ETV Bharat / business

ଭିତ୍ତିଭୂମି କ୍ଷେତ୍ରରେ ନିବେଶ ବଢିଲେ ଅର୍ଥବ୍ୟବସ୍ଥାରେ ଆସିବ ସ୍ପୁର୍ତ୍ତି : ଆରବିଆଇ ଗଭର୍ଣ୍ଣର

author img

By

Published : Jul 27, 2020, 3:51 PM IST

କୋରୋନା ପ୍ରଭାବିତ ଅର୍ଥନୀତିକୁ ପୁଣି ଗତିଶୀଳ କରିବା ପାଇଁ ଭିତ୍ତିଭୂମି କ୍ଷେତ୍ର ରେ ନିବେଶ ଦରକାର ରହିଛି । ସିଆଇଆଇ ଇଭେଣ୍ଟକୁ ସମ୍ବୋଧନ କରି ଏ ନେଇ ମତ ରଖିଛନ୍ତି ଆରବିଆଇ ଗଭର୍ଣ୍ଣ ।

ଭିତ୍ତିଭୂମି କ୍ଷେତ୍ରରେ ନିବେଶ ବଢିଲେ ଅର୍ଥବ୍ୟବସ୍ଥାରେ ଆସିବ ସ୍ପୁର୍ତ୍ତି : ଆରବିଆଇ ଗଭର୍ଣ୍ଣର
ଭିତ୍ତିଭୂମି କ୍ଷେତ୍ରରେ ନିବେଶ ବଢିଲେ ଅର୍ଥବ୍ୟବସ୍ଥାରେ ଆସିବ ସ୍ପୁର୍ତ୍ତି : ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ପ୍ରଭାବରେ ଜୁଝୁଥିବା ଅର୍ଥବ୍ୟବସ୍ଥାକୁ ଚଳଚଳଞ୍ଚଳ କରିବା ପାଇଁ ମୌଳିକ ସୁବିଧା ଯୋଗଉଥିବା (infrastructure sector) ପ୍ରକଳ୍ପ ଗୁଡିକରେ ନିବେଶ ବଢାଇବା ଉପରେ ଜୋର ଦେବା ଆବଶ୍ୟକ। ଏ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର କହିଛନ୍ତି ।

ଭାରତୀୟ ଉଦ୍ୟୋଗ ସଂଘ (ସିଆଇଆଇ)ର ଏକ କାର୍ଯ୍ୟକ୍ରମରେ ଉଦ୍ୟୋଗ ଜଗତକୁ ସମ୍ବୋଧନ କରି ଦାସ କହିଛନ୍ତି କି, ଭିତ୍ତିଭୂମି କ୍ଷେତ୍ରର ବିକାଶରେ ବ୍ୟାପକ ନିବେଶ ଆବଶ୍ୟକ ରହିଛି । ଏଥିରେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେବ ।

ନିକଟରେ କୃଷି କ୍ଷେତ୍ରକୁ ଭିଟାମିନ ଦେବା ଲାଗି ଗ୍ରହଣ ହୋଇଥିବା ପଦକ୍ଷେପ ଦ୍ବାରା ଏହି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି । କୃଷି କ୍ଷେତ୍ର ଆକର୍ଷଣର କେନ୍ଦ୍ର ଭାବରେ ଉଭା ହେଉଛି । ଭାରତକୁ ଏଭଳି ପଲିସି ଓ ପଦକ୍ଷେପର ଆବଶ୍ୟକ ରହିଛି, ଯାହା ଦ୍ବାରା କୃଷି କ୍ଷେତ୍ରର ଆୟରେ ଲଗାତାର ବୃଦ୍ଧି ହେବ ।

ବିଦେଶୀ ମୁଦ୍ରା ବିନିମୟ ଦର ନେଇ ଦାସ କହିଛନ୍ତି କି, ଏଥିପାଇଁ ରିଜର୍ଭ ବ୍ୟାଙ୍କର କୌଣସି ନିର୍ଦ୍ଧାରିତ ଲକ୍ଷ୍ୟ ନାହିଁ । ଯେତେବେଳେ ବି ଏଥିରେ ଅନାବଶ୍ୟକ ହ୍ରାସ-ବୃଦ୍ଧି ଘଟିବ , ତା ଉପରେ ଆରବିଆଇ ନଜର ରଖିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.