ETV Bharat / business

ଏପ୍ରିଲରେ ବଢିଛି ଭାରତର ରପ୍ତାନୀ, ବାଣିଜ୍ୟ ନିଅଣ୍ଟ ବି ଉପରମୁହାଁ - ଏପ୍ରିଲରେ ବଢିଛି ଭାରତର ରପ୍ତାନୀ

ଏପ୍ରିଲରେ ଭାରତର ରପ୍ତାନୀ ବୃଦ୍ଧି ହୋଇଛି । ରପ୍ତାନୀ ବଢିବା ଦ୍ବାରା ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡିବ । ଅଧିକ ପଢନ୍ତୁ..

ଏପ୍ରିଲରେ ଭାରତର ରପ୍ତାନୀ 30.2 ବିଲିୟନ ବଢିଛି

author img

By

Published : May 3, 2021, 10:45 PM IST

ନୂଆଦିଲ୍ଲୀ: ଦେଶରେ ରପ୍ତାନୀ ଏବର୍ଷ ଏପ୍ରିଲ ମାସରେ 30.21 ବିଲିୟନ ଡଲାର ରହିଛି । ଯାହାକି 2020 ଏପ୍ରିଲରେ 197.03 ବଢି 10.17 ବିଲିୟନ ଡଲାର ଥିଲା । ବାଣିଜ୍ୟ ମନ୍ତ୍ରାଳୟ ଏ ନେଇ ସୂଚନା ଜାରି କରିଛି ।

ଅଧିକାରୀଙ୍କ ବିବୃତ୍ତି ଅନୁସାରେ, ଗତ ମାସର ରପ୍ତାନୀ ଗତ ବର୍ଷର ସମାନ ଅବଧି ତୁଳନାରେ ଅଧିକ ରହିଛି । 2019 ଏପ୍ରିଲରେ 26.04 ବିଲିୟନ ଡଲାରରୁ ଅଧିକ 16.03 ପ୍ରତିଶତ ବୃଦ୍ଧି ହୋଇଛି ।

2021 ତଥ୍ୟ ଅନୁସାରେ ଆମଦାନୀ ମଧ୍ୟ ଆଲୋଚ୍ୟ ମାସରେ 45.45 ବିଲିୟନ ଡଲାର ଥିଲା । ଯାହାକି 2020 ଏପ୍ରିଲରେ 17.99 ବିଲିୟନ ଡଲାରରୁ ଅଧିକ 165.99 ପ୍ରତିଶତ ଓ ଏପ୍ରିଲରେ 2019 ରେ 72.3 ବିଲିୟନରୁ ଅଧିକ 7.22 ପ୍ରତିଶତ ବୃଦ୍ଧି ହୋଇଥିଲା ।

ସେହିଭଳି ଏପ୍ରିଲ 2021 ରେ ବାଣିଜ୍ୟ ନିଅଣ୍ଟ 15.24 ବିଲିୟନ ଥିଲା । ଯାହା 2020 ଏପ୍ରିଲରେ 120.34 ପ୍ରତିଶତ ବୃଦ୍ଧି ପାଇ 6.92 ବିଲିୟନ ଡ଼ଲାରରେ ପହଞ୍ଚିଛି । ଗତ ମାସରେ ଅଣ ପେଟ୍ରୋଲିୟମ ରପ୍ତାନୀର ମୂଲ୍ୟ 26.85 ବିଲିୟନ ଥିଲା ।

ରପ୍ତାନୀ ବଢିବା ଦ୍ବାରା ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡିବ । ଏଥିସହ ଦେଶର ମୋଟ ଘରୋଇ ଉତ୍ପାଦରେ ରହିଥିବା ରପ୍ତାନୀର ଯୋଗଦାନ ବଢିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.