ନୂଆଦିଲ୍ଲୀ: ବିଶ୍ବ ସ୍ମାର୍ଟ ସହର ସୂଚକାଙ୍କରେ 4 ଭାରତୀୟ ସହର ସ୍ଥାନ ତଳକୁ ଖସିଛି । ଏହି 4 ସହର ମଧ୍ୟରେ ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ରହିଛି । ସେପଟେ ସିଙ୍ଗାପୁର ଶୀର୍ଷରେ ରହିଛି ।
ଇନଷ୍ଟିଚ୍ୟୁଟ ଫର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ (ଆଇଏମଡି) ଏବଂ ସିଙ୍ଗାପୁର ୟୁନିଭର୍ସିଟି ଫର ଟେକ୍ନୋଲୋଜି ଆଣ୍ଡ ଡିଜାଇଲ (ଏସୟୁଟିଡି)ର ମିଳିତ ସହଯୋଗରେ 2020 ବିଶ୍ବ ସ୍ମାର୍ଟ ସହର ସୂଚକାଙ୍କ ପ୍ରକାଶ ପାଇଛି । ତେବେ ଏହି ରିପୋର୍ଟରେ ଭାରତର 4 ପ୍ରମୁଖ ସହର ରାଙ୍କ ହ୍ରାସ ପାଇଛି । କୋରୋନା ପାଇଁ ଏହି ସହରର ଭୂମିକା ଉଲ୍ଲେଖନୀୟ ନଥବା ଏଥିରେ ଦର୍ଶାଯାଇଛି । କୋଭିଡ-19 ସଙ୍କଟ ସମୟରେ ପ୍ରଯୁକ୍ତି ବିଦ୍ଯାରେ କିଭଳି ସହରଗୁଡିକ ଭୂମିକା ନିର୍ବାହ କରିଛି , ତାହାକୁ ଦୃଷ୍ଟିରେ ରଖି ଏହି ଲିଷ୍ଟ ପ୍ରସ୍ତୁତ ହୋଇଛି ।
2020 ସ୍ମାର୍ଟସିଟି ସୂଚକାଙ୍କ ହାଇଦ୍ରାବାଦ ସ୍ଥାନ 85 ରହିଛି । ଯେତେବେଳେ କି 2019ରେ ଏହାର ସ୍ଥାନ 67 ରହିଥିଲା । ସେହିପରି ନୂଆଦିଲ୍ଲୀକୁ 86 ସ୍ଥାନ ମିଳିଥିଲା ବେଳେ ଗତ ବର୍ଷ ଏହା 68 ତମ ସ୍ଥାନରେ ଥିଲା । ଏହି ସୂଚକାଙ୍କରେ ମୁମ୍ବାଇ 2019ରେ 78 ନମ୍ବରରୁ ଖସି 2020 ରେ 93 ସ୍ଥାନରେ ପହଞ୍ଚିଛି । ସେହିପରି ବେଙ୍ଗାଲୁରୁ 95 ସ୍ଥାନରେ ଅଛି ।
ରିପୋର୍ଟରେ କୁହାଯାଇଛି କି, ଏ ବର୍ଷ ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ରାଙ୍କ ବଡ ଆକାରରେ ହ୍ରାସ ହୋଇଛି । ଆଉ ଏହାର କାରଣ କୋଭିଡ 19 କାଳରେ ଟେକ୍ନୋଲୋଜିର ପ୍ରୟୋଗରେ ଅସଫଳ । ଯେଉଁଥିପାଇଁ କୋରୋନା ମାମଲା ତୀବ୍ର ଗତିରେ ବୃଦ୍ଧି ପାଇଛି । ଆହୁରି ମଧ୍ୟ କୁହାଯାଇଛି କି ଭାରତୀୟ ସହର ମହାମାରୀରେ ଅଧିକ ପୀଡିତ ଅଛି । କାରଣ ଏଥିପାଇଁ ସହରଗୁଡିକ ପ୍ରସ୍ତୁତ ନଥିଲେ ।
ଏପ୍ରିଲ ଓ ମେ ମାସରେ ବିଶ୍ବର 109ଟି ସହରରେ ଏହି ସର୍ଭେ କରାଯାଇଥିଲା ।