ନୂଆଦିଲ୍ଲୀ: ଦେଶର ରପ୍ତାନୀ ମେ ମାସରେ 69.35 ପ୍ରତିଶତ ବୃଦ୍ଧି ହୋଇ 32.27 ଅରବ ଡଲାରରେ ପହଞ୍ଚିଛି । ଇଞ୍ଜିନିୟରିଂ , ପେଟ୍ରୋଲିୟମ ଉତ୍ପାଦ ତଥା ରତ୍ନ ଏବଂ ଆଭୂଷଣ ଭଳି କ୍ଷେତ୍ରରେ ଭଲ ପ୍ରଦର୍ଶନ ଯୋଗୁଁ ରପ୍ତାନୀ ପରିମାଣ ବଢିଛି । ଏଥିମଧ୍ୟରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ହୋଇ 6.28 ଅରବ ଡଲାରରେ ପହଞ୍ଚିଛି ।
ଗତ ବର୍ଷ ମେ ମାସରେ ରପ୍ତାନୀ 19 ଅରବ ଡଲାର ରହିଥିଲା । ଯେତେବେଳେ କି 2019 ମେ ମାସରେ ରପ୍ତାନୀ 29.85 ଅରବ ଡଲାର ଥିଲା ।
ମଙ୍ଗଳବାର ଜାରି ସରକାରୀ ତଥ୍ୟ ଅନୁସାରେ ମେ ମାସରେ ଆମଦାନୀ ମଧ୍ୟ 73.64 ପ୍ରତିଶତ ବୃଦ୍ଧି ହୋଇ 38.55 ଅରବ ଡଲାରରେ ପହଞ୍ଚିଛି । ଯାହା 1 ବର୍ଷ ତଳର ସମାନ ମାସରେ 22.2 ଅରବ ଡଲାର ଥିଲା । ଏଭଳି ଭାବେ ବାଣିଜ୍ୟ ନିଅଣ୍ଟ ବଢି 6.28 ଅରବ ଡଲାରରେ ପହଞ୍ଚିଛି ।
2019 ମେ ମାସରେ ଆମଦାନୀ 46.68 ଅରବ ଡଲାର ରହିଥିଲା । ଆଉ 2020 ମେ ମାସରେ ବାଣିଜ୍ୟ ନିଅଣ୍ଟ 3.15 ଅରବ ଡଲାର ଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ 2 ମାସରେ ଏପ୍ରିଲ- ମେ ରେ ରପ୍ତାନୀ ଦୁଇଗପଣାରୁ ଅଧିକ ହୋଇ 62.89 ଅରବ ଡଲାରରେ ପହଞ୍ଚିଛି । ଯାହାକି 1 ବର୍ଷ ପୂର୍ବରୁ ସମାନ ମାସରେ29.41 ଅରବ ଡଲାର ରହିଥିଲା ।
2021 ଏପ୍ରିଲ- ମେ ମାସରେ ଆମଦାନୀ 84.27 ଅବ ଡଲାର ରହିଲା । ଯାହା ଏହା ପୂର୍ବ ବର୍ଷ ସମାନ ଅବଧିରେ 39.32 ଅରବ ଡଲାର ଥିଲା । ଆର୍ଥିକ ବର୍ଷର ପ୍ରଥମ 2 ମାସରେ ବାଣିଜ୍ୟ ନିଅଣ୍ଟ 21.38 ଅରବ ଡଲାର ରହିଛି । ଯାହାକି ଗତ ବର୍ଷ ସମାନ ଅବଧିରେ 9.91 ଡଲାର ଥିଲା ।