ETV Bharat / business

ବିଳମ୍ବରେ ସୁଧୁରିବ ଅର୍ଥବ୍ୟବସ୍ଥା, ଖସିବ ଜିଡିପି: ନୋମୁରା

author img

By

Published : Dec 12, 2019, 6:55 PM IST

ଚଳିତବର୍ଷ ଡିସେମ୍ବର ତ୍ରୈମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର 4.3 ପ୍ରତିଶତ ରହିବ । ଜାପାନର ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ନୋମୁରା ଏ ନେଇ ଆକଳନ କରିଛି ।

India's economy to grow at 4.3% in Q4 2019: Nomura
ବିଳମ୍ବରେ ସୁଧୁରିବ ଅର୍ଥବ୍ୟବସ୍ଥା , ଖସିବ ଜିଡିପି: ନୋମୁରା

ସିଙ୍ଗାପୁର: ଚଳିତବର୍ଷ ଡିସେମ୍ବର ତ୍ରୈମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର 4.3 ପ୍ରତିଶତ ରହିବ । ଜାପାନର ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ନୋମୁରା ଏ ନେଇ ଆକଳନ କରିଛି ।

ନୋମୁରା ମୁତାବକ, 2020 ପ୍ରଥମ ତ୍ରୈୟମାସରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ସାମନ୍ୟ ସୁଧାର ସହ 4.7 ପ୍ରତିଶତ ରହିପାରେ ।

ନୋମୁରାର ମୁଖ୍ୟ ଅର୍ଥଶାସ୍ତ୍ରୀ (ଭାରତ ଏବଂ ଏସିଆ) ସୋନଲ ବର୍ମା କହିଛନ୍ତି ଯେ, ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀଙ୍କ ସଙ୍କଟ ଦୀର୍ଘଦିନ ଧରି ଲାଗି ରହିଥିବାରୁ ଘରୋଇ ଋଣ ଘରୋଇ ଋଣ ସ୍ଥିତି ଗମ୍ଭୀର ରହିଛି ।

ଦେଶର ବିକାଶ ଦର ସର୍ବନିମ୍ନ ସ୍ତରରେ ଆସି ପହଞ୍ଚିଛି । ଆଗକୁ ଏଥିରେ ସୁଧାର ହେବ ବୋଲି ବଜାରର ବିଶ୍ବାସ ରହିଛି । ସେପେଟ ନୋମୁରା କହିବା ଅନୁଯାୟୀ ବୃଦ୍ଧି ଦର ଏବେ ଆହୁରି ହ୍ରାସ ହୋଇପାରେ । ତେହେ ଏହା ଦ୍ବାରା ଦେଶର ଆର୍ଥିକ ବୃଦ୍ଧି ଦର ଅନୁମାନ 2019 ପାଇଁ 5.3 ପ୍ରତିଶତରୁ ହ୍ରାସ କରି 4.9 ପ୍ରତିଶତ ଓ 2020 ପାଇଁ 6.3 ପ୍ରତିଶତରୁ କମି 5.5 ପ୍ରତିଶତ ଏବଂ 2021 ପାଇଁ 6.5 ପ୍ରତିଶତକୁ କରାଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ବର୍ମା ସୂଚନା ଦେଇଛନ୍ତି ଯେ, ‘‘ ଆର୍ଥିକ ବର୍ଷ ହିସାବରେ ଜିଡିପି ଦର 2029-20ରେ 4.7 ପ୍ରତିଶତ , 2020-21ରେ 5.7 ପ୍ରତିଶତ ରହିବା ନେଇ ଆମେ ଅନୁମାନ କରିଛୁ । ଏଥିରୁ ସ୍ପଷ୍ଟ ଯେ, ଦେଶର ରୁଗ୍ଣ ଅର୍ଥବ୍ୟବସ୍ଥା ସୁଧାରରେ ବିଲମ୍ବ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.