ETV Bharat / business

ଆଶା ଜାଗ୍ରତ, ଏ ବର୍ଷ 12% ରହିପାରେ ଅଭିବୃଦ୍ଧି - ମୁଡିସ

ମୁଡିସ କହିଛି କି ଗତ ବର୍ଷ 7.1 ପ୍ରତିଶତ ହ୍ରାସ ପରେ ଭାରତୀୟ ଅର୍ଥବ୍ୟବସ୍ଥା ନିକଟ ଭବିଷ୍ୟର ସମ୍ଭାବନା ଅଧିକ ଅନୁକୂଳ ରହିବ । 2020 ଡିସେମ୍ବରକୁ ସମାପ୍ତ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧି ହାର 0.4 ପ୍ରତିଶତ ରହିଛି । ଏହି ପ୍ରଦର୍ଶନ ଆଶା ଠାରୁ ବହୁତ ଭଲ ରହିଛି । ଅଧିକ ପଢନ୍ତୁ..

ଆଶା  ଜାଗ୍ରତ ,  ଏ ବର୍ଷ 12 % ରହିପାରେ  ଅଭିବୃଦ୍ଧି

author img

By

Published : Mar 20, 2021, 7:20 PM IST

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ଭଲ ଖବର । 2021 କ୍ୟାଲେଣ୍ଡର ବର୍ଷରେ ଦେଶର ଅର୍ଥବ୍ୟବସ୍ଥା 12 ପ୍ରତିଶତ ବୃଦ୍ଧି ହେବ । ରେଟିଂ ଏଜେନ୍ସି ମୁଡିଜ ଏନାଲିଟିକ୍ସ ଏହି ଅନୁମାନ ଲଗାଇଛନ୍ତି ।

ମୁଡିସ କହିଛି କି ଗତ ବର୍ଷ 7.1 ପ୍ରତିଶତ ହ୍ରାସ ପରେ ଭାରତୀୟ ଅର୍ଥବ୍ୟବସ୍ଥା ନିକଟ ଭବିଷ୍ୟର ସମ୍ଭାବନା ଅଧିକ ଅନୁକୂଳ ରହିବ । 2020 ଡିସେମ୍ବରକୁ ସମାପ୍ତ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧି ହାର 0.4 ପ୍ରତିଶତ ରହିଛି । ଏହି ପ୍ରଦର୍ଶନ ଆଶା ଠାରୁ ବହୁତ ଭଲ ରହିଛି । ଏହା ପୂର୍ବ ତ୍ରୟମାସର ଅର୍ଥବ୍ୟବସ୍ଥାରେ 7.5 ପ୍ରତିଶତ ହ୍ରାସ ରେକର୍ଡ କରିଛି ।

ମୁଡିସ କହିଛି କୁ କଟକଣା କୋହଳ ପରେ ଦେଶ ଓ ବିଦେଶୀ ଚାହିଦା ସୁଧୁରିଛି । ଏହା ଦ୍ବାରା ଚଳିତ ମାସରେ ବିନିର୍ମାଣ ଉତ୍ପାଦନ ବଢିଛି । ମୁଡିସ ଅନୁମାନ ରଖିଛି କି ଘରୋଇ କଞ୍ଜମ୍ପସନ ଓ ଅଣଭାରତୀୟ ନିବେଶ ଆସନ୍ତା କିଛି ତ୍ରୟମାସରେ ବଢିବ । ଯାହା ଫଳରେ 2021ରେ ଘରୋଇ ଚାହିଦାରେ ସୁଧାର ଆସିବ ।

2021ର କ୍ୟାଲେଣ୍ଡର ବର୍ଷରେ ଜିଡିପିର ବାସ୍ତବିତ ବୃଦ୍ଧି ହାର 12 ପ୍ରତିଶତ ରହିବ । ଏ ସେହିଭଳି ମୌଦ୍ରିକ ଓ ରାଜକୋଷୀୟ ପଲିସିରେ ବୃଦ୍ଧି ଅନୁକାଳ ରହିବ । ଏ ବର୍ଷ ରେପୋରେଟ ହାରରେ କୌଣସି ଅତିରିକ୍ତ ହ୍ରାସ ହେବ ନାହିଁ । ଏଥିସହ ଏହା 4 ପ୍ରତିଶତରେ ଅପରିବର୍ତ୍ତିତ ରହିବ । ଆର୍ଥିକ ବର୍ଷ 2021-22 ବଜେଟରେ ବାର୍ଷିକ ଆର୍ଥିକ ନିଅଣ୍ଟ ଜିଡିପିର ପ୍ରାୟ 7 ପ୍ରତିଶତରେ ପହଞ୍ଚିବ ।

ତେବେ ଯଦି କୋଭିଡ-19 ର ଦ୍ବିତୀୟ ଲହରୀ ବଢିବ, ତେବେ 2021 ଅଭିବୃଦ୍ଧି ପାଇଁ ଏହା ବାଧକ ସାଜିବ ବୋଲି ମୁଡିସ ଆଶଙ୍କା ପ୍ରକାଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.