ETV Bharat / business

ମେ’ ମଝି ସୁଦ୍ଧା ଶୀର୍ଷରେ ପହଞ୍ଚିବ କୋରେନା !

author img

By

Published : Apr 21, 2021, 7:55 PM IST

କୋଭିଡ-19 ମହାମାରୀର ବର୍ତ୍ତମାନ ସଂକ୍ରମଣ ଆସନ୍ତା ମାସର ମଧ୍ୟଭାଗରେ ଚରମ ସ୍ଥିତିରେ ପହଞ୍ଚିପାରେ । ଏ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଇଓ) କେ. ଭି. ସୁବ୍ରମଣ୍ୟମ । ଅଧିକ ପଢନ୍ତୁ..

ମେ’ ମଝି ସୁଦ୍ଧା ଶୀର୍ଷରେ ପହଞ୍ଚିବ କୋରେନା !
ମେ’ ମଝି ସୁଦ୍ଧା ଶୀର୍ଷରେ ପହଞ୍ଚିବ କୋରେନା !

ନୂଆଦିଲ୍ଲୀ: ଦେଶରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରି କୋରୋନାର ଦ୍ବିତୀୟ ଲହର । ଲଗାତାର ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଏଭଳି ସଙ୍କଟଜନକ ସ୍ଥିତିରେ ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ମନ୍ତବ୍ୟ ବଢାଇଛି ମୁଣ୍ଡବିନ୍ଧା ।

କୋଭିଡ-19 ମହାମାରୀର ବର୍ତ୍ତମାନ ସଂକ୍ରମଣ ଆସନ୍ତା ମାସର ମଧ୍ୟଭାଗରେ ଚରମ ସ୍ଥିତିରେ ପହଞ୍ଚିପାରେ । ଏ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଇଓ) କେ. ଭି. ସୁବ୍ରମଣ୍ୟମ ।

ତେବେ କୋଭିଡର ଉପରମୁହାଁ ଗ୍ରାଫ ଅର୍ଥବ୍ୟବସ୍ଥା ଉପରେ ସେତେଟା ବ୍ୟାପକ ହେବ ନାହିଁ ବୋଲି ସୁବ୍ରମଣ୍ୟମ ଆଶାବାଦୀ ଅଛନ୍ତି ।

ସୁବ୍ରମଣ୍ୟମ କହିଛନ୍ତି ଯେ କୋରୋନା ସଂକ୍ରମଣର ଶୀର୍ଷରେ ପହଞ୍ଚିବା ନେଇ ତାଙ୍କର ଏହି ମୂଲ୍ୟାଙ୍କନ ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ସମେତ ବିଭିନ୍ନ ସଙ୍ଗଠନର ଅନୁସନ୍ଧାନ ଉପରେ ଆଧାରିତ ।

ଗ୍ରେଟ ଲେକ୍ସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରି ସେ କହିଛନ୍ତି ଯେ, ମହାମାରୀର କୌଣସି ବିଶେଷଜ୍ଞ ନାହାନ୍ତି । ତେବେ ଅର୍ଥବ୍ୟବସ୍ଥା ଉପରେ ବର୍ତ୍ତମାନ ସଂକ୍ରମଣ ପ୍ରଭାବ ବିଷୟରେ ପଚାରିବା ପରେ ସୁବ୍ରମଣ୍ୟ କହିଛନ୍ତି କି, ଏହା ବିଶେଷ ପ୍ରଭାବ ପକାଇ ନ ପାରେ । ବିଶେଷ କରି ଏମଏସଏମଇ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାର ବର୍ତ୍ତମାନର ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ପଦକ୍ଷେପ ନେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.