ETV Bharat / business

ଚୀନର ଛାଡୁଥିବା କମ୍ପାନୀଙ୍କୁ ଆକୃଷ୍ଠ ପାଇଁ ଭାରତ ପ୍ରସ୍ତୁତ କରୁଛି ରଣନୀତି

author img

By

Published : May 21, 2020, 12:37 AM IST

ଚୀନରୁ ବାହାରକୁ ଯିବାକୁ ଯୋଜନା କରୁଥିବା କମ୍ପାନୀଗୁଡ଼ିକୁ ପ୍ରଲୋଭିତ କରିବାକୁ ଭାରତ ସରକାର ଯୋଜନା କରିଛନ୍ତି । ଅଧିକ ପଢନ୍ତୁ..

Indian government plans to lure companies who are planning to move out of China
ଚୀନର ଛାଡୁଥିବା କମ୍ପାନୀଙ୍କୁ ଆକୃଷ୍ଠ ପାଇଁ ଭାରତ ପ୍ରସ୍ତୁତ କରୁଛି ରଣନୀତି

ହାଇଦ୍ରାବାଦ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ଶତାଧିକ କମ୍ପାନୀ ଚୀନ ଛାଡି ବିକଳ୍ପ ସ୍ଥାନ ଖୋଜୁଛନ୍ତି । ଏପରି ସ୍ଥଳେ ଏକ ସର୍ବୋକୃଷ୍ଠ ବିକଳ୍ପ ଭାବେ ଅନେକ ଅନ୍ତରାଷ୍ଟ୍ରୀୟ କମ୍ପାନୀଙ୍କ ନଜର ଭାରତ ଉପରେ ରହିଛି । ଏପଟେ ଭାରତ ମଧ୍ୟ ଚୀନ ଛାଡୁଥିବା କମ୍ପାନୀଗୁଡିକୁ ଆକର୍ଷିତ କରିବାରେ ସଫଳ ହୋଇଥିବା ଜଣାପଡିଛି ।

କରୋନା ଭାଇରସ ପରେ ଚୀନ ପ୍ରତି କମ୍ପାନୀଗୁଡିକର ବିଶ୍ୱାସ ତୁଟିଛି । ଏହାର ଫାଇଦା ଭାରତ ପକ୍ଷରେ ଯାଉଥିବାରୁ ସରକାର ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି ।

ଭାରତ ମୁହାଁ ଜର୍ମାନୀ ଫୁଟୱେର କମ୍ପାନୀ

ନିକଟରେ ଜର୍ମାନ ଫୁଟୱେୟାର ବ୍ରାଣ୍ଡ ଭୋନ ୱେଲକ୍ସ(Von Wellx)ର ପ୍ରଡକ୍ସନ ୟୁନିଟ୍ ଚୀନରୁ ଭାରତକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଏହା ଭାରତର ଆଗ୍ରା ଠାରେ ଏହାର ପ୍ରଡକ୍ସନ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିପାଇଁ ଲାଟ୍ରିକ ଇଣ୍ଡଷ୍ଟ୍ରିଜ ଚୁକ୍ତି କରିଛି । କମ୍ପାନୀ ଚୀନରେ ବାର୍ଷିକ 30 ଲକ୍ଷ ଯୋଡା ଉତ୍ପାଦନ କରିଥାଏ । କମ୍ପାନୀ ଆରମ୍ଭରେ 110 କୋଟି ଟଙ୍କାର ନିବେଶ କରିବ ।

ଭୋନ ୱେଲକ୍ସ ଏକ ନାମୀଦାମୀ ଫୁଟୱେୟାର ବ୍ରାଣ୍ଡ ଭାବରେ ପରିଚିତ । ଏହାର ପ୍ରଡକ୍ଟ ପାଦ, ଆଣ୍ଠୁ ଏବଂ ବ୍ୟାକ ପେନରୁ ଆରାମ ଦେଇଥାଏ । ଏହା ମାଂସପେଶୀକୁ ଆଘାତରୁ ରକ୍ଷା କରିଥାଏ ଏବଂ ସେମାନଙ୍କୁ ସଠିକ୍ ସ୍ଥିତିରେ ରଖେ । ଏହା ବିଶ୍ବ 80ଟି ଦେଶରେ ବିକ୍ରି ହୁଏ ଏବଂ ଏହାର ପ୍ରାୟ 10କୋଟି ୟୁଜର୍ସ ରହିଛନ୍ତି । ଏହି ବ୍ରାଣ୍ଡ 2019ରେ ଲଞ୍ଚ କରାଯାଇଥିଲା ଏବଂ ସାରା ବିଶ୍ବରେ 500 ରିଟେଲ ଷ୍ଟୋର୍ ଅଛି ।

ଭାରତ ଆଡକୁ ନିବେଶକଙ୍କୁ ଟାଣିବାକୁ ସରକାରଙ୍କ ଆକ୍ସନ ପ୍ଲାନ

ଏହି ପ୍ରମୁଖ ସେକ୍ଟର ଉପରେ ରହିଛି ଭାରତ ସରକାରଙ୍କ ନଜର - ଇଲେକ୍ଟ୍ରିକାଲ, ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ ଉପକରଣ, ଇଲେକ୍ଟ୍ରୋନିକ୍ସ, ହେଭି ଇଞ୍ଜିନିୟରିଂ, ସୋଲାର ଉପକରଣ, ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ ଏବଂ ବସ୍ତ୍ର । ଏଥିସହ ଉତ୍ପାଦନକୁ ପ୍ରୋତ୍ସାହିତ କରୁଥିବା କ୍ଷେତ୍ର ଉପରେ ଫୋକସ ରହିଛି ।

