ETV Bharat / business

କୋରୋନା ମାଡରେ ଅଧା ହେଲା ଇଣ୍ଡିଆନ ଅଏଲ ଲାଭ

author img

By

Published : Aug 1, 2020, 3:56 PM IST

କୋରୋନା ଯୋଗୁଁ ଇନ୍ଧନ ଚାହିଦା ପ୍ରଭାବିତ ହୋଇଛି । ଫଳରେ କମ୍ପାନୀର ରିଫାଇନିଂ ମାର୍ଜିନ କମିଛି । ଯେଉଁଥିପାଇଁ IOCର ପ୍ରଫିଟ ହାର ତଳମୁହାଁ ହୋଇଛି । ଅଧିକ ପଢନ୍ତୁ..

କୋରୋନା ମାଡରେ ଅଧା ହେଲା ଇଣ୍ଡିଆନ ଅଏଲ ଲାଭ
କୋରୋନା ମାଡରେ ଅଧା ହେଲା ଇଣ୍ଡିଆନ ଅଏଲ ଲାଭ

ନୂଆଦିଲ୍ଲୀ: କୋରୋନା ମହାମାରୀ ଓ ଲକଡାଉନ ମଧ୍ୟରେ ପ୍ରଭାବିତ ଦେଶର ସବୁଠୁ ବଡ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସି) କାରବାର । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ କମ୍ପାନୀର ନିଟ ଲାଭ 47 ପ୍ରତିଶତ ଖସିଛି ।

କୋରୋନା ଯୋଗୁଁ ଇନ୍ଧନ ଚାହିଦା ପ୍ରଭାବିତ ହୋଇଛି । ଫଳରେ କମ୍ପାନୀର ରିଫାଇନିଂ ମାର୍ଜିନ କମିଛି । ଯେଉଁଥିପାଇଁ ପ୍ରଫିଟ ହାର ତଳମୁହାଁ ହୋଇଛି ।

ସେୟାର ବଜାରକୁ ପଠାଯାଇଥିବା ସୂଚନା ଅନୁସାରେ କମ୍ପାନୀ କହିଛି କି, ଜୁନରେ ସମାପ୍ତ ତ୍ରୟମୀସ ମଧ୍ୟରେ କମ୍ପାନୀର ନିଟ ଲାଭ 46.8 ପ୍ରତିଶତ କମି 1,910.84 କୋଟି ଟଙ୍କା ବା ପ୍ରତି ସେୟାର 2.08 ଟଙ୍କା ରହିଛି । ଏହା ପୂର୍ବ ଆର୍ଥିକ ବର୍ଷ ସମାନ ତ୍ରୟମାସରେ କମ୍ପାନୀର ଏକକ ନିଟ ଲାଭ 3,596.11 କୋଟି ଟଙ୍କା ବା ସେୟାର ପ୍ରତି 3.92 ପଇସା ରହିଥିଲା ।

ପ୍ରଥମ ତ୍ରୟମାସର ଆରମ୍ଭରୁ ଲକଡାଉନ ଜାରି ରହିଥିଲା । ଏଥିମଧ୍ୟରେ ଯାତାୟତ ଉପରେ ବି ପ୍ରତିବନ୍ଧକ ଲାଗୁ ହୋଇଥିଲା । ଯେଉଁଥିପାଇଁ ଆଇଓସିର ବିକ୍ରି 29 ପ୍ରତିଶତ କମି 1.52 କୋଟି ଟନ ରହିଥିଲା । ତ୍ରୟମାସ ମଧ୍ୟରେ କମ୍ପାନୀର ବିଶୋଧନଗାରାରେ 25 ପ୍ରତିଶତ କମ ଅର୍ଥାତ 1.29 କୋଟି ଟନ ତେଲ ପ୍ରକ୍ରିୟାକରଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.