ETV Bharat / business

ଦୁଇଅଙ୍କରେ ଆଗକୁ ବଢିପାରେ ଭାରତର ଅଭିବୃଦ୍ଧି: ମୁଡିସ

ଚଳିତ ଆର୍ଥିକ ବର୍ଷରେ ଭାରତର ବୃଦ୍ଧି ହାର ଦୁଅ ଅଙ୍କ ରହିପାରେ । ଏନେଇ ପୂର୍ବାନୁମାନ କରିଛି ରେଟିଂ ଏଜେନ୍ସି ମୁଡିସ । ଅଧିକ ପଢନ୍ତୁ...

author img

By

Published : Apr 14, 2021, 4:38 PM IST

ଦୁଇଅଙ୍କରେ ଆଗକୁ ବଢିପାରେ ଭାରତ ଅଭିବୃଦ୍ଧି :  ମୁଡିସ

ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣର ଦ୍ବିତୀୟ ଲହର ଭୟଙ୍କର ହେବାରେ ଲାଗିଛି । ଲଗାତାର ଭାରେ ନୂଆ ରେକର୍ଡ କରୁଛି ସଂକ୍ରମଣ ସଂଖ୍ୟା । ଯାହାକି ଭାରତର ଅଭିବୃଦ୍ଧି ପୂର୍ବନୁମାନ ପାଇଁ ବିପଦ ସୃଷ୍ଟି କରୁଛି । ହେଲେ ତା ପରେବି ଗତ ବର୍ଷର ନିମ୍ନସ୍ତରକୁ ଦୃଷ୍ଟିରେ ରଖି ଜିଡିପି ବୃଦ୍ଧି ଦର ଏଥର ଦୁଇଅଙ୍କରେ ରହିପାରେ । ଏନେଇ କହିଛି ଆର୍ଥିକ ରେଟିଂ ଏଜେନ୍ସି ମୁଡିସ ।

ମୁଡିସ ଦର୍ଶାଇଛି ଯେ କୋରୋନା ଭାଇରସ ପ୍ରକୋପ ବଢିବା ଦ୍ବାରା ଆର୍ଥିକ ଗତିବିଧିରେ ପ୍ରଭାବ ପଡିବ । ତେବେ ରେଟିଂ ଏଜେନ୍ସି ଆଶା ପ୍ରକାଶ କରିଛି ଯେ ସଂକ୍ରମଣର ଭୟଙ୍କର ଲହର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ବିପରୀତ ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନରେ ଗୁରୁତ୍ବ ଦିଆଯିବ । ଯାହା ଫଳରେ 2020 ତୁଳନାରେ ଆର୍ଥିକ ଗତିବିଧି କମ ପ୍ରଭାବିତ ହେବ ।

ମୁଡିସ ଇନଭେଷ୍ଟର୍ସ ସର୍ଭିସ କହିଛି କି, ‘‘ଭାରତରେ କୋରୋନା ଭାଇରସର ବହୁତ କମ ମୃତ୍ୟୁହାର ଓ ଅପେକ୍ଷାକୃତ ଯୁବ ଜନସଂଖ୍ୟା ବି ବିପଦକୁ କମ କରିବାରେ ସହଯୋଗ କରିଥାଏ । 2020 ରେ ଆର୍ଥିକ ଗତିବିଧି ନିମ୍ନସ୍ତରକୁ ଦେଖିବାକୁ ଗଲେ ଜିଡିପି ଏବେ ବି ଦୁଇଅଙ୍କରେ ବଢିବା ସମ୍ଭାବନା ରହିଛି ।

ସଂକ୍ରମଣର ଦ୍ବିତୀୟ ଲହରରୁ ଆର୍ଥିକ ସୁଧାର ପର୍ଯ୍ୟନ୍ତ କିଛି ବିପଦ ସୃଷ୍ଟି ହୋଇଛି । ହେଲେ ଏହାକୁ ପ୍ରତିହିତ ପାଇଁ ପଦକ୍ଷେପ ଓ ତୀବ୍ର ଟିକାକରଣ ଦ୍ବାରା ନକରାତ୍ମକ ପ୍ରଭାବ କମ ହେବ । ଏହା ପୂର୍ବରୁ ମୁଡିସ ଫେବୃଆରୀରେ ଅନୁମାନ ପ୍ରକାଶ କରିଛି କି ଚଳିତ ଆର୍ଥିକ ବର୍ଷରେ ଭାରତର ବୃଦ୍ଧି ହାର 13.7 ପ୍ରତିଶତ ରହିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.