ETV Bharat / business

ଜୁନରେ 16.6 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ

author img

By

Published : Aug 11, 2020, 7:51 PM IST

କୋରୋନା ସଂକ୍ରମଣ ପ୍ରତିହିତ ପାଇଁ 2020 ମାର୍ଚ୍ଚ ଶେଷ ସପ୍ତାହରେ ଦେଶରେ ଲାଗୁ ଲକଡାଉନ ଯୋଗୁଁ ଶିଳ୍ପ ଉତ୍ପାଦନ ଗଭୀର ଭାବେ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ..

ଜୁନରେ 16.6 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ
ଜୁନରେ 16.6 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ଜୁନ ମାସରେ ଶିଳ୍ପ ଉତ୍ପାଦନ (Industrial production ) 16.6 ପ୍ରତିଶତ ହ୍ରାସ ହୋଇଛି । କୋରୋନା କଟକଣା ଯୋଗୁଁ ଖଣି, ମାନିଫେକ୍ଚରିଂ ଏବଂ ଇଲେକ୍ଟ୍ରିସିଚି କ୍ଷେତ୍ରରେ ଉତ୍ପାଦନ କମିଥିବାରୁ ଶିଳ୍ପ ଉତ୍ପାଦନ କମିଛି । ମଙ୍ଗଳବାର ସରକାର ଏ ନେି ରିପୋର୍ଟ ଜାରି କରିଛନ୍ତି ।

ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି ) ତଥ୍ୟ ଅନୁସାରେ ସମୀକ୍ଷା ମାସରେ ମାନୁଫେକ୍ଚରି ସେକ୍ଟର ଉତ୍ପାଦନ 17.1 ପ୍ରତିଶତ ଓ ଖଣି ଏବଂ ବିଦ୍ୟୁତ ଉତ୍ପାଦନ କ୍ରମଶ ) 19.8 ପ୍ରତିଶତ ଓ 10 ପ୍ରତିଶତ ହ୍ରାସ ପାଇଛି ।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି, ‘‘ କୋଭିଡ -19 ମହାମାରୀ ପର ମାସର ଆଇଆଇପିକୁ ଭାଇରସ ସଂକ୍ରମଣ ପୂର୍ବ ମାସ ସହ ତୁଳନା କରିବା ଅନୁଚିତ ହେବ ।

ତେବେ , ଆଇଆଇପି ମାସିକ ଆଧାରରେ ସୁଧାର ହୋଇଛି । ଏପ୍ରିଲରେ ସୂଚକାଙ୍କ 53.6 ଥିଲା, ମେ ମାସରେ 89.5 ଏବଂ ଜୁନରେ 107.8 କୁ ରହିଛି ।

କୋରୋନା ସଂକ୍ରମଣ ପ୍ରତିହିତ ପାଇଁ 2020 ମାର୍ଚ୍ଚ ଶେଷ ସପ୍ତାହରେ ଦେଶରେ ଲାଗୁ ଲକଡାଉନ ଯୋଗୁଁ ଶିଳ୍ପ ଉତ୍ପାଦନ ଗଭୀର ଭାବେ ପ୍ରଭାବିତ ହୋଇଛି । ତେବେ ଏବେ ଲକଡାଉନ ଉଠିବା ସହ ସ୍ଥିତି ଏବେ ଧୀରେ ଧୀରେ ସ୍ବାଭାବିକ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.