୧୦୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବା ପାଇଁ ଯୋଜନା କରୁଛନ୍ତି । ଭାରତ ସରକାର ମଧ୍ୟ ଏଥିନେଇ ଉଦ୍ୟମ ଆରମ୍ଭ କରିଛି । ଏପ୍ରିଲରେ ସରକାର ଏହି ଆମେରିକୀୟ କମ୍ପାନୀଙ୍କୁ ଆକର୍ଷିତ କରିବାକୁ ବିଦେଶୀ ମିଶନ ଅନୁସାରେ ଚୀନରୁ ବାହାରିବାକୁ ଇଚ୍ଛୁକ ନିର୍ମାତାଙ୍କୁ ପ୍ରୋତ୍ସାହିତ ଅଫର ଦେବ ।

ମେଡିକାଲ ସାମଗ୍ରୀ, ଫୁଡ ପ୍ରୋସେସିଂ ୟୁନିଟ, ଟେକ୍ସଟାଇଲ, ଚମଡା ଓ ଅଟୋ ପାର୍ଟସ କମ୍ପାନୀ ଉପରେ ଭାରତର ବିଶେଷ ନଜର ରହିଛି । ଏହି ଚର୍ଚ୍ଚାରେ ମୋଟ 550ରୁ ଉର୍ଦ୍ଧ୍ବ ପ୍ରଡକ୍ଟ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନୀତି ଆୟୋଗ ଏବଂ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ଆଦି ମିଶି ଚୀନରୁ ବାହାରକୁ ଆସିବାକୁ ଚାହୁଁଥିବା କମ୍ପାନୀଙ୍କୁ ଆକର୍ଷିତ କରିବାକୁ ଏକ ପ୍ରୋତ୍ସାହନ ପ୍ୟାକେଜ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସ୍ୱାସ୍ଥ୍ୟସେବା ଉତ୍ପାଦ ଏବଂ ଉପକରଣରେ ଜଡିତ ଆମେରିକାର କମ୍ପାନୀଗୁଡିକ ଉପରେ ଭାରତ ଜିତିବାକୁ ଆଶା କରୁଛି । ଆଉ ଏହି ଆଲୋଚନାରେ ବହୁ ବିଦେଶୀ କମ୍ପାନୀ ଥିବା ନେଇ କୁହାଯାଇଛି ।

ଭାରତ ଏକ ଲକ୍ଜୁରୀ ପୁଲ ବିକଶିତ କରିବାକୁ ଚାହୁଁଛି । ଯାହାକି Luxembourg ର ଆକାର ଡବଲ ହୋଇଥିବ । ଯେପରି ଚୀନରୁ ବାହାରୁଥିବା ବ୍ୟବସାୟକୁ ଆକର୍ଷିତ କରାଯାଇପାରିବ ।

ଏହି ଉଦ୍ଦେଶ୍ୟରେ ସମଗ୍ର ଦେଶରେ 461,589 ହେକ୍ଟର ଜମି ଚିହ୍ନଟ କରାଯାଇଛି । ଏ ନେଇ ଗଣମାଧ୍ୟମକୁ ସୂଚନା ଦେବାକୁ ଅନୁମତି ମିଳିନଥିବାରୁ କେହି ଏଯାଏଁ ସରକାରୀ ସ୍ତରରେ ସୂଚନା ଦେଇନାହାନ୍ତି । ତେବେ ଏହି ଜମି ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର 115,131 ହେକ୍ଟର ଇଣ୍ଡଷ୍ଟ୍ରିଆଲ ଜମି ରହିଛି ।

ଏପ୍ରିଲ 2020 ରେ ରାଜ୍ୟ ସଚିବ ମାଇକେଲ ପୋମ୍ପିଓ ବିବୃତ୍ତିରେ କହିଥିଲେ କି ଆମେରିକା, ଜାପାନ, ଅଷ୍ଟ୍ରେଲିଆ ନିଜ କମ୍ପାନୀଙ୍କୁ ଚୀନ ଛାଡିବାକୁ ପରାମର୍ଶ ଦେଉଛନ୍ତି । ଏପରିକି ଜାପାନ କମ୍ପାନୀଗୁଡିକୁ ଚୀନ ଛାଡିବାକୁ ପ୍ରୋତ୍ସାହନ ଦେବାକୁ 2.2 ବିଲିୟନ ଡଲାର ପାଣ୍ଠିର ପ୍ରସ୍ତାବ ଦେଇଛି । ଯାହାଦ୍ବାରା କମ୍ପାନୀ ଗୁଡିକ ଜାପାନ କିମ୍ବା ଅନ୍ୟ ଦେଶରେ କାରବାର ଆରମ୍ଭ କଲେ କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେନି ।

ଚୀନ ଛାଡୁଥିବା କମ୍ପାନୀଙ୍କ ପାଇଁ ଭାରତ ବ୍ୟତିତ ଅନ୍ୟ ବିକଳ୍ପରେ ବାଙ୍ଗାଲାଦେଶ, ସାଉଥକୋରିଆ, ୱାଇୱାନ ରହିଛି । ଆମେରିକା -ଚୀନ ଟ୍ରେଡୱାରରୁ ଏତେଟା ଲାଭ ପାଇଲାନି ଭାରତ । ଯେତେବେଳେ ଟ୍ରମ୍ପ ଚୀନ ସହ ଟ୍ରେଡ ୱାର ଆରମ୍ଭ କଲେ, ବହୁ କମ୍ପାନୀ ଭାରତଚୁ ବାଦ ଦେଇ ଭିଏତନାମା ଆଡକୁ ମୁହାଁଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.