ୱାଶିଂଟନ: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ 16 ପରିବେଶ ସୁରକ୍ଷା ସଙ୍ଗଠନକୁ ଦେବେ 791 ମିଲିୟନ ଡଲାର । ଏହି ସଙ୍ଗଠନଗୁଡିକ ପରିବେଶକୁ ସୁରକ୍ଷା ଦିଗରେ କାମ କରୁଛନ୍ତି । ଏ ନେଇ ସୋମବାର ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ।
ବେଜୋସ କହିଛନ୍ତି କି, ‘‘ ମୁଁ ଗତ କେଇ ମାସ ଧରି ଅବିଶ୍ବସନୀୟ ସ୍ମାର୍ଟ ଲୋକଙ୍କ ଗ୍ରୁପରୁ ବହୁତ କିଛି ଶିଖିବା ପାଇଁ ସମୟ ବିତାଇଳି । ଯେଉଁମାନେ କି ଜଳବାୟୁ ପରିବର୍ତ୍ତନ ଓ ସମଗ୍ର ବିଶ୍ବରେ ଏହାର ପ୍ରଭାବରୁ ଲଢିବା ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ’’
‘‘ମୁଁ ଯାହା କରୁଛି , ସେଥିରୁ ପ୍ରୋତ୍ସାହିତ । ଆଉ ସେମାନଙ୍କୁ ସହଯୋଗ ପାଇଁ ଉତ୍ସାହିତ ଅଛି । ଆଜି ମୁଁ ପ୍ରଥମ ବେଜୋସ Earth Fundର ପ୍ରାପ୍ତିକର୍ତ୍ତାଙ୍କ ନାଁ ଘୋଷଣା କରି ଖୁସି ଅଛି । ’’
ତେବେ ଅନୁଦାନ ଗୋଷ୍ଠୀରେ ଅନ୍ତରାଷ୍ଟ୍ରୀୟ ଏନଜିଓ ଏବଂ ଜଳବାୟୁ ନ୍ୟାସ ସମୂହ ଅନ୍ୟ ସବୁ ସାମିଲ ଅଛନ୍ତି ।