ETV Bharat / business

100 ଦିନରେ 15 ଲକ୍ଷ କୋଟି ଟଙ୍କା ହରାଇଲା ଖୁଚୁରା ବ୍ୟବସାୟ

author img

By

Published : Jul 20, 2020, 1:49 PM IST

ଦେଶରେ ଘରୋଇ ବ୍ୟବସାୟୀ ବର୍ତ୍ତମାନ ଶତାବ୍ଦୀକ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି । ଯଦି ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ , ତେବେ ପାଖାପାଖି 20 ପ୍ରତିଶତ ଦୋକାନ ସଟର ବନ୍ଦ ହୋଇଯିବ । ଅଧିକ ପଢନ୍ତୁ..

Indias Retail Trade Loses Rs 15 Lakh Crore in 100 Days

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରତିତି ଦିଗରୁ ପ୍ରହାର କରୁଛି । ଏହାର ପ୍ରଭାବରେ ଦେଶର ଖୁଚୁରା କାରବାର ଗତ 100 ଦିନରେ ପାଖାପାଖି 15 କୋଟି ଟଙ୍କା କ୍ଷତି ସହିଛନ୍ତି ।

କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ଏକ ବିବୃତ୍ତିରେ କହିଛି ଯେ, ଗ୍ରାହକଙ୍କ ସଂଖ୍ୟାରେ ପ୍ରବଳ ହ୍ରାସ, କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ସମଗ୍ର ଦେଶର ବ୍ୟବସାୟୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ସମସ୍ୟା ମଧ୍ୟରେ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏପରିକି ଅନେକ ବକେୟା ପୂରଣ, କର୍ମଚାରୀଙ୍କୁ ଦରମା ଦେବା ଭଳି ଆର୍ଥିକ ଦାୟିତ୍ବ ମଧ୍ୟ ତୁଲାଇବାକୁ ସକ୍ଷମ ନୁହନ୍ତି ।

ବିବୃତ୍ତିରେ କୁହାଯାଇଛି କି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସମର୍ଥନ ମିଳିନଥିବାରୁ ମଧ୍ୟ ବ୍ୟବସାୟୀ ଏବେ ଆର୍ଥିକ ସଙ୍କଟରେ ପଡିଛନ୍ତି । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି, ଦେଶରେ ଘରୋଇ ବ୍ୟବସାୟୀ ବର୍ତ୍ତମାନ ଶତାବ୍ଦୀକ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି । ଯଦି ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ , ତେବେ ପାଖାପାଖି 20 ପ୍ରତିଶତ ଦୋକାନ ସଟର ବନ୍ଦ ହୋଇଯିବ ।

ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ସିଏଆଇଟି କହିଛି କି ଅନଲକ ପରେ କେବଳ 10 ପ୍ରତିଶତ ଗ୍ରାହକ ଦୋକାନକୁ ଫେରିଛନ୍ତି । ଯାହା ଦ୍ବାରା ବ୍ୟବସାୟୀଙ୍କ ଦୈନନ୍ଦିନ ବ୍ୟବସାୟ ଉପରେ ବହୁତ ପ୍ରଭାବ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.