ETV Bharat / business

ମୁଦ୍ରାସ୍ଫିତି: ଦ୍ବିତୀୟ ତ୍ରୟମାସରେ ବଢିବ ଦରଦାମ - ଆରବିଆଇ ମୁଦ୍ରାନୀତି ସମୀକ୍ଷା

ଏବେ ବି ଯୋଗାଣ ଶୃଙ୍ଖଳା ଦୋଳୀୟମାନ ରହିଛି । ଚାହିଦା ଅନୁସାରେ ଯୋଗାଣ ହେଉନାହିଁ । ଫଳରେ ସବୁ ବର୍ଗର ସାମଗ୍ରୀ ଉପରେ ମୁଦ୍ରାସ୍ପୀତି ଚାପ ରହିଛି । ଅଧିକ ପଢନ୍ତୁ..

ମୁଦ୍ରାସ୍ପୀତି : ଦ୍ବିତୀୟ ତ୍ରୟମାସରେ ବଢିବ ଦରଦାମ

author img

By

Published : Aug 6, 2020, 3:12 PM IST

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ( ଜୁଲାଇ-ସେପ୍ଟେମ୍ବର)ରେ ମୁଦ୍ରାସ୍ପୀତି ଆହୁରୀ ବଢିପାରେ । ହେଲେ ବର୍ଷର ଦ୍ୱିତୀୟାର୍ଦ୍ଧ (ଦ୍ବିତୀୟ ଛଅମାସ) ରେ ଦରଦାମ ବୃଦ୍ଧି ସୂଚକାଙ୍କ ଖସିପାରେ । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ନେଇ କହିଛି ।

3 ଦିନିଆ ମୁଦ୍ରାନୀତି ସମୀକ୍ଷାରେ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା କରି ଆବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧ ହାର ଅପରିବର୍ତ୍ତିତ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଏବେ ବି ଯୋଗାଣ ଶୃଙ୍ଖଳା ଦୋଳୀୟମାନ ରହିଛି । ଚାହିଦା ଅନୁସାରେ ଯୋଗାଣ ହେଉନାହିଁ । ଫଳରେ ସବୁ ବର୍ଗର ସାମଗ୍ରୀ ଉପରେ ମୁଦ୍ରାସ୍ପୀତି ଚାପ ରହିଛି । ମହଙ୍ଗା ବୋଝ ବଢୁଛି ।

ବୈଶ୍ବିକ ସ୍ତରରେ ମଧ୍ୟ ଆର୍ଥିକ କାରବାର ଦୁର୍ବଳ ରହିଛି । କୋଭିଡ-19 ମହାମାରୀ ମାମଲା ବୃଦ୍ଧି ଯୋଗୁଁ ପୁର୍ନରୁଦ୍ଧାର ପ୍ରକ୍ରିୟା ଦୁର୍ବଳ ପଡିଛି ବୋଲି ଦାମ ସୂଚନା ଦେଇଛନ୍ତି ।

ତେବେ କୋରୋନା କାଳରେ କଟକଣାମୁକ୍ତ ଥିବା କୃଷି ସେକ୍ଟର ଅର୍ଥନୀତିକୁ ବଳ ଦେବ ବୋଲି ଆଶ୍ବସନା ଦେଇଛି ଦାସ । ସେ ଆଶା ପ୍ରକାଶ କରିଛନ୍ତି କି ଖରିଫ ଫସଲ ଭଲ ରହିଥିବାରୁ ଗ୍ରାମାଞ୍ଚଳରେ ଚାହିଦା ସୁଧୁରିବ । ସେପେଟ ଭାରତରେ ବ୍ୟବସାୟ ତୀବ୍ର ହେଉଥିଲା ବେଳେ କୋରୋନା ସଂକ୍ରମଣର ବୃଦ୍ଧି ପ୍ରତିହିତ ପାଇଁ ଅନେକ ସ୍ଥାନରେ ଲକଡାଉନ ଲାଗୁ କରିବାକୁ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.