_1-4-19.mp4
ନାରୀ ସଶକ୍ତ ହେଲେ ଅନ୍ୟମାନଙ୍କୁ ସଶକ୍ତ କରିପାରିବ । ଆସନ୍ତା ମାସ ୧୧ ତାରିଖରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନରେ ବିଜେଡି ଦଳ ତରଫରୁ କୋରାପୁଟ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଭାବେ ପ୍ରତିଯୋଗୀତା କରୁଥିବା  କୌଶଲ୍ୟା ହିକକା ଈଟିଭି ଭାରତ କୁ ସେମିମିଗୁଡା ଠାରେ ଦେଇଥିବା ଏକ ସାକ୍ଷାତ୍କାର ରେ ଏହି ମତ ରଖିଛନ୍ତି । କୋରାପୁଟ ଜିଲ୍ଲା  ଲଷ୍ମୀପୁର ଅଂଚଳର ପାହାଡ଼ ପର୍ବତରେ ବଢିଥିବା ଏକ ମହିଳା ହୋଇଥିବା ଯୋଗୁଁ ଏଠାକାର ମହିଳାଙ୍କ ଦୁଃଖ କଷ୍ଟ ସମ୍ପର୍କରେ ସମ୍ବେଦନଶୀଳ ଥିବା ସେ ଜଣାଇଛନ୍ତି । ତେଣୁ ବାଳିକା ଶିକ୍ଷା ରେ ଉନ୍ନତି  ତାଙ୍କ ପ୍ରାଥମିକତା ରହିବ । ଶିକ୍ଷା ହିଁ ସମସ୍ତ ପ୍ରଗତିର ବାଟ ଦେଖାଇଥାଏ । ତେଣୁ  ସାଂସଦ ହେଲେ ସେ  ଏ ଦିଗରେ କାର୍ଯ୍ୟ କରି ଏହି ଅଂଚଳର ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟ ର ମୌଳିକ ସୁବିଧା ଯୋଗାଇ  ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ  କରିଛନ୍ତି । ବିଧାୟକ ପାଣ୍ଠି ଓ ସାଂସଦ ପାଣ୍ଠି ଅନେକ ସ୍ଥାନରେ ଉପଯୁକ୍ତ ଭାବେ ପହଂଚି ପାରୁନଥିବା ଯୋଗୁଁ ସେ କର୍ମୀଙ୍କ ସହଯୋଗରେ ଏହି ସମସ୍ୟା ଉପରେ ବିଜୟ ହାସଲ କରିଵାର ଆଶାପୋଷଣ କରିଛନ୍ତି । ତେବେ ତାଙ୍କରି ଦଳର ପୂର୍ବତନ ସାଂସଦ ତଥା କୌଶଲ୍ୟା ଙ୍କ ପତି ଝିନ ହିକକା ଏହି ଅଂଚଳର ଉନ୍ନତି ପାଈଁ ଅନେକ କାର୍ଯ୍ୟ କରିଥିବା ଯୋଗୁଁ ଭବିଷ୍ୟତରେ ଏ ଦିଗରେ କାର୍ଯ୍ୟ ଆଗକୁ ବଢାଇବାରେ କୌଣସି ଅସୁବିଧା ହେବନାହିଁ ବୋଲି କୌଶଲ୍ୟା ମତପ୍ରକାଶ କରିଛନ୍ତି ।
.......
ନେତାଙ୍କୁ ପାଞ୍ଚଟି ପ୍ରଶ୍ନ
କୌଶଲ୍ୟା ହିକକା , ବିଜେଡି ର ସାଂସଦ ପ୍ରାର୍ଥୀ ।
..........….
ଶାନ୍ତାକାର
କୋରାପୁଟ
........
Last Updated : Apr 3, 2019, 5:17 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